ଦୃଷ୍ଟି ପଡ଼ିଛି ଲାଲୁଙ୍କ ପରିବାରକୁ;ମୁଖ୍ୟ ଫାଟକକୁ ସଜାଇଲେ ଲେମ୍ବୁ ଓ ଲଙ୍କାରେ

0

ପାଟନା: ଆରଜେଡି ପ୍ରମୁଖ ଲାଲୁ ପ୍ରସାଦ ଯାଦବଙ୍କ ପରିବାରକୁ ନଜର ଲାଗିଛି। ଗୋଟିଏ ପଟେ ଲାଲୁଙ୍କ ନାମରେ ଥିବା ଦୁର୍ନୀତିର ଫର୍ଦ ଗୋଟିଏ ପରେ ଗୋଟିଏ ଖୋଲିବାରେ ଲାଗିଥିବାବେଳେ କୋର୍ଟ ରାୟ ଲାଲୁଙ୍କୁ ବ୍ୟତିବ୍ୟସ୍ତ କରି ଦେଇଛି। ଦୀର୍ଘ ଶାସନ କାଳରେ ଲାଲୁଙ୍କ ନାମରେ ଥିବା ସମସ୍ତ ଅଭିଯୋଗ ଗୋଟିଏ ପରେ ଗୋଟିଏ ଲାଲୁଙ୍କ ବିପକ୍ଷରେ ଯାଉଥିବାବେଳେ ଲାଲୁଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତାରେ ପରିବାରବର୍ଗ। ଏଭଳି ପରିସ୍ଥିତିରେ ସରକାରୀ ବାସଭବନକୁ ମଧ୍ୟ ଖାଲି କରିବାକୁ ନୋଟିସ ଆସି ପହଞ୍ଚି ଯାଇଛି। ଏଭଳି କ୍ଷେତ୍ରରେ ପୁରା ପରିବାରକୁ ତେଜପ୍ରତାପଙ୍କ ସରକାରୀ ବାସଭବନକୁ ସ୍ଥାନାନ୍ତର କରିବାକୁ ପଡ଼ିବ। ଏବେ ରାବଡ଼ି ଦେବୀ ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କୁ ମିଳିଥିବା ସରକାରୀ ବାସଭବନ ପୁରା ପରିବାର ରହୁଥିବାବେଳେ ଏଣିକି ଏ ସୁଯୋଗ ମଧ୍ୟ ହାତଛଡ଼ା ହେବାକୁ ଯାଉଛି।
ତେଣୁ ତେଜପ୍ରତାପଙ୍କ ବିବାହକୁ ନେଇ କୌଣସି ବିବାଦ ଚାହୁଁ ନାହାନ୍ତି ଲାଲୁଙ୍କ ପରିବାରବର୍ଗ। ତେଣୁ ତେଜପ୍ରତାପଙ୍କ ବିବାହ ସମାରୋହରୁ ଦୂରରେ ରଖାଯାଇଛି ଦଳୀୟ କର୍ମୀ ଓ ନେତାଙ୍କୁ। କେବଳ ପରିବାର ଓ ଘନିଷ୍ଠ ବନ୍ଧୁ ବର୍ଗଙ୍କୁ ଏହି ବିବାହରେ ଆମନ୍ତ୍ରିତ କରାଯାଇଛି। ଏପରିକି କୁ ଦୃଷ୍ଟିରୁ ରକ୍ଷା କରିବା ପାଇଁ ମୁଖ୍ୟ ଫାଟକକୁ ଲେମ୍ବୁ ଲଙ୍କାରେ ସଜାଇଛନ୍ତି ଲାଲୁ।

Leave A Reply