ଡ.ସନାତନ ବେହେରା ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଇଷ୍ଟ କୋଷ୍ଟ ଦଳ ବିଜୟୀ
ସମ୍ବଲପୁର: ସମ୍ବଲପୁର ଜିଲା କ୍ରିଡା ସଂଘର ଆନୁକୂଲ୍ୟରେ ଡ. ସନାତନ ବେହେରା ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୨ ଆରମ୍ଭ ହୋଇଯାଇଛି। ସୋମବାର ଏହି ପ୍ରତିଯୋଗୀତାର ୨ଟି ଲିଗ ମ୍ୟାଚ ଇଷ୍ଟ କୋଷ୍ଟ ରେଳବାଇ ଦଳ ଓ ଏରୋ କ୍ଲବ ଏବଂ ହୀରାକୁଦ କ୍ରିଡା ସଂଘ ଓ କ୍ରିଡା ଛାତ୍ରାବାସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ଠାରେ ଆୟୋଜିତ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଇଷ୍ଟ କୋଷ୍ଟ ଦଳ ୧-୦ ଗୋଲରେ ଏରୋ କ୍ଲବ ଦଳକୁ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉତ୍ତିର୍ଣ୍ଣ ହୋଇଛି। ଏହି ପ୍ରତିଯୋଗୀତାରେ ଲିଙ୍ଗରାଜ ଭୋଇ, ପରେଶ ଭୋଇ, ସୁନୀଲ ଓରାମ ଓ ବଳାରାମ ମଟାରୀ ରେଫରୀ ଦାୟିତ୍ୱ ତୁଲାଇ ଥିଲେ।
ଦ୍ୱିତୀୟ ଲିଗ ମ୍ୟାଚ ହୀରାକୁଦ ନିକଟସ୍ଥ ସିଂହପାଲି ଫୁଟବଲ ଖେଳ ପଡିଆରେ ସୋମବାରରୁ ଆରମ୍ଭ ହୋଇଛି। ଏହି ମ୍ୟାଚରେ ହୀରାକୁଦ କ୍ରିଡା ସଂଘ ଓ କ୍ରିଡା ଛାତ୍ରାବାସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ରେଫରୀ ଦାୟିତ୍ୱ ମନୋଜ ଭୋଇ, ରାଜାରାମ ଓରାମ, କବି ଓରାମ ଓ ମଥୁରା ଓରାମ ଦାୟିତ୍ୱ ନିର୍ବାହ କରିଥିଲେ। ସିଂହପାଲି ଖେଳ ପଡିଆ ଠାରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚକୁ ରେଙ୍ଗାଲି ବିଧାୟକ ନାଉରୀ ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଦଘାଟନ କରିଥିଲେ। ଏହି ଅବସରରେ ଜିଲା କ୍ରିଡା ସଂଘର ସାଧାରଣ ସମ୍ପାଦକ ସୁନୀଲ ସାହୁ, କୋଷାଧ୍ୟକ୍ଷକ ଉମାପତି ତ୍ରିପାଠୀ, ସବୋଧ ସାହୁ, ମନୋଜ ଭୋଇ, ଯୋଗେଶ ଓରାମ, ଗୁଡ୍ଡୁ, ସୁରେଶ ଓରାମ, ରାଜେଶ ସେଟ, ରାଜା ଚାନ୍ଦ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।
ସୂଚନାଯୋଗ୍ୟ ଯେ, ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଆସନ୍ତା ୨୦ ତାରିଖରେ ଆୟୋଜିତ ହେବ। ଏଥିରେ ଜିଲାର ୨୮ଟି ଦଳ ନକ ଆଉଟ ଫରମେଟରେ ଅଂଶଗ୍ରହଣ କରୁଛନ୍ତି। ୬ଟି ଗ୍ରୁପରେ ଆୟୋଜିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଫାଇନାଲ ମ୍ୟାଚକୁ ମିଶାଇ ସମୁଦାୟ ୨୬ଟି ମ୍ୟାଚ ଅନୁଷ୍ଠିତ ହେବ। ମ୍ୟାଚ ଗୁଡିକ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ଓ ସିଂହପାଲି ଫୁଟବଲ ଖେଳ ପଡିଆ ଠାରେ ପ୍ରତି ଦିନ ଅପରାହ୍ନରେ ଆୟୋଜିତ ହେବ ବୋଲି ଜିଲା କ୍ରିଡା ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
Comments are closed.