www.samajalive.in
Saturday, December 6, 2025
14.1 C
Bhubaneswar

ଏକ ତରଫା ପ୍ରେମରେ ଗଲା ଜୀବନ

ନେମାଳ : କଟକ ଜିଲା ନେମାଳ ଥାନା ଅନ୍ତର୍ଗତ ଜନାର୍ଦ୍ଦନପୁର ଗ୍ରାମ ପଞ୍ଚାୟତ ମାରଡ଼ା ଗ୍ରାମରେ ଜଣେ ଯୁବକ ଏକତରଫା ପ୍ରେମ କରି ପ୍ରେମିକାକୁ ବିଷ ଦେଇ ମାରିଦେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଉକ୍ତ ପ୍ରେମିକାର ମୃତ୍ୟୁ ହତ୍ୟା ନା ଅତ୍ମହତ୍ୟା ତାହା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଅଭିଯୋଗରୁ ପ୍ରକାଶ ଯେ, ମାରଡା ଗ୍ରାମର ନିରଞ୍ଜନ ବାରିକଙ୍କ ପୁତ୍ର ବିଶ୍ୱରଞ୍ଜନ ବାରିକ ସେହି ଗ୍ରାମର ନାରାୟଣ ସ୍ୱାଇଁଙ୍କ ଝିଅ ସଂଘମିତ୍ରା ସ୍ୱାଇଁ (୨୧)ଙ୍କୁ ଏକତରଫା ପ୍ରେମ କରୁଥଲା। ଝିଅ ସଂଘମିତ୍ରା ଏଥିରେ ରାଜି ନହେବାରୁ ବିଶ୍ୱରଂଜନ ମଇ ୨ ତାରିଖରେ ସଂଘମିତ୍ରାଙ୍କ ଭାଇ ସଂଗ୍ରାମକୁ ମୋବାଇଲ ଯୋଗେ ମେସେଜ ଦେଇ ତାର ଭଉଣୀକୁ ତାହାସହ ବିବାହ ନକରିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ତେବେ ବୁଧବାର ପ୍ରତ୍ୟୁଷରୁ ନାରାୟଣ ଓ ତାଙ୍କର ସ୍ତ୍ରୀ ମେଡିକାଲକୁ ଚିକିତ୍ସା ପାଇଁ ଯାଇଥିବାର ସୁଯୋଗ ନେଇ ବିଶ୍ୱରଂଜନ ନାରାୟଣଙ୍କ ଘରେ ପହଞ୍ଚି ଝିଅ ସଂଘମିତ୍ରାକୁ ପ୍ରବଳ ମାଡ଼ ମାରିବା ସହିତ ଯୋର ଜବରଦସ୍ତ ତାକୁ ବିଷ ପିଆଇଦେଇଥିବା ଝିଅର ପିତା ନେମାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପରେ ନାରାୟଣ ଓ ତାର ସ୍ତ୍ରୀ ଘରକୁ ଫେରି ଦେଖନ୍ତି ତ ଝିଅର ଅବସ୍ଥା ଶୋଚନୀୟ ହୋଇପଡିଛି। ଉକ୍ତ ଘଟଣା ସମ୍ପର୍କରେ ନାରାୟଣ ତାଙ୍କ ଝିଅ ସଂଘମିତ୍ରାକୁ ପଚାରିବାରେ ସେ କହିଲା ଯେ ବିଶ୍ୱରଂଜନ ତାକୁ ମାଡ଼ ମାରି ଜବରଦସ୍ତ ବିଷ ପିଆଇଦେଇଛି। ପରେ ତୁରନ୍ତ ନାରାୟଣ ଚିକିତ୍ସା ନିମନ୍ତେ ସଂଘମିତ୍ରାକୁ ଡାକ୍ତରଖାନା ନେବା ବାଟରେ ସଂଘମିତ୍ରାର ମୃତ୍ୟୁ ହୋଇଥିଲା। ଉକ୍ତ ଘଟଣା ସମ୍ପର୍କରେ ନାରାୟଣ ନେମାଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ଆଇଆଇସି ନିହାର ରଞ୍ଜନ ମହାନ୍ତି ଘଟଣାସ୍ଥଳରେ ପହଞ୍ଚିି ମୃତଦେହ ଜବତ କରି ତଦନ୍ତ କରିଥିବା ବେଳେ ୪୧/୧୯ରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories