ଦୁବୃତ୍ତଙ୍କ ଗୁଳିମାଡ଼ରେ ୬ଟ୍ରାଫିକ ପୁଲିସ ମୃତ

0

ମେକ୍ସିକୋ: ମେକ୍ସିକୋର ଉତ୍ତର ମଧ୍ୟବର୍ତ୍ତୀ ଅଞ୍ଚଳ ତଥା ଗୁଆନାଜୁଆଟୋ ସହରରେ ଏକ ଗାଡ଼ି ଭିତରୁ ଅଜ୍ଞାତ ଦୁବୃତ୍ତଙ୍କ ଗୁଳିମାଡ଼ରେ ୬ଟ୍ରାଫିକ ପୁଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଯାଇଛି। ଏହି ଗୁଳି ମାଡ଼ ସମ୍ପର୍କରେ ସଠିକ ସୂଚନା ପୁଲିସ ପକ୍ଷରୁ ପ୍ରଦାନ କରାଯାଇ ନଥିଲେ ମଧ୍ୟ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏକ ଅସାମାଜିକ ସଂଗଠନ ଦ୍ୱାରା ଏଭଳି କାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ମେକ୍ସିକୋର ଗୁଆନାଜୁଆଟୋ ଏକ ଶାନ୍ତିପ୍ରିୟ ଅଞ୍ଚଳ ଭାବରେ ଜଣାଶୁଣା ଥିଲେ ମଧ୍ୟ ଗତ କିଛି ବର୍ଷ ଧରି ଏକ ଅସାମାଜିକ ଗ୍ୟାଙ୍ଗ ଏହି ସହରରେ ନିଜ ଆତଙ୍କର କାୟା ବିସ୍ତାର କରିବାରେ ଲାଗିଛନ୍ତି। ଏହି ଗ୍ୟାଙ୍ଗ ନିକଟରେ ଏକ ମାଲ ଗାଡ଼ିକୁ ଲୁଟିବା ସହ ତେଲ ପାଇପ ଲାଇନକୁ ଫଟାଇ ଏଥିରୁ ତେଲ ଲୁଟ କରି ନେଇଥିଲେ।

Leave A Reply