www.samajalive.in
Saturday, December 6, 2025
26.1 C
Bhubaneswar

ଜୋକୋଭିକ୍ ଓ ହାଲେପ୍ ୨୦୧୮ର ବିଶ୍ବ ଚମ୍ପିଆନ

ଲଣ୍ଡନ: ଆନ୍ତର୍ଜାତିକ ଟେନିସ ମହାସଂଘ (ଆଇଟିଏଫ୍) ପକ୍ଷରୁ ୨୦୧୮ ବର୍ଷା ପାଇଁ ସର୍ବିୟାର ନୋଭାକ୍ ଜୋକୋଭିକ୍ (ପୁରୁଷ) ଓ ରୋମାନିଆର ସିମୋନା ହାଲେପ୍ (ମହିଳା) ବିଶ୍ବ ଚମ୍ପିଆନ୍ ଘୋଷିତ ହୋଇଛନ୍ତି। ଜୋକୋଭିକ୍ ୬ଷ୍ଠ ଥର ପାଇଁ ଏହି ପୁରସ୍କାର ପାଇବାକୁ ଥିବା ବେଳେ ହାଲେପ୍ ପ୍ରଥମଥର ପାଇଁ ଏହି ପୁରସ୍କାର ପାଇବାକୁ ଯାଉଛନ୍ତି। ଫଳରେ ପିଟ୍ ସାମ୍ପ୍ରାସ୍‌ଙ୍କ ସହ ସର୍ବାଧିକ ୬ ଥର ବର୍ଷର ବିଶ୍ବ ଚମ୍ପିଆନ୍ ପୁରସ୍କାର ପାଇବାକୁ ଜୋକୋଭିକ୍ ଯାଉଛନ୍ତି। ଆହତ ଥିବା ଯୋଗୁଁ ଦୀର୍ଘଦିନ ଟେନିସ୍‌ରୁ ଦୂରେଇ ରହିଥିବା ଜୋକୋଭିକ୍ ୨୦୧୮​‌େ​‌ର ଚମତ୍କାର ପ୍ରଦର୍ଶନ କରି ୱିମ୍ବଲଡନ ଓ ୟୁଏସ୍ ଓପନ୍ ଚମ୍ପିଆନ୍ ହୋଇଥିଲେ। ଫଳରେ ଏଟିପି ମାନ୍ୟତାରେ ଜୋକୋଭିକ୍ ୧ନଂ ଖେଳାଳି ମାନ୍ୟତା ଫେରି ପାଇଥିଲେ। ୨୦୧୮ରେ ମଧ୍ୟ ହାଲେପ୍ ବେଶ୍ ସଫଳତା ହାସଲ କରିଛନ୍ତି। ଅଷ୍ଟ୍ରେଲିଆନ୍ ଓପନ୍‌ରେ ରନର୍ସଅପ୍ ହେବା ପରେ ହାଲେପ୍ ଫ୍ରେଞ୍ଚ୍ ଓପନ୍‌ରେ ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଥିଲେ। ଆମେରିକାର ମାଇକ୍ ବ୍ରାୟାନ୍ ଓ ଜ୍ୟାକ୍ ସକ୍ ପୁରୁଷ ଡବଲ୍‌ସରେ ଏବଂ ଚେକ୍ ରିପବ୍ଲିକ୍‌ର ବାର୍ବୋରା କ୍ରେୟସିକୋଭା ଓ କାଟେରିନା ସିନିଆକୋଭା ମହିଳା ଡବଲ୍‌ସରେ ବିଶ୍ବ ଚମ୍ପିଆନ୍ ଘୋଷିତ ହୋଇଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories