nua o banner

ଆଇପିଏସ୍‌ ସ୍ତରରେ ଅଦଳବଦଳ

BSKY banner  750×100
0

ଭୁବନେଶ୍ୱର: ବରିଷ୍ଠ ପୁଲିସ ସ୍ତରରେ ଶୁକ୍ରବାର ସରକାର ଅଦଳ ବଦଳ କରିଛନ୍ତି। ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ଘନଶ୍ୟାମ ଉପାଧ୍ୟାୟଙ୍କୁ ସ୍ୱତନ୍ତ୍ର ଗୁଇନ୍ଦା ଶାଖା(ଏସ୍‌ଆଇଡବ୍‌ଲ୍ୟୁ) ଆଇଜି ଭାବେ ବଦଳି କରାଯାଇଛି। ସେହିପରି ଏସ୍‌ଆଇଡବ୍‌ଲ୍ୟୁ ଡିଆଇଜି ନରସିଂହ ଭୋଳଙ୍କୁ ତାଳଚେର(ଉତ୍ତର କେନ୍ଦ୍ରାଞ୍ଚଳ) ରେଞ୍ଜ ଡିଆଇଜି ଭାବେ ବଦଳି କରାଯାଇଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳସଚିବ ଥିବା ଡ. ସୂର୍ଯ୍ୟ ଥାଙ୍କପାନ୍‌ଙ୍କୁ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀ(ବିପିଏସ୍‌ପିଏ)ର ଡିଆଇଜି ତଥା ଉପନିର୍ଦେଶକ ଦାୟିତ୍ୱ ଦିଆଯାଇଥିବା ବେଳେ କୁମାର ସାରା ଶର୍ମାଙ୍କୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ପି ଓ କୁମାରୀ ପଦ୍ମିନୀ ସାହୁଙ୍କୁ ପାନପୋଷ ଏସ୍‌ଡିପିଓ ଭାବେ ବଦଳି କରାଯାଇଛି।

Leave A Reply