ଚିଦାମ୍ବରମଙ୍କୁ ମିଳିଲା ସାମୟିକ ଆଶ୍ୱସ୍ତି

0

ନୂଆଦିଲ୍ଲୀ:ଏଆରସେଲ ମ୍ୟାକ୍ସିସ୍‍ ମାମଲାରେ ପ୍ରାକ୍ତନ ଅର୍ଥ ମନ୍ତ୍ରୀ ପି ଚିଦାମ୍ବରମଙ୍କୁ ସାମୟିକ ସମୟ ପାଇଁ ଆଶ୍ୱସ୍ତି ମିଳିଛି। ପଟିଆଲା ହାଉସ କୋର୍ଟ ପ୍ରାକ୍ତନ ଅର୍ଥ ମନ୍ତ୍ରୀଙ୍କ ଗିରଫଦାରୀ ଉପରେ ୧୦ଜୁଲାଇ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି କରିଛନ୍ତି। ପୂର୍ବରୁ ଏହା ୫ଜୁନ ପର୍ଯ୍ୟନ୍ତ ବଳବତ୍ତର ଥିଲା। ଆଇଏନଏକ୍ସ ମିଡିଆ ସମ୍ବନ୍ଧିୟ ଏକ ମାମଲାରେ ପି ଚିଦାମ୍ବରମ ଦିଲ୍ଲୀ ଊଚ୍ଚ ନ୍ୟୟାଳୟରେ ଅଗ୍ରୀମ ଜାମିନ ଆବେଦନ କରିଥିଲେ। ସିବିଆଇ ଓ ଇଡ଼ି ପକ୍ଷରୁ ୨୦୦୬ରେ ଚିଦାମ୍ବରମ ଅର୍ଥ ମନ୍ତ୍ରୀ ଥିବାବେଳେ ଏଆରସେଲ-ମ୍ୟାକ୍ସିସ ଡିଲରେ କିପରି ଏଫଆଇପିବିର ଅନୁମତି ମିଳିଥିଲା ଏହାର ତଦନ୍ତ ଅବ୍ୟାହତ ରହିଛି।

Leave A Reply