BJD Bijuli 480×75 Mob

କର୍ଣ୍ଣାଟକ ନିର୍ବାଚନ ପ୍ରଚାରରେ ପୁଣି ଝୁଣ୍ଟିଲେ ଅମିତ ଶାହ

BJD Bijuli 480×75 Mob
0

ନୂଆଦିଲ୍ଲୀ: କର୍ଣ୍ଣାଟକ ନିର୍ବାଚନ ପ୍ରଚାର ଆରମ୍ଭରୁ ବିଜେପି ଅଧ୍ୟକ୍ଷ ଅମିତ ଶାହ ତାଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବି ଏସ ୟେଦ୍ଦୁରପ୍ପାଙ୍କ ସରକାରଙ୍କୁ ଭୁଲ୍‌ରେ ଭ୍ରଷ୍ଟ ସରକାର ବୋଲି ମନ୍ତବ୍ୟ ଦେଇ ଆରମ୍ଭରୁ ବିବାଦରେ ଛନ୍ଦି ହୋଇ ପଡ଼ିଥିବା ବିଜେପି ପୁଣି ଥରେ କର୍ଣ୍ଣାଟକ ପ୍ରଚାରରେ ଝୁଣ୍ଟି ପଡ଼ିଛି। ହିନ୍ଦୀ ଭାଷାକୁ କନ୍ନଡ଼ରେ ରୂପାନ୍ତର କରି ଭାଷଣ ଦେବାକୁ ଯାଇ ଅମିତ ଶାହ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ପରିଲକ୍ଷିତ ହେଉଛି। ଧାରବଡ଼ା କ୍ଷେତ୍ରରେ ବିଜେପି ପକ୍ଷରୁ ନିର୍ବାଚନ ପ୍ରଚାର କରୁଥିବା ସାଂସଦ ପ୍ରାହ୍ଲାଦ ଯୋଶୀ କନ୍ନଡ଼ରେ ଭାଷଣ ଦେବାକୁ ଯାଇ ‘ମୋଦି ସରକାର ଗରୀବ,ଦଳିତ ଓ ପଛୁଆ ବର୍ଗଙ୍କ ପାଇଁ କିଛି କରିବେ ନାହିଁ, ତେଣୁ ଆପଣମାନେ ତାଙ୍କୁ ବହୁ ମାତ୍ରାରେ ଭୋଟ ଦେଇ ବିଜୟୀ କରନ୍ତୁ ‘ ବୋଲି ମନ୍ତବ୍ୟ ଦେଇ ପୁଣି ଥରେ ଦଳକୁ ବିବାଦ ମଧ୍ୟକୁ ଠେଲି ଦେଇଛି।
କର୍ଣ୍ଣାଟକ ନିର୍ବାଚନରେ ଲିଙ୍ଗାୟତ ପ୍ରସଙ୍ଗକୁ ନେଇ ବିଜେପି ଅଡ଼ୁଆ ସ୍ଥିତିରେ ରହିଥିବାବେଳେ ଉତ୍ତର ଭାରତ ନେତାଙ୍କୁ ନେଇ ଦକ୍ଷିଣରେ ନିର୍ବାଚନ ପ୍ରଚାର କରିବାକୁ ବିଜେପି ପାଇଁ କାଠିକର ପ୍ରମାଣିତ ହେବାରେ ଲାଗିଛି। ଫେବୃଆରୀରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଙ୍ଗାଲୁରୁରେ ସାଧାରଣ ସଭାରେ ଯୋଗ ଦେଇଥିଲେ ସେଠାରେ ଉପସ୍ଥିତ ଥିବା ସମସ୍ତ ନେତାଙ୍କ ହିନ୍ଦୀ ଭାଷଣକୁ କେହିଁ ବୁଝି ପରି ନଥିଲେ। ଏହାକୁ ଦୃଷ୍ଟିରେ ରଖି ଅଧ୍ୟକ୍ଷ ଅମିତ ଶାହଙ୍କ ଭାଷଣକୁ କନ୍ନଡ଼ରେ ରୂପାନ୍ତରିତ କରିବା ଦାୟିତ୍ୱ ଅନନ୍ତ ହେଗଡ଼େ ନେଇଥିବାବେଳେ କେତେବେଳେ କେମିତି ପ୍ରହ୍ଲାଦ ଯୋଶୀଙ୍କୁ ମଧ୍ୟ ନିର୍ବାଚନ ପ୍ରଚାର ପାଇଁ କନ୍ନଡ଼ ରୂପାନ୍ତରିତ ଭାଷଣର ୍ରଆବଶ୍ୟକତା ପଡ଼ୁଛି। ପୂର୍ବ ବର୍ଷ ବିଜେପି ହିନ୍ଦୀକୁ କନ୍ନଡ଼ରେ ରୂପାନ୍ତରିତ କରିବା ପାଇଁ ସ୍ୱତନ୍ତ୍ର ଟ୍ରାନ୍ସଲେଟର ନିୟୋଜିତ କରିଥିବାବେଳେ ଚଳିତ ବର୍ଷ ଏହି କାମ ପାଇଁ ବିଜେପି ସେମାନଙ୍କ କର୍ମୀଙ୍କ ଉପରେ ନିର୍ଭର କରୁଛି। କର୍ଣ୍ଣାଟକରେ ବିଜେପି କର୍ମୀ କନ୍ନଡ଼ ଭଲ ଯାଣିଥିଲେ ମଧ୍ୟ ସେମାନେ ହିନ୍ଦୀ ଭାଷଣ ଠିକ୍‌ ବୁଝି ପାରୁ ନାହାନ୍ତି। ଫଳରେ ହିନ୍ଦୀ ଭାଷଣକୁ କନ୍ନଡ଼ରେ ରୂପାନ୍ତର କରିବା ଦ୍ୱାରା ବିଜେପିକୁ ବାରମ୍ଭାର ଝୁଣ୍ଟିବାକୁ ପଡ଼ୁଛି।

Leave A Reply