ଥୁଆମୂଳ ରାମପୁର ବ୍ଲକରେ ଥମୁନି ଅଜଣା ଝାଡାବାନ୍ତି ରୋଗ, ପୁଣି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ
କଲମପୁର: କଳାହାଣ୍ଡି ଜିଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକରେ ଗତ କିଛି ମାସ କିଛି ଦିନ ହେବ ଅଜଣା ଝାଡାବାନ୍ତି ରୋଗ ଲାଗିରହିଛି। ଇତି ମଧ୍ୟରେ ଅନେକ ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇସାରିଛି। ବ୍ଲକର ମାଳିଗାଁ, ଗୋପୀନାଥପୁର, ପୋଡାପଦର, ପାଡେପଦର, ନାକୁରୁଣ୍ଡି, କିଆପଦର ଏବଂ ସିନ୍ଧିପଦର ଗ୍ରାମ ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ଏହି ରୋଗର ପ୍ରଭାବ ଦେଖିବାକୁ ମିଳିଛି। ବର୍ତ୍ତମାନ ବର୍ତ୍ତମାନ ପୁଣି ପାଡେପଦର ଗ୍ରାମପଞ୍ଚାୟତର ଭୁତଗୁଡା,ଦୁରେସ ପଦର, ମୁଣ୍ଡିଘାଟି ଏବଂ ଫୁକିଜାଲ୍ ଗାଁରେ ଏହି ରୋଗର ପ୍ରଭାବ ରହିଥିବା ସୂଚନା ମିଳିଛି। ଏହି ପଞ୍ଚାୟତର ହାଡସିଲ୍ ଗାଁରେ ଏହି ରୋଗର ପ୍ରଭାବ ଦେଖିବାକୁ ମିଳିଥିଲା। ଯେଉଁଥିରେ ଗୋଟିଏ ପରିବାର ଆକ୍ରାନ୍ତ ହୋଇଥିଲେ ଏବଂ ଏହି ପରିବାରର ଜଣକର ମୃତ୍ୟୁ ହୋଇଥିଲା।
ସୋମବାର ଏହି ପଞ୍ଚାୟତର ଭୁତଗୁଡା ଗ୍ରାମରେ ଏହି ରୋଗ ଦେଖିବାକୁ ମିଳିଛି। ପ୍ରଭାବରେ ଜଣକର ଚିକିତ୍ସାଧୀନ ଅବସ୍ଥାରେ ନବରଙ୍ଗପୁର ତେନ୍ତୁଳି ଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ହୋଇଥିବା ବେଳେ ଦୁରେସ ପଦର ଗ୍ରାମର ସୁନାଧର ମାଝୀଙ୍କ ପରିବାରର ୩ ଏବଂ ମୁଣ୍ଡିଘାଟି ଗ୍ରାମର ସମ୍ବାରୁ ମାଝୀଙ୍କ ସମେତ ଅନେକ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି ସ୍ଥାନୀୟ ସମାଜସେବୀ ଶଙ୍କର ନାଏକ।ମୃତକ ଜଣକ ହେଲେ ୩୫ ବର୍ଷୀୟା ସମାରୀ ମାଝୀ। ବର୍ତ୍ତମାନ ଏହି ରୋଗକୁ ନେଇ ପ୍ରଭାବିତ ଅଞ୍ଚଳର ସାଧାରଣ ଲୋକେ ଆତଙ୍କିତ ହୋଇପଡିଛନ୍ତି। ସ୍ବାସ୍ଥ୍ୟ ବିଭାଗ ତୁରନ୍ତ ପ୍ରଭାବିତ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇବକୁ ସଧାରଣରେ ଦାବି ହେଉଛି।
Comments are closed.