ଶ୍ରୀନଗର: ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡ଼ରେ ଜଣେ ପୁଲିସ କର୍ମଚାରୀ ସହିଦ ହୋଇଛନ୍ତି। ପୁଲିସ ସୂଚନା ଅନୁଯାୟୀ, ଦକ୍ଷିଣ କାଶ୍ମୀରର ସୋଫିଆନ୍ ଜିଲାରେ ଆଜି ସକାଳେ ଆତଙ୍କବାଦୀମାନେ ଏକ ପୁଲିସ ଷ୍ଟେସନ୍ ଉପରକୁ ଗ୍ରେନେଡ୍ ମାଡ଼ କରିଥିଲେ। ପରେ ପରେ ସେମାନେ ଷ୍ଟେସନ୍ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ। ଏଥିରେ କାର୍ଯ୍ୟରତ ଜଣେ ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ଆତଙ୍କବାଦୀମାନେ ନିକଟସ୍ଥ ଜଙ୍ଗଲକୁ ଲୁଚି ଚାଲି ଯାଇଥିବା ସୂଚନା ମିଳିଛି। ଉକ୍ତ ଅଞ୍ଚଳକୁ ସୁରକ୍ଷା କର୍ମୀମାନେ ଚାରିପଟୁ ଘେରି ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି।



