www.samajalive.in
Sunday, December 7, 2025
23.1 C
Bhubaneswar

ଋଣ ଖିଲାପୀଙ୍କ ତାଲିକା ଦେଇଥିଲେ ରାଜନ୍‍

ନୂଆଦିଲ୍ଲୀ: ଯେଉଁ ବ୍ୟକ୍ତିମାନେ ବିପୁଳ ପରିମାଣର ଋଣ ନେଇ ପରିଶୋଧ କରୁ ନଥିଲେ ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇଥିଲେ ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ୍‍ ରାଜନ୍‍। ଏନ୍‍ପିଏ ପ୍ରସଙ୍ଗରେ ସଂସଦୀୟ କମିଟି ପକ୍ଷରୁ ହୋଇଥିବା ଜବାବ୍‍ ତଲବ ପରେ ରାଜନ୍‍ ଲିଖିତ ଆକାରରେ ଏହା ଜଣାଇଛନ୍ତି।
ମୁରଲୀ ମନୋହର ଯୋଶୀଙ୍କ ଅଧ୍ୟକ୍ଷତାରେ ଗଠିତ ସଂସଦୀୟ କମିଟିକୁ ରାଜନ୍‍ ଲେଖିଥିବା ଉତ୍ତରରେ କହିଛନ୍ତି ଯେ କେତେକ ଉଚ୍ଚାଭିଳାଷୀ ବ୍ୟାଙ୍କ ଓ ସରକାରୀ ଆଭିମୁଖ୍ୟ ଯୋଗୁଁ ଏନ୍‍ପିଏ ବୃଦ୍ଧି ପାଇଥିଲା। ବିଶେଷକରି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ ଏନ୍‍ପିଏ ପରିମାଣ ଚିନ୍ତାଜନକ ହୋଇଥିଲା। ଖିଲାପୀଙ୍କ ତାଲିକା ପ୍ରସ୍ତୁତ ଓ କାର୍ଯ୍ୟାନୁଷ୍ଠାନ ସୁପାରିସ ପାଇଁ ରାଜନ୍‍ ଏକ ସ୍ୱତନ୍ତ୍ର ସେଲ୍‍ ଗଠନ କରିଥିଲେ। ତଦନ୍ତକାରୀ ସଂସ୍ଥା ସହିତ ଉକ୍ତ ସେଲ୍‍ ନିରନ୍ତର ଯୋଗସୂତ୍ର ସ୍ଥାପନ କରୁଥିଲା। ଖିଲାପୀଙ୍କ ଏକ ତାଲିକା ପିଏମ୍‍ଓକୁ ପଠାଯାଇଥିଲା। କିନ୍ତୁ କୌଣସି ଜଣଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇନାହିଁ କି ଦୁର୍ନୀତି ରୋକିବାରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା ବୋଲି ରାଜନ୍‍ ଉକ୍ତ ପତ୍ରରେ ଉଲ୍ଲେଖ କରିଛନ୍ତି।
ରାଜନ୍‍ଙ୍କ ଏହି ପତ୍ର ସାର୍ବଜନୀନ ହେବା ପରେ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜାଣିଶୁଣି ଦୁର୍ନୀତିକୁ ପ୍ରଶୟ ଦେଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ କଂଗ୍ରେସ ଅମଳରେ ଏନ୍‍ପିଏ ବୃଦ୍ଧି ପାଇଛି ବୋଲି ରାଜନ୍‍ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିବା ବିଜେପି ନେତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ପାଲଟା ଅଭିଯୋଗ କରିଛନ୍ତି। ଉପା ସରକାର ଅମଳରେ କୋଇଲା ଦୁର୍ନୀତି, ଟୁଜି ସ୍ପେକ୍ଟ୍ରମ୍‍ ଦୁର୍ନୀତି, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦୁର୍ନୀତି ପରି ଆର୍ଥିକ କାରବାରରେ ବହୁ ଅନିୟମିତତା ହୋଇଥିବାରୁ ଏନ୍‍ପିଏ ବୃଦ୍ଧି ପାଇଥିବା ଇରାନୀ କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories