www.samajalive.in
Saturday, December 13, 2025
27.1 C
Bhubaneswar

ଗାଙ୍ଗୁଲିଙ୍କ ପରି ଧୋନି, କୋହଲିଙ୍କ ଠାରୁ ସମର୍ଥନ ପାଇନଥିଲି : ଯୁବରାଜ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ତାରକା ଖେଳାଳି ଯୁବରାଜ ସିଂହ ପରୋକ୍ଷ ଭାବେ କହିଛନ୍ତି ଯେ ସୌରଭ ଗାଙ୍ଗୁଲି ହିଁ ତାଙ୍କର ସବୁଠାରୁ ପ୍ରିୟ ଅଧିନାୟକ। ଯୁବରାଜ ମଙ୍ଗଳବାର କହିଛନ୍ତି ଯେ ସେ ଖେଳିବା ବେଳେ ଅଧିନାୟକ ଭାବେ ଗାଙ୍ଗୁଲି ତାଙ୍କୁ ଯେପରି ସମର୍ଥନ ଦେଇଥିଲେ; ଅନ୍ୟ ଦୁଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲିଙ୍କଠାରୁ ତାହା ମିଳିନଥିଲା। ସୂଚନାଯୋଗ୍ୟ; ୨୦୦୦ ଚମ୍ପିଆନ୍‍ସ ଟ୍ରଫିରେ ସୌରଭ ଗାଙ୍ଗୁଲିଙ୍କ ଅଧୀନରେ ଯୁବରାଜ ସିଂହ ତାଙ୍କ ସିନିୟର ଆନ୍ତର୍ଜାତିକ କ୍ରିକେଟ ଜୀବନ ଆରମ୍ଭ କରିଥିଲେ। ଏହାପରେ ସେ ଅନ୍ୟ ଅଧିନାୟକ- ରାହୁଲ ଦ୍ରାବିଡ଼, ବୀରେନ୍ଦ୍ର ସେହ୍ୱାଗ, ଗୌତମ ଗମ୍ଭୀର, ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲିଙ୍କ ଅଧୀନରେ ଖେଳିଛନ୍ତି।
ଯୁବରାଜ କହିଛନ୍ତି, ସୌରଭ ଗାଙ୍ଗୁଲି ଅଧିନାୟକ ଥିବା ବେଳେ ଆନ୍ତର୍ଜାତିକ କ୍ରିକେଟ ଜୀବନ ଆରମ୍ଭ କରିଥିଲି। ସେତେବେଳେ ଗାଙ୍ଗୁଲି ବହୁତ ସମର୍ଥନ ଦେଇଥିଲେ। ତାଙ୍କ ପରେ ମାହି (ଧୋନି) ଆସିଲେ। ଗାଙ୍ଗୁଲି ଓ ଧୋନିଙ୍କ ମଧ୍ୟରୁ କିଏ ଭଲ ଅଧିନାୟକ; ତାହା କହିବା ଅସମ୍ଭବ। ତେବେ ମୋ କ୍ରିକେଟ ଜୀବନର ଅଧିକ ସ୍ମରଣୀୟ ସମୟ ଗାଙ୍ଗୁଲି ଅଧିନାୟକ ଥିବା ବେଳେ ପାଇଛି। ଏହା ସମ୍ଭବ ହୋଇଥିଲା ଅଧିନାୟକ ଭାବେ ଗାଙ୍ଗୁଲିଙ୍କର ମୋ ପ୍ରତି ଥିବା ସମର୍ଥନ। ହେଲେ ପରବର୍ତ୍ତୀ ସମୟରେ ଧୋନି ଓ ବିରାଟ କୋହଲିଙ୍କଠାରୁ ଏପରି ସମର୍ଥନ ପାଇନଥିଲି। ସୂଚନାଯୋଗ୍ୟ; ଦିନିକିଆ କ୍ରିକେଟ୍‍ରେ ଜଣେ ଚମ୍ପିଆନ୍‍ ବ୍ୟାଟ୍‍ସମ୍ୟାନ୍‍ ଯୁବରାଜ ସିଂହ ଭାରତ ପାଇଁ ମୋଟ ୩୦୪ଟି ଦିନିକିଆ ମ୍ୟାଚ୍‍ ଖେଳିଛନ୍ତି। ସେଥିରୁ ଗାଙ୍ଗୁଲିଙ୍କ ଅଧୀନରେ ୧୧୦ଟି ଓ ଧୋନିଙ୍କ ଅଧୀନରେ ୧୦୪ଟି ଦିନିକିଆ ମ୍ୟାଚ୍‍ ଯୁବରାଜ ଖେଳିଛନ୍ତି। ଗତବର୍ଷ କ୍ରିକେଟ୍‍ରୁ ଅବସର ନେଇଥିବା ଯୁବରାଜ କହିଛନ୍ତି ଯେ ପଡ଼ିଆ ବାହାରର ସମସ୍ୟା ଯୋଗୁଁ ଭାରତୀୟ ଦଳର କିଛି ଖେଳାଳି ମାନସିକ ଭାବେ ଭାରାକ୍ରାନ୍ତ ହୋଇ ପଡ଼ନ୍ତି। ଫଳରେ ବ୍ୟକ୍ତିଗତ ଭାବେ ଉକ୍ତ ଖେଳାଳିଙ୍କ ପ୍ରଦର୍ଶନ ସହ ଦଳୀୟ ପ୍ରଦର୍ଶନ ମଧ୍ୟ ପ୍ରଭାବିତ ହୋଇଥାଏ। ତେଣୁ ଭାରତୀୟ ଦଳ ପ୍ୟାଡି ଅପ୍‍ଟନଙ୍କ ପରି ଜଣେ ମନସ୍ତତ୍ତ୍ୱବିତ୍‍ଙ୍କୁ ଆବଶ୍ୟକ କରୁଛି। ଗ୍ୟାରୀ କର୍ଷ୍ଟନ ଭାରତୀୟ ଦଳର ପ୍ରଶିକ୍ଷକ ଥିବା ବେଳେ ଅପ୍‍ଟନ ଭାରତୀୟ ଦଳର ମନସ୍ତତ୍ତ୍ୱବିତ୍‍ ଥିଲେ। ସେ ନିୟମିତ ଭାବେ ଭାରତୀୟ ଦଳର ଖେଳାଳିଙ୍କ ସହ ଆଲୋଚନା କରୁଥିଲେ ଏବଂ ଖେଳାଳିଙ୍କ ପଡ଼ିଆ ବାହାରର ସମସ୍ୟାର ସମାଧାନ କରି ପାରୁଥିଲେ। କାରଣ ଖେଳାଳିଙ୍କ ପଡ଼ିଆ ବାହାରର ସମସ୍ୟା ପଡ଼ିଆରେ ତାଙ୍କ ପ୍ରଦର୍ଶନରେ ପ୍ରତିଫଳିତ ହୋଇଥାଏ। କାରଣ ଖେଳାଳିଙ୍କର ସବୁଠାରୁ ବଡ଼ ସମସ୍ୟା ହେଉଛି ବିଫଳ ହେବାର ଭୟ। ସେତେବେଳ ପ୍ୟାଡି ଅପ୍‍ଟନ ଏହାର ସମାଧାନ କରୁଥିଲେ। ବର୍ତ୍ତମାନର ଭାରତୀୟ ଦଳରେ ଅପ୍‍ଟନଙ୍କ ପରି ବ୍ୟକ୍ତିଙ୍କର ଆବଶ୍ୟକତା ରହିଛି। ବର୍ତ୍ତମାନ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ସାରାବିଶ୍ୱରେ ଏତେ ଲୋକ ପ୍ରାଣ ହରାଉଥିବାରୁ ଚିନ୍ତା ପ୍ରକାଶ କରିଛନ୍ତି ଯୁବରାଜ। ତେବେ ସେ ପରାମର୍ଶ ଦେଇଛନ୍ତି ଯେ ଦେଶବାସୀ ଏହାକୁ ନେଇ ଏତେ ଆତଙ୍କିତ ନହୋଇ ସଠିକ୍‍ ପରାମର୍ଶ ଅନୁସାରେ କାର୍ଯ୍ୟକରନ୍ତୁ। ଫଳରେ ଏହି ମହାମାରୀ ବିରୋଧରେ ମାନବ ସମାଜର ବିଜୟ ସୁନିଶ୍ଚିତ। ଯୁବରାଜ ଆହୁରି କହିଛନ୍ତି; ମୋତେ କର୍କଟ ହୋଇଛି ବୋଲି ଜଣାପଡ଼ିବା ବେଳେ ଆଦୌ ଆତଙ୍କିତ ହୋଇନଥିଲି। ସଠିକ୍‍ ଡାକ୍ତରଙ୍କ ପାଖକୁ ଯାଇଥିଲି ଏବଂ ତାଙ୍କ ଚିକିତ୍ସାରେ ସୁସ୍ଥ ହୋଇ ପାରିଥିଲି।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories