www.samajalive.in
Saturday, December 6, 2025
16.1 C
Bhubaneswar

ଏଠି ଅଣବ୍ରାହ୍ମଣ ମହିଳା ସାଜିଛନ୍ତି ପୂଜକ

ମୁମ୍ବଇ: ମହାରାଷ୍ଟ୍ରରେ ଏଭଳି ଏକ ସ୍ଥାନ ରହିଛି ଯେଉଁଠାରେ ଅଣବ୍ରାହ୍ମଣ ମହିଳାମାନେ ପୂଜକର ଦାୟିତ୍ୱ ନିର୍ବାହ କରନ୍ତି। ମୁମ୍ବଇଠାରୁ ୬୦ କିମିଦୂର ରାଇଗଡ଼ ଜିଲାର ମୋହୋପଡ଼ା ନାମକ ଏକ ଛୋଟ ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ପୁରୁଷଙ୍କ ତୁଳନାରେ ଏମାନଙ୍କର ଜ୍ଞାନ ଓ କାର୍ଯ୍ୟଦକ୍ଷତା ମଧ୍ୟ ପ୍ରଶଂସନୀୟ। ରକ୍ଷଣଶୀଳ ପରମ୍ପରାକୁ ଭାଙ୍ଗି ଆରମ୍ଭ ହୋଇଥିବା ଏହି ନୂଆ ଉଦ୍ୟମ ମହିଳା ସଶକ୍ତୀକରଣର ପ୍ରକୃଷ୍ଟ ଉଦାହରଣ ବୋଲି କୁହାଯାଉଛି।
ଆଲିବାଗ୍‍ ନିବାସୀ ୧୦୧ ବର୍ଷୀୟ ଜଣେ ଅବସରପ୍ରାପ୍ତ ସ୍କୁଲ୍‍ ଶିକ୍ଷକ ରାମେଶ୍ୱର କାର୍ଭେଙ୍କ ଉଦ୍ୟମ ଯୋଗୁଁ ମହିଳା ସଶକ୍ତିକରଣର ଏହି ଉଦାହରଣ ସୃଷ୍ଟି ହୋଇପାରିଛି। ଗତ ୧୮ ବର୍ଷ ଭିତରେ ସେ ଅଣବ୍ରାହ୍ମଣ ଓ ଅଳ୍ପଶିକ୍ଷିତ ପ୍ରାୟ ୧୫୦ ଜଣ ମହିଳାଙ୍କୁ ସଂସ୍କୃତ ଭାଷାରେ ଶିକ୍ଷା ଦେବା ସହିତ ଡିଗ୍ରୀ ମଧ୍ୟ ପ୍ରଦାନ କରିଛନ୍ତି। ଏଥିପାଇଁ ସେ ୫ଟି ସ୍କୁଲ୍‍ ଖୋଲିଛନ୍ତି। ୬ ମାସର ତାଲିମ୍‍ ପରେ ଏକ ଲିଖିତ ପରୀକ୍ଷା କରାଯାଉଛି। ତାଲିମ ବା ପାଠ ପଢ଼ା ବେଳେ କୌଣସି ହୋମ୍‍ୱାର୍କ ଦିଆଯାଏ ନାହିଁ। କେବଳ ସ୍କୁଲ୍‍ରେ ହିଁ ଯାହା ଶିକ୍ଷା ଓ ଅଭ୍ୟାସ କରାଯାଏ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପ୍ରମାଣପତ୍ର ଦିଆଯାଏ। ତା’ ପରେ ମହିଳାମାନେ ପୂଜା କାର୍ଯ୍ୟ କରନ୍ତି। ସବୁ ମହିଳା ପ୍ରଥମେ ମହରାଷ୍ଟ୍ରର ପବିତ୍ର ଓ ସର୍ବୋଚ୍ଚ ଗଣପର୍ବ ଗଣେଶ ପୂଜାରୁ ସେମାନଙ୍କର କର୍ମକାଣ୍ଡ ପୂଜା ବିଧି ଆରମ୍ଭ କରନ୍ତି।
ପ୍ରଥମେ ସେମାନଙ୍କୁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ବିରୋଧରେ ସମ୍ମୁଖୀନ ହେବାକୁ ପଡ଼ିଥିଲା। ପରବର୍ତ୍ତୀ ସମୟରେ ମୁ୍‍ମ୍ବଇ, ଥାନେ ଓ ନଭି ମୁମ୍ବଇରୁ ସେମାନଙ୍କୁ ନିମନ୍ତ୍ରଣ ମିଳିବା ପରେ ଚାହିଦା ଓ ଲୋକପ୍ରିୟତା ମଧ୍ୟ ବଢ଼ିବାରେ ଲାଗିଲା। ଏବେ ସେମାନେ ପୁରୁଷଙ୍କ ପରି ବିବାହ, ବ୍ରତ ଆଦି ସମସ୍ତ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟରେ ପୂଜକ ଦାୟିତ୍ୱ ତୁଲାଉଛନ୍ତି। ଏପରିକି କେବଳ ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ ଶନି ଶାନ୍ତି ପୂଜା ମଧ୍ୟ ସେହି ମହିଳାମାନେ ସମ୍ପନ୍ନ କରୁଥିବା ଦେଖିବାକୁ ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories