mission shakti banner

ଝିଅକୁ କଚାଡ଼ି ମାରିଥିବା ବାପା ଗିରଫ

BSKY banner  750×100
0

କନ୍ଧମାଳ : କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ମୁଣ୍ଡୁଡ଼ାବାଲି ଗ୍ରାମରେ ନିଜ ୨ବର୍ଷର ଝିଅକୁ କଚାଡ଼ି ମାରିଥିବା ଅରବିନ୍ଦ ପ୍ରଧାନକୁ ପୁଲିସ ଗିରଫ କରିଛି। ଅରବିନ୍ଦ ନିଶା ଖାଇ ଶୁକ୍ରବାର ସନ୍ଧ୍ୟାରେ ପତ୍ନୀ କୁମଳିନୀ ପ୍ରଧାନକୁ ମାରିବାକୁ ଉଦ୍ୟମ କରିଥିଲା। କୁମଳିନୀ ଦୌଡ଼ି ପଳାଇଥିଲେ। ଏହି ସମୟରେ ହିତାହିତ ଜ୍ଞାନ ଭୁଲି ଅରବିନ୍ଦ ଘର ଅଗଣାରେ ଖେଳୁଥିବା ଝିଅ ରିତିମାକୁ ଟାଣି ଆଣି ତା’ ଗୋଡ ଦୁଇଟିକୁ ଧରି ତଳେ କଚାଡ଼ି ଦେଇଥିଲା। ସଙ୍ଗେ ସଙ୍ଗେ ତାକୁ ବାଲିଗୁଡା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ମାତ୍ର ଡାକ୍ତରଖାନା ଯିବା ପୂର୍ବରୁ ଝିଅଟିର ମୃତ୍ୟୁ ଘଟିଥିଲା

Leave A Reply