www.samajalive.in
Monday, December 15, 2025
27.1 C
Bhubaneswar

ହୀରାକୁଦକୁ ପ୍ରଥମ କରି ଯୁକ୍ତରାଷ୍ଟ୍ର ଆମେରିକାରୁ ଆସିଲେ ପକ୍ଷୀ

ବୁର୍ଲା: ୭୦୦ ବର୍ଗ କିଲୋମିଟର ପରିମିତ ହୀରାକୁଦ ନଦୀବନ୍ଧର କୁତ୍ରିମ ହ୍ରଦକୁ ଶୀତ ବଢ଼଼ିବା ସହିତ ପକ୍ଷୀମାନଙ୍କ ଆଗମନ ଆରମ୍ଭ ହୋଇଛି। ଏଥର ଯୁକ୍ତରାଷ୍ଟ୍ର ଆମେରିକାରୁ ହଜାର ହଜାର କିଲୋମିଟର ଆକାଶପଥ ଅତିକ୍ରମ କରି ପରିବ୍ରାଜକ ପକ୍ଷୀମାନେ ଆସୁଛନ୍ତି। ଏଥର ଆସନ୍ତା ଜାନୁଆରୀ ୧୮ ତାରିଖ ଦିନ ପକ୍ଷୀଗଣନା କରାଯିବ ବୋଲି ହୀରାକୁଦ ଡ଼ିଏଫଓ ଅଂଶୁପ୍ରଜ୍ଞା ଦାସ କହିଛନ୍ତି।

ବର୍ତ୍ତମାନ ହୀରାକୁଦ ହ୍ରଦରେ ପହଞ୍ଚିଥିବା ପକ୍ଷୀମାନଙ୍କ ମଧ୍ୟରେ ୟୁରୋ ଏସିଆନ, ବ୍ୱିଜନ, ଗାର୍ଡ଼ ବ୍ୱାଲ, ମାଲାର୍ଡ଼, ସ୍ମଲ ଗ୍ରେଫ୍‌‌, କ୍ରିଏଟେ ଡ଼ ଗ୍ରେଫ୍‌‌, ନର୍ଦେନ ସୋଭେଲର, ୫ ରୁ ୬ ପ୍ରଜାତିର ଗଲ, ୪ ପ୍ରଜାତିର ଟର୍ଣ୍ଣସ, ଟଫ୍‌‌ଟେଡ଼ ଡକ, ଓଚାର୍ଡ, ୱିସିଲିଂ ଡକ, ସେଣ୍ଟ ପାଇପର, ନର୍ଦେର୍ଣ୍ଣ ଟିଣ୍ଟେଲ୍ସ ପ୍ରମୁଖ ପ୍ରଜାତି ରହିଛନ୍ତି। ହୀରାକୁଦରେ ଦିନବେଳା ତାପମାତ୍ରା ୨୦ରୁ ୨୬ ଡ଼ିଗ୍ରୀ ସେଲସିୟସ ଓ ରାତିରେ ୧୦ ଡ଼ିଗ୍ରୀ ସେଲସିୟସ ରହିଥିବାରୁ ବିଦେଶୀ ପକ୍ଷୀ ମାନଙ୍କୁ ସୁହାଉଛି। ଏମାନେ ବିଶେଷ କରି ଖାଦ୍ୟ ଓ ଅନୁକୁଳ ଜଳବାୟୁ ପାଇଁ ଏଠାକୁ ଆସିଥାନ୍ତି। କାରଣ ଏମାନଙ୍କ ନିଜ ଦେଶରେ ଅତ୍ୟନ୍ତ ଶୀତଲହରୀ, ତୁଷାରପାତ ଜାରି ରହିଛି। ଏଥର ସେହି ଦେଶ ମାନଙ୍କରୁ ରଫ୍‌‌ ପ୍ରଜାତିର ପକ୍ଷୀ ମଧ୍ୟ ଦେଖିବାକୁ ମିଳିଛି। ପକ୍ଷୀମାନଙ୍କ ସୁରକ୍ଷା ପାଇଁ ସଂନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ କ୍ରୁଇସ ବୋଟ ଏବଂ ମତ୍ସ୍ୟ ସଂଗ୍ରହ ବୋଟ ଉପରେ କଟକଣା ଜାରି କରାଯାଇଛି। ହୀରାକୁଦ ବନ୍ୟପ୍ରାଣୀ ଡ଼ିଭିଜନ ପକ୍ଷରୁ ପକ୍ଷୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପହରା ବ୍ୟବସ୍ତାକୁ କଡ଼ାକଡ଼ି କରାଯାଇ ଥିବା ଡ଼ିଏଫଓ ସୁଚନା ଦେଇଛନ୍ତି। ସୁଚନା ଯୋଗ୍ୟ ଯେ, ୨୦୨୧ରେ ହୀରାକୁଦ ହ୍ରଦକୁ ଆର୍ନ୍ତଜାତୀୟ ସଂସ୍ଥା ଦ୍ୱାରା ରାମସର ଆଦ୍ରଭୁମି ମାନ୍ୟତା ଦିଆଯାଇଥିଲା। ନଦୀବନ୍ଧ କୁଳରେ ଥିବା ଗୋବିନ୍ଦପୁରକୁ ପକ୍ଷୀଗ୍ରାମ ଓ ଢୁଣ୍ଡରୋ କୁସୁମକୁ ସବୁଜ ଗ୍ରାମ କରାଯାଇ ହ୍ରଦ କୁଳକୁ ପକ୍ଷୀମାନଙ୍କ ବିଚରଣ ପାଇଁ ପ୍ଲାଷ୍ଟିକ ମୁକ୍ତ କରାଯାଇଛି। ୨୦୨୪ ଜାନୁଆରୀ ମାସ ୮ ତାରିଖରେ ହୋଇଥିବା ହୀରାକୁଦର ପକ୍ଷୀଗଣନାରେ ୧୧୨ ପ୍ରଜାତିର ରେକର୍ଡ଼ ୩ ଲକ୍ଷ ୪୨ ହଜାର ୩୩୯ଟି ପକ୍ଷୀ ଆସିଥିବା ରେକର୍ଡ଼ କରାଯାଇଥିଲା। ସେହି ସମୟରେ ୫୨ ହଜାରରୁ ଊର୍ଦ୍ଧ୍ବ ଟଫ୍‌‌ ଟେଡ ଡକ, ୪୯ ହଜାର ଲେସର ବ୍ୱିସିଲିଂ ଡକ ଏବଂ ୩୩ ହଜାରରୁ ଊର୍ଦ୍ଧ୍ବ କ୍ରେଷ୍ଟେଡ ପୋଚାର୍ଡ ପଷଞ୍ôଚଥିବା ଜଣାପଡ଼ିଥିଲା। ଏମାନେ ମୁଖ୍ୟତ ୨୧ ଟି ସେକ୍ଟରରେ ବିଭକ୍ତ ସେକ୍ଟର ୭ରେ ରହିଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories