ଉନ୍ମୋଚିତ ହେଲା ଦେଶର ପ୍ରଥମ ସବୁଠାରୁ ଦ୍ରୁତଗତି ସମ୍ପନ୍ନ ଟ୍ରେନ ଇଞ୍ଜିନ୍‌

0

ନୂଆଦିଲ୍ଲୀ: ଭାରତୀୟ ପରିବହନ କ୍ଷେତ୍ରରେ ଆଜି ଏକ ମାଇଲ ଖୁଣ୍ଟ ଭାବରେ ଉନ୍ମୋଚିତ ହୋଇଛି ଦେଶର ପ୍ରଥମ ଦ୍ରୃତଗତି ସମ୍ପନ୍ନ ଟ୍ରେନ ଇଞ୍ଜିନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିଦୁ୍ୟତ ଚାଳିତଟ୍ରେନ ଇଞ୍ଜିନକୁ ବିହାର ମେଧାପୁରଠାରେ ଉନ୍ମୋଚିତ କରିଛନ୍ତି। ଭାରତ ଓ ଫ୍ରାନ୍ସ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ଦେଶକୁ ୮୦୦ଟି ଏଭଳି ଦ୍ରୁତିଗତି ସମ୍ପନ୍ନ ଟ୍ରେନ ଇଞ୍ଜନ ପ୍ରଦାନ କରିବାକୁ ଫ୍ରାନ୍ସ ଚୁକ୍ତି କରିଥିଲା। ଏହି ଚୁକ୍ତି ଅନୁଯାୟୀ ପ୍ରଥମ ୫ଟି ଭାରତକୁ ଆଜି ହସ୍ତାନ୍ତର କରାଯାଇ ଥିବାବେଳେ ଅବଶିଷ୍ଟ ୭୯୫ଟି ଇଞ୍ଜନ୍‌ ୧୧ବର୍ଷ ମଧ୍ୟରେ ଫ୍ରାନ୍ସ ସହାୟତାରେ ଭାରତରେ ନିର୍ମାଣ କରାଯିବ। ଏଥିପାଇଁ ଭାରତ ସରକାରଙ୍କୁ ୨୦୦୦୦କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିବାବେଳେ କେବଳ ଇଞ୍ଜିନ କାରଖାନା ପାଇଁ ୧୩୦୦କୋଟି ଖର୍ଚ୍ଚ କରୁଛି କେନ୍ଦ୍ର ସରକାର। ବିହାରର ମାଧେପୁରଠାରେ ଏଭଳି କାରଖାନା ନିର୍ମାଣ କରାଯାଉଛି। ଗୋଟିଏ ଇଞ୍ଜନ ବିହାର ମାଧେପୁର ରେଳ ବିଭାଗକୁ ହସ୍ତାନ୍ତର କରାଯାଇ ଥିବାବେଳେ ଅନ୍ୟ ଦୁଇଟିକୁ ୟୁପିର ସାହାରନପୁର ରେଳବାଇକୁ ପ୍ରଦାନ କରାଯାଇଛି। ସେହପିର ମହାରାଷ୍ଟ୍ରର ନାଗପୁରକୁ ୨ଟି ଇଞ୍ଜନ ପ୍ରଦାନ କରାଯାଇଛି। ଅବଶିଷ୍ଟ ଇଞ୍ଜନ ୨୫କୋଟି ବିନିମୟରେ ଭାରତରେ ନିର୍ମାଣ କରିବାକୁ କେନ୍ଦ୍ର ଫ୍ରାନ୍ସ ସହ ଚୁକ୍ତି କରିଛି।
ଏହି ଇଞ୍ଜନ ସର୍ବାଧିକ ୧୧୦କିମି ପ୍ରତି ଘଣ୍ଟାରେ ଗତି କରି ପାରିବ। ଭାରତ ପାଖରେ ସର୍ବାଧିକ ୬୦୦୦ଏଚପି କ୍ଷମତା ସମ୍ପନ୍ନ ଇଞ୍ଜନ ରହିଥିବାବେଳେ ପ୍ରଥମ ଥର ପାଇଁ ଭାରତ ୧୨୦୦୦କ୍ଷମତା ସମ୍ପନ୍ନ ଇଞ୍ଜିନର ବ୍ୟବହାର କରିବାକୁ ଯାଉଛି। ରୁଷ, ଚୀନ, ଜର୍ମାନୀ ଓ ସ୍ୱିଡ଼େନ ପରେ ଭାରତ ଏହି ଦ୍ରୁତଗତି ସମ୍ପନ୍ନ ଇଞ୍ଜିନ ବ୍ୟବହାର ତାଲିକାରେ ସ୍ଥାନିତ ହୋଇଛି। ୨୦୧୯-୨୦ ଅର୍ଥନୈତିକ ବର୍ଷ ମଧ୍ୟରେ ମାଧେପୁର କାରଖାନାରୁ ୩୫ଟି ଦ୍ରୁତଗତି ସମ୍ପନ୍ନ ବିଦୁ୍ୟତଚାଳିତ ଇଞ୍ଜିନ ନିର୍ମାଣର ଲକ୍ଷ୍ୟ ରଖିଛି ଭାରତ। ଦେଶର ପରିବହନ କ୍ଷେତ୍ରକୁ ଅଧିକ ବିକଶିତ କରିବା ସହ ଏହାର ଖର୍ଚ୍ଚକୁ କମ୍‌ କରିବା ପାଇଁ ରେଳବାଇ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ଦ୍ରୁତଗତି ସମ୍ପନ୍ନ ଇଞ୍ଜିନ ଭାରତରୁ ଉତ୍ପାଦିତ କୋଇଲା, ଲୁହାପଥର ପରିବହନ କ୍ଷେତ୍ରକୁ ବିକଶିତ କରିବ ବୋଲି ରେଳବାଇ ପକ୍ଷରୁ ଆଶାପ୍ରକାଶ କରାଯାଇଛି।

Leave A Reply