www.samajalive.in
Sunday, December 7, 2025
23.1 C
Bhubaneswar

ଆରବିଆଇର ନଗଦ ଆବଶ୍ୟକ: ଉର୍ଜିତ

ନୂଆଦିଲ୍ଲୀ: ଅତ୍ୟାବଶ୍ୟକ ଚାହିଦା ପୂରଣ ଓ ମୁଦ୍ରା ବଜାରରେ ଅସ୍ଥିରତା ପରିଚାଳନା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ନଗଦ ଜମା ଆବଶ୍ୟକ। ତେଣୁ ଆରବିଆଇ ଭଣ୍ଡାରରେ ପର୍ଯ୍ୟାପ୍ତ ପରିମାଣାରେ ନଗଦ ମହଜୁଦ ରଖିବାକୁ ପଡ଼ିବ। ସଂସଦୀୟ କମିଟି ଆଗରେ ମଙ୍ଗଳବାର ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ ଉପରୋକ୍ତ ମତ ଦେଇଛନ୍ତି। ଏହି ମନ୍ତବ୍ୟ ଜରିଆରେ ଉର୍ଜିତ କେନ୍ଦ୍ର ସରକାରଙ୍କୁ ନଗଦ ହସ୍ତାନ୍ତର ପାଇଁ ଅସମ୍ମତ ଥିବା ପରୋକ୍ଷରେ ଜଣାଇ ଦେଇଛନ୍ତି।
ସୂଚନାଯୋଗ୍ୟ, ଭାରତୀୟ ରିଜର୍ଭ ବ୍ୟାଙ୍କ ପାଖରେ ପ୍ରାୟ ୯.୭ଲକ୍ଷ କୋଟି ଟଙ୍କାର ନଗଦ ରହିଛି। ଜନକଲ୍ୟାଣ ଲାଗି ଏଥିରୁ ଏକ-ତୃତୀୟାଂଶ ହସ୍ତାନ୍ତର କରିବାକୁ କେନ୍ଦ୍ର ସରକାର ଆରବିଆଇ ଉପରେ ଚାପ ପକାଇ ଆସୁଛନ୍ତି। ଏହାକୁ ନେଇ ଆରବିଆଇ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ମତାନ୍ତର ଦେଖାଦେଇଛି। ଏହି ବିବାଦକୁ ନେଇ କେନ୍ଦ୍ର ସରକାର ଆରବିଆଇର ଧାରା ୭ ପ୍ରୟୋଗ କରିପାରନ୍ତି ଏବଂ ଏହି ବିବାଦ ଓ ମତଭେଦକୁ ନେଇ ଉର୍ଜିତ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ଚାଲିଥିଲା।
ଆରବିଆଇର ନିର୍ଦେଶନା ମଣ୍ଡଳୀ ବୈଠକ ପରେ ଏହି ବିବାଦ ଆପାତତଃ ଥମି ଯାଇଥିଲେ ହେଁ ସମ୍ପୂର୍ଣ୍ଣ ସମାଧାନ ହୋଇପାରିନାହିଁ।
ଏଭଳି ସମୟରେ ଉର୍ଜିତ ସଂସଦୀୟ କମିଟି ସମ୍ମୁଖରେ ହାଜର ହୋଇ କେତେକ ମତ ରଖିଥିଲେ। କଂଗ୍ରେସର ବରିଷ୍ଠ ନେତା ଏମ୍‍ ବିରାପ୍ପା ମୋଇଲୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଆରବିଆଇ ନଗଦ ଜମା ପ୍ରସଙ୍ଗ ସହିତ, ବିମୁଦ୍ରାକରଣ ପରବର୍ତ୍ତୀ ସ୍ଥିତି, ମୁଦ୍ରାସ୍ଫୀତି ଓ ଋଣ ବଜାର ଆଦି ବିଷୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories