www.samajalive.in
Saturday, December 6, 2025
26.1 C
Bhubaneswar

ୱାର୍ଲ୍ଡ ଟୁର୍‌ ଫାଇନାଲ୍‌ସ : ସେମିରେ ସିନ୍ଧୁ

ଗ୍ବାଙ୍ଗ୍‌ଝୌ : ଏଠାରେ ଚାଲିଥିବା ସିଜିନର ଅନ୍ତିମ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ୱାର୍ଲ୍ଡ ଟୁର୍‌ ଫାଇନାଲ୍‌ସର ମହିଳା ସିଙ୍ଗଲ୍‌ସ ବିଭାଗ ସେମିଫାଇନାଲକୁ ପ୍ରବେଶ କରିଛନ୍ତି ଭାରତର ତାରକା ଖେଳାଳି ପିଭି ସିନ୍ଧୁ। ଗ୍ରୁପ୍‌ ’ଏ’ରେ ଥିବା ସିନ୍ଧୁ ୩ଟି ଯାକ ମ୍ୟାଚ୍‌ ଜିତି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ସିନ୍ଧୁ ଆମେରିକାର ଜାଙ୍ଗ ବେୟେନ୍‌ଙ୍କୁ ସିଧାସଳଖ ୨୧-୯, ୨୧-୧୫ ଗେମ୍‌ରେ ପରାସ୍ତ କରିଥିଲେ। ମାତ୍ର ୩୫ ମିନିଟ୍‌ ଧରି ଚାଲିଥିବା ଏହି ମ୍ୟାଚ୍‌ରେ ବିଶ୍ବ ମାନ୍ୟତାର ୬ଷ୍ଠ ସ୍ଥାନରେ ଥିବା ସିନ୍ଧୁ ବେଶ୍ ଉଚ୍ଚକୋଟିର ପ୍ରଦର୍ଶନ କରିଥିଲେ। ପ୍ରଥମ ଗେମ୍‌ରେ ସିନ୍ଧୁ ମୂଳରୁ ଜଗିରଖି ଖେଳିବା ଆରମ୍ଭ କରିଥିଲେ। ମଧ୍ୟାନ୍ତର ସୁଦ୍ଧା ସିନ୍ଧୁ ୧୧-୮ ପଏଣ୍ଟରେ ଅଗ୍ରଣୀ ଥିଲେ। ମଧ୍ୟାନ୍ତର ପରେ ସିନ୍ଧୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ଗୋଟିଏ ପରେ ଗୋଟିଏ ପଏଣ୍ଟ ହାସଲ କରି ସହଜରେ ବିଜୟୀ ହୋଇଥିଲେ।
ଦ୍ବିତୀୟ ଗେମ୍‌ ଆରମ୍ଭରୁ ସିନ୍ଧୁ ମୂଳରୁ ୪-୦ରେ ଅଗ୍ରଣୀ ହାସଲ କରି ନେଇଥିଲେ। ତେବେ ବେୟେନ୍‌ ଲଢ଼ୁଆ ପ୍ରଦର୍ଶନ କରିବା ସହ ଗେମ୍‌କୁ ୭-୭ ସ୍ତରକୁ ଆଣିବାରେ ସକ୍ଷମ ହୋଇଥିଲେ। ତେବେ ମଧ୍ୟାନ୍ତର ବେଳକୁ ସିନ୍ଧୁ ୧୧-୯ରେ ଅାଗୁଆ ରହିଥିଲେ। ମଧ୍ୟାନ୍ତର ପରେ ସିନ୍ଧୁ ଚମତ୍କାର ପ୍ରଦର୍ଶନ କରିବା ସହ ଦ୍ବିତୀୟ ଗେମ୍‌କୁ ସହଜରେ ଜିତିବାକୁ ସକ୍ଷମ ହୋଇଥିଲେ। ସୂଚନାଥାଉକି ପ୍ରଥମ ମ୍ୟାଚ୍‌ରେ ସିନ୍ଧୁ ଜାପାନର ଆକାନେ ୟାମାଗୁଚିଙ୍କୁ ପରାସ୍ତ କରିଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ରେ ବିଶ୍ବର ୧ନଂ ଖେଳାଳି ତାଇ ଜୁ ୟିଙ୍ଗଙ୍କୁ ପରାସ୍ତ କରିବାକୁ ସକ୍ଷମ ହୋଇଥିଲେ। ପୁରୁଷ ସିଙ୍ଗଲ୍‌ସରେ ଶୁକ୍ରବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଭାରତୀୟ ଖେଳାଳି ସମୀର ବର୍ମା ଥାଇଲାଣ୍ଡ କାଣ୍ଟାପନ୍‌ ୱାଙ୍ଗଚାରୋଇନ୍‌ଙ୍କୁ ସିଧାସଳଖ ୨୧-୯, ୨୧-୧୮ ପଏଣ୍ଟରେ ପରାସ୍ତ କରିଛନ୍ତି। ଗ୍ରୁପ୍‌ ପର୍ଯ୍ୟାୟରେ ସମୀର ୩ଟି ମ୍ୟାଚ୍‌ରୁ ୨ଟିରେ ବିଜୟୀ ହୋଇଛନ୍ତି।

Hot this week

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

Related Articles

Popular Categories