www.samajalive.in
Sunday, December 14, 2025
26.1 C
Bhubaneswar

ଦୁଇଦିନ ଧାନ ଉଠାଇବେନି ମିଲର୍ସ

ବରଗଡ଼ : ବରଗଡ଼ ଜିଲାରେ ଏବେ ଅଦିନିଆ ବର୍ଷା ଯୋଗୁଁ ଧାନ ନଷ୍ଟ ହୋଇଥିବା ଯୋଗୁଁ ଚାଷୀ ଧାନ କିଣାବିକାକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଶାସନ ଠାରେ ଦାବି କରୁଥିବାବେଳେ ଏବେ ମିଲର୍ସମାନେ ଧାନ ନଉଠାଇବା ପାଇଁ ପ୍ରଶାସନକୁ ଲିଖିତ ଭାବେ ଜଣାଇଛନ୍ତି। ରାଜ୍ୟରେ ମୌସୁମୀ ବାୟୁ ପ୍ରବେଶ କରିଥିବା ବେଳେ କେତେବେଳେ ବି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମାତ୍ର ଏପରି ସ୍ଥଳେ ମିଲର୍ସ ମାନେ ନିଜର ପ୍ରାପ୍ୟ ଠିକ୍‌‌ ଭାବେ ପାଉ ନଥିବାରୁ ଆଜି ଏବଂ ଆସନ୍ତାକାଲି ଦୁଇଦିନ ଜିଲାର କୌଣସି ମଣ୍ଡିରୁ ଧାନ ଉଠାଇବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ବରଗଡ଼ ରାଇସ ମିଲର୍ସ ଆସୋସିଏସନର ଆବାହକ ନିତେଶ ବଂଶଲ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ ଧାନ ଉଠାଇବା ଓ କଷ୍ଟମ ମିଲିଂରେ ଚାଉଳ ଦେବା ଭଳି ପରିସ୍ଥିତି ଏଥର ଯେପରି ହୋଇଛି ଗତ ୨୫ ବର୍ଷ ଭିତରେ ସେପରି ସ୍ଥିତି ହୋଇ ନଥିଲା। ଧାନ ଓ ଚାଉଳ ଗଦାହୋଇ ରହିଥିବାରୁ ଚାଉଳର ମାନ ନଷ୍ଟ ହେଉଛି ଓ ଏହା ଦ୍ବାରା ମିଲର୍ସଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡୁଛି। ସେହିପରି ସରକାର ମିଲର୍ସମାନଙ୍କୁ ପ୍ରତି ମାସରେ ଏଫଆର​‌େ​‌କ ଚାଉଳ ବାବଦକୁ ଦେଉଥିବା ପାଉଣା ୨୦୨୩-୨୪ର ଏଯାଏଁ ଦେଇନାହାନ୍ତି। ୨୦୨୩-୨୪ର ଖରିଫର ଚୂଡ଼ାନ୍ତ ପ୍ରାପ୍ୟ ଏଯାଏ ଦେଇ ନାହାନ୍ତି। ୨୦୨୩-୨୪ର ମଣ୍ଡି ଶ୍ରମିକ ପ୍ରାପ୍ୟ ମିଲର୍ସମାନଙ୍କୁ ମିଳିନାହିଁ। ଅନ୍ୟ ଜିଲାକୁ ପରିବହନ ହୋଇଥିବା ଖର୍ଚ୍ଚ ମଧ୍ୟ ସରକାର ଦେଇ ନାହାନ୍ତି। ଗୋଟିଏ ବର୍ଷ ହେଲା ମିଲର୍ସମାନଙ୍କୁ ସେମାନଙ୍କ ପାଉଣା ଦିଆଯାଇ ନାହିଁ କେବଳ ଚାଷୀମାନଙ୍କଠାରୁ ଧାନ କିଣିବା ପାଇଁ ବାଧ୍ୟ କରାଯାଉଛି। ଏପରି ସ୍ଥିତିରେ ମିଲର୍ସ ମାନେ ବହୁତ କ୍ଷତି ସହୁଛନ୍ତି। ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଓ ଚାପ ସୃଷ୍ଟି ପାଇଁ ଆସନ୍ତା ୯ ଓ ୧୦ ତାରିଖ ଦୁଇ ଦିନ ମିଲର୍ସମାନେ କୌଣସି ମଣ୍ଡିରୁ ଧାନ ଉଠାଇବେ ନାହିଁ ବୋଲି ଲିଖିତ ଭାବେ ପ୍ରଶାସନକୁ ଜଣାଇଛନ୍ତି। ସରକାର ଯଦି ଏଦିଗରେ କିଛି ପଦକ୍ଷେପ ନେବେ ନାହିଁ ତାହେଲେ ଆସନ୍ତା ୧୬ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଧାନ ଉଠାଇବା ବନ୍ଦ ରହିବ ବୋଲି ମିଲର୍ସ ଆସୋସିଏସନ୍‌ ପକ୍ଷରୁ ଆବାହକ ନିତେଶ ବଂଶଲ ସୂଚନା ଦେଇଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories