www.samajalive.in
Monday, December 15, 2025
26.1 C
Bhubaneswar

ବଜ୍ରାଘାତରେ ୧୫ ଗୋରୁ ମୃତ, ୨୦ ହଜାର ଟଙ୍କା ସହାୟତା ଦେବ ବିଭାଗ

ବାଙ୍ଗିରିପୋଷି:  ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଳକ ଅନ୍ତର୍ଗତ ଜଳଡିହା ଗ୍ରାମରେ ବଜ୍ରାଘାତରେ ୧୫ ଟି ଗୋରୁ ମୃତ୍ୟୁ ବରଣ କରିଥିବା ବେଳେ ଗୋଟିଏ ଗୁରୁତର ହୋଇଛି। ସରକାରୀ ସହାୟତା ଭାବେ ପ୍ରତ୍ୟେକ ମୃତ ଗୋରୁ ପିଛା ୨୦ ହଜାର ଟଙ୍କା ମିଳିବ ବୋଲି ପ୍ରାଣୀ ବିଭାଗ ତରଫରୁ କୁହାଯାଇଛି।

ସୂଚନା ମୁତାବକ, ଶୁକ୍ରବାର ସନ୍ଧ୍ୟା ସମୟରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଗ୍ରାମ ନିକଟରେ ଥିବା ଏକ ପଡିଆରେ କିଛି ବଳଦ ଓ ଗାଈ ଚରୁଥିବା ବେଳେ ବର୍ଷା ଯୋଗୁଁ ସେମାନେ ନିକଟସ୍ଥ ଏକ ପଣସ ଗଛ ମୂଳରେ ଆଶ୍ରୟ ନେଇଥିଲେ। ତେବେ ହଠାତ ବଜ୍ରପାତ ହେବା ଫଳରେ ଗଛ ମୂଳରେ ଥିବା ଗୋରୁଗୁଡିକ ସଜ୍ଞାହୀନ ହୋଇ ମୃତ୍ୟୁ ବରଣ କରିଥିଲେ। ଖବର ପାଇ ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ସୁଗଦା ମୁର୍ମୁ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାର ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ବାଙ୍ଗିରିପୋଷି ବିଧାୟକ ସଞ୍ଜଲୀ ମୁର୍ମୁ ଘଟଣା ବିଷୟରେ ଜାଣି ଦୁଃଖ ପ୍ରକାଶ କରିବା ସହ ତାଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଣୀ ବିଭାଗ ତରଫରୁ ବିଭାଗୀୟ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସରକାରୀ ସହାୟତା ଭାବେ ପ୍ରତ୍ୟେକ ମୃତ ଗୋରୁ ପିଛା ୨୦ ହଜାର ଟଙ୍କା ମିଳିବ ବୋଲି ପ୍ରାଣୀ ବିଭାଗ ତରଫରୁ କୁହାଯାଇଛି।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories