ନୂଆଦିଲ୍ଲୀ : ଆସାମର ଜାତୀୟ ନାଗରିକ ପଞ୍ଜୀକରଣ (ଏନଆରସି)ର ଚିଠା ତାଲିକାରୁ ବାଦ୍ ପଡିଥିବା ନାଗରିକଙ୍କ ଠାରୁ ଅଭିଯୋଗ ଓ ଦାବି ପତ୍ର ଗ୍ରହଣ ଲାଗି ସୁପ୍ରିମକୋର୍ଟ ବୁଧବାର ନିର୍ଦେଶ ଦେଇଛନ୍ତି। ବିଚାରପତି ରଞ୍ଜନ ଗୋଗଇ ଓ ବିଚାରପତି ଆରଏଫ ନରିମାନଙ୍କୁ ନେଇ ଗଠିତ ପୀଠ ଏହି ନିର୍ଦେଶ ଦେଇଛନ୍ତି। ନିର୍ଦେଶ ଅନୁଯାୟୀ ସେପ୍ଟେମ୍ବର ୨୫ରୁ ୬୦ଦିନ ପାଇଁ ଅଭିଯୋଗ ଓ ଦାବି ପତ୍ର ଗ୍ରହଣ କରାଯିବ। ଗତ ଜୁଲାଇରେ ପ୍ରକାଶ ପାଇଥିବା ଏନଆରସି ଚିଠା ତାଲିକାରୁ ୪୦ଲକ୍ଷ ଲୋକ ବାଦ ପଡିଛନ୍ତି। ବାଦ ପଡିଥିବା ନାଗରିକମାନେ ତାଲିକାରେ ସାମିଲ ନେଇ ପୁନଃ ଦାବି କରିପାରିବେ କିମ୍ବା ବାଦ ପଡିବା ନେଇ ନିଜର ଅଭିଯୋଗ ଦାୟର କରିପାରିବେ। ଅକ୍ଟୋବର ୨୩ରେ ସୁପ୍ରିମକୋର୍ଟ ଏହା ଉପରେ ପରବର୍ତ୍ତୀ ଶୁଣାଣି କରିବେ।
Popular Categories



