www.samajalive.in
Monday, December 15, 2025
26.1 C
Bhubaneswar

ନାଟୋ ମୁଖ୍ୟଙ୍କ ଦାୟିତ୍ଵହୀନ ମନ୍ତବ୍ୟକୁ ଭାରତର ନିନ୍ଦା

ସମାଜ ଡିଜିଟାଲ ଡେସ୍କ: ନାଟୋ ମୁଖ୍ୟ ମାର୍କ ରୁଟ୍‌ଙ୍କ ଦାୟିତ୍ଵହୀନ ମନ୍ତବ୍ୟର ଦୃଢ଼ ନିନ୍ଦା କରିଛି ଭାରତ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁନର୍ବାର ଶୁଳ୍କ ଲାଗୁ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଫୋନ କରିଥିବା ରୁଟ୍‌ କହିଥିଲେ। ରୁଟଙ୍କ ଏହି ମନ୍ତବ୍ୟ ସମ୍ପୂର୍ଣ୍ଣ ଭାବେ ଭିତ୍ତିହୀନ ଏବଂ ତ୍ରୁଟିପୂର୍ଣ୍ଣ ବୋଲି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କଡ଼ା ଶବ୍ଦରେ କୁହାଯାଇଛି।

ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସଓ୍ବାଲ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଟ୍ରମ୍ପଙ୍କ ଟାରିଫ ବୃଦ୍ଧି ଘୋଷଣା ପରେ ପ୍ରଧାନମନ୍ତ୍ରୀ ପୁଟିନଙ୍କ ସହ କଥା ହେବାର କୌଣସି କାରଣ ନାହିଁ। ଏଭଳି କୌଣସି ବାର୍ତ୍ତାଳାପ ହୋଇନାହିଁ। ନାଟୋ ଭଳି ଏକ ଗୁରୁତ୍ଵପୂର୍ଣ୍ଣ ସଂଗଠନର ମୁଖ୍ୟ ସର୍ବସାଧାରଣରେ ମନ୍ତବ୍ୟ ଦେବା ସମୟରେ ଦାୟିତ୍ଵବାନ ହେବା ଦରକାର ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଆକଳନ କରି ମନ୍ତବ୍ୟ ଦେବା ବା ଦାୟିତ୍ଵହୀନ ମନ୍ତବ୍ୟ ଦେବା ଆଦୌ ଗ୍ରହଣୀୟ ନୁହେଁ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories