www.samajalive.in
Saturday, December 13, 2025
27.1 C
Bhubaneswar

ଆସାମ ମଦ ମୃତ୍ୟୁସଂଖ୍ୟା ୯୩କୁ ବୃଦ୍ଧି

ଗୁଆହାଟୀ: ଆସାମ ଗୋଲଘାଟ ଜିଲାରେ ବିଷାକ୍ତ ମଦ ପାନ କରି ଶନିବାର ସୁଦ୍ଧା ୯୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ କେତେଜଣ ମହିଳା ଅଛନ୍ତି। ଶନିବାର ସକାଳ ସୁଦ୍ଧା ୫୯ ଜଣଙ୍କ ମୃତ୍ୟୁ ଘଟିଥିଲା। କିନ୍ତୁ କ୍ରମାଗତ ଭାବେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏବେ ବି ଜୋରହାଟ ଏବଂ ଗୋଲଘାଟ ଜିଲା ଡାକ୍ତରଖାନାରେ ୧୦୦ରୁ ଊର୍ଦ୍ଧ୍ବ ଲୋକ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ତେଣୁ ଆଗକୁ ମୃତକଙ୍କ ସଂଖ୍ୟାରେ ବୃଦ୍ଧି ଘଟିବ ବୋଲି ଆଶଙ୍କା କରାଯାଉଛି।
ସୂଚନା ଅନୁସାରେ ଏକ ଚାହା ବଗିଚାରେ ୨୫୦ରୁ ଊର୍ଦ୍ଧ୍ବ ଲୋକ ମଦ ପିଇଥିଲେ। ଏହି ମଦ ଗୋଟିଏ ଦୋକାନରୁ କିଣା ଯାଇଥିଲା। ସମସ୍ତେ ସାଲିମାର ଚାହା ବଗିଚାରେ କାମ କରୁଥିଲେ। ପୁଲିସ୍‍ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି। ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି। ଏହି ଘଟଣାରେ ଜିଲାର ୨ ଜଣ ଅବକାରୀ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଗୋଲଘାଟ ଜିଲା ହସ୍ପିଟାଲର ଜଣେ ଡାକ୍ତର କହିଛନ୍ତି ଯେ ବିଷାକ୍ତ ଦେଶୀ ମଦ ପାନ କରି ସମସ୍ତଙ୍କ ମୃତ୍ୟୁ ଘଟିଛି। ହସ୍ପିଟାଲକୁ ଆସିଥିବା ଅଧିକାଂଶ ଲୋକଙ୍କ ଅବସ୍ଥା ସଂକଟାପନ୍ନ ଥିଲା। ଆସାମ ମୁଖ୍ୟମନ୍ତ୍ରୀ ଏନେଇ ମଣ୍ଡଳ ଆୟୁକ୍ତ ଜୁଲି ସୋନୋୱାଲଙ୍କୁ ଘଟଣାର ତଦନ୍ତ ନେର୍ଦେଶ ଦେଇଛନ୍ତି। ଏକ ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ସୋନେୱାଲଙ୍କ ସମେତ ରାଜ୍ୟର ଶକ୍ତି ମନ୍ତ୍ରୀ ତପନ କୁମାର ଗୋଗୋଇ, ସାଂସଦ କାମାକ୍ଷା ପ୍ରସାଦ ତାସା ଏବଂ ବିଧାୟକ ମୃଣାଳ ସୌକିୟା ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।

Hot this week

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

Related Articles

Popular Categories