www.samajalive.in
Monday, December 15, 2025
26.1 C
Bhubaneswar

ବରେଲୀରେ ନମାଜ ପାଠ ପରେ ହିଂସା, ପୁଲିସର ଲାଠିମାଡ଼

ସମାଜ ଡିଜିଟାଲ ଡେସ୍କ: ଉତ୍ତରପ୍ରଦେଶର ବରେଲିରେ ଶୁକ୍ରବାର ନମାଜ ପାଠ ପରେ ହିଂସା ସୃଷ୍ଟି ହୋଇଛି। ଆନ୍ଦୋଳନକାରୀ ମୁସଲମାନମାନେ ବିକ୍ଷୋଭ ପ୍ରଦର୍ଶନ ସମୟରେ ପୁଲିସ ଉପରକୁ ପଥର ମାଡ଼ କରିବାରୁ ପୁଲିସ ପକ୍ଷରୁ ଲାଠିମାଡ଼ କରାଯାଇଛି। ସନ୍ଧ୍ୟା ସୁଦ୍ଧା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ‘ଆଇ ଲଭ ମହମ୍ମଦ’ ପୋଷ୍ଟରକୁ ନେଇ ବିବାଦ ଆରମ୍ଭ ହୋଇଛି। ବିଭିନ୍ନ ସ୍ଥାନରେ, ଗାଡ଼ି ମୋଟରରେ ଏହି ପୋଷ୍ଟର ମରାଯିବା ପରେ ମୁସଲମାନଙ୍କର ଗୋଟିଏ ଗୋଷ୍ଠୀ ଏହାକୁ ବିରୋଧ କରିଛି। ପୋଷ୍ଟର ଚିରି ଏଠି ସେଠି ତଳେ ପଡ଼ିବ ଏବଂ ଲୋକେ ତାହା ଉପରେ ଚାଲିବେ। ଯାହାଫଳରେ ମହମ୍ମଦଙ୍କ ପ୍ରତି ଏହା ଅପମାନ ହେବ ବୋଲି ଦର୍ଶାଇ ଆଲା ହଜରତ ଦରଘା ଏବଂ ଆଇଏମସି ମୁଖ୍ୟ ମୌଲାନା ତକୀର ରାଜା ଖାନଙ୍କ ଘର ବାହାରେ ବହୁ ସଂଖ୍ୟ ଆନ୍ଦୋଳନକାରୀ ଏକାଠି ହୋଇଥିଲେ। ସେମାନେ ହାତରେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ଗୁରୁବାରଠାରୁ ମୌଲାନା ତକୀର ରାଜା ଏହି ବିକ୍ଷୋଭ ପ୍ରଦର୍ଶନ ପାଇଁ ଡାକରା ଦେଇଥିଲେ। ତେଣୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ଫ୍ଲାଗମାର୍ଚ୍ଚ କରିଥିଲା। ହେଲେ ଆନ୍ଦୋଳନକାରୀମାନେ ପୁଲିସ ଉପରକୁ ପଥର ମାଡ଼ କରିଥିଲେ। ଯାହା ଫଳରେ ପୁଲିସ ସେମାନଙ୍କ ଉପରେ ଲାଠି ମାଡ଼ କରିଥିଲା। ଏହାକୁ ନେଇ ଉତ୍ତେଜନା ବୃଦ୍ଧି ପାଇଥିଲା। ତେବେ ସନ୍ଧ୍ୟା ସୁଦ୍ଧା ପରିସ୍ଥିତି ଶନ୍ତିପୂର୍ଣ୍ଣ ରହିଥିବା ପୁଲିସ ଆଇଜି ଅଜୟ ସାହାଣୀ କହିଛନ୍ତି।

- Advertisement -

ପରିସ୍ଥିତିକୁ ଦୃଷ୍ଟିରେ ରଖି ସାରା ଜିଲାରେ ୧୬୩ ଧାରା ଲାଗୁ କରାଯାଇଛି। ଶାନ୍ତି ଭଙ୍ଗ ପାଇଁ ହେଉଥିବା କୌଣସି ଉଦ୍ୟମକୁ ଗ୍ରହଣ କରାଯିବ ନାହିଁ ବୋଲି ଜିଲାପାଳ ଅବିନାଶ ସିଂହ କହିଛନ୍ତି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories