www.samajalive.in
Thursday, December 11, 2025
18.1 C
Bhubaneswar

ଏକ ଓଭରରେ ୬ଟି ଛକା କଥା ମନେ ପକାଇଲେ ଯୁବରାଜ

ଲଣ୍ଡନ୍‍ : ଆନ୍ତର୍ଜାତିକ ଟ୍ୱେଣ୍ଟି-୨୦ ମ୍ୟାଚରେ ଗୋଟିଏ ଓଭରରେ ୬ଟି ଛକା ମାରିବାର ବିଶ୍ୱ କୀର୍ତ୍ତିମାନ ରହିଛି ଭାରତୀୟ ବ୍ୟାଟ୍‍ସମ୍ୟାନ୍‍ ଯୁବରାଜ ସିଂହଙ୍କ ନାମରେ । ଟ୍ୱେଣ୍ଟି-୨୦ ବିଶ୍ୱକପ୍‍ର ପ୍ରଥମ ସଂସ୍କରଣରେ ଭାରତୀୟ ବାମହାତି ବ୍ୟାଟ୍ସମ୍ୟାନ ଯୁବରାଜ ଏହି କୃତିତ୍ୱ ହାସଲ କରିଥିଲେ। ଦକ୍ଷିଣ ଆଫ୍ରିକାରେ ଆୟୋଜିତ ୨୦୦୭ ଟ୍ୱେଣ୍ଟି୨୦ ବିଶ୍ୱକପ୍‍ର ଏକ ଲିଗ୍‍ ମ୍ୟାଚରେ ଇଂଲଣ୍ଡର ଫାଷ୍ଟବୋଲର ଷ୍ଟୁଆର୍ଟ ବ୍ରଡ୍‍ଙ୍କୁ ଏକ ଓଭରରେ ଯୁବରାଜ ୬ଟିଯାକ ବଲ୍‍ରେ ଛକା ମାରିଥିଲେ। ଉକ୍ତ ସ୍ମରଣୀୟ କୃତିତ୍ୱ ବିଷୟରେ ମନେପକାଇ ଯୁବରାଜ କହିଛନ୍ତି ଯେ ଇଂଲଣ୍ଡର ବରିଷ୍ଠ ଅଲ୍‍ରାଉଣ୍ଡର ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫ୍‍ ଉକ୍ତ ଓଭର ଆରମ୍ଭରେ ତାଙ୍କୁ ଚିଡ଼ାଇବା ପରି କିଛି କଥା କହିଥିଲେ । ଏଥିରେ ସେ ବହୁତ ରାଗି ଯାଇଥିଲେ ଏବଂ ଏହି ରାଗ ସେ ଷ୍ଟୁଆର୍ଟ ବ୍ରଡ୍‍ଙ୍କ ଉପରେ ସୁଝାଇ ତାଙ୍କ ଓଭରର ସମସ୍ତ ବଲରେ ଛକା ମାରିଥିଲେ।
ଉକ୍ତ ମ୍ୟାଚ୍‍ ଉଭୟ ଭାରତ ଓ ଇଂଲଣ୍ଡ ପାଇଁ ବେଶ୍‍ ମହତ୍ୱପୂର୍ଣ୍ଣ ଥିଲା। ଉଭୟ ଦଳ ଉକ୍ତ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିଲେ। ତେବେ ଯୁବରାଜ ସିଂହ ବିସ୍ଫୋରକ ବ୍ୟାଟିଂକରି ଷ୍ଟୁଆର୍ଟ ବ୍ରଡ୍‍ଙ୍କ ଉକ୍ତ ଓଭରରୁ ୩୬ ରନ୍‍ ନେବା ସହ ମାତ୍ର ୧୪ ବଲ୍‍ରୁ ୫୮ ରନ୍‍ ସ୍କୋର୍‍ କରିଥିଲେ । ଯୁବରାଜଙ୍କ ଏହି ଇନିଂସ ଉଭୟ ଦଳଙ୍କ ମଧ୍ୟରେ ଫରକ ଥିଲା । ଉକ୍ତ ମ୍ୟାଚ୍‍କୁ ଭାରତ ମାତ୍ର ୧୮ ରନରେ ଜିତି ନେଇଥିଲାୁ । ବିବିସିକୁ ଏକ ସାକ୍ଷାତ୍‍କାର ଦେଇ ଯୁବରାଜ ସିଂହ କହିଛନ୍ତି, ଫ୍ରେଡି (ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫ୍‍) ମୋତେ ଉକ୍ତ ଓଭର ଆରମ୍ଭରେ କିଛି ଶବ୍ଦ କହିଥିଲେ ଏବଂ ମୁଁ ମଧ୍ୟ ତାଙ୍କୁ ଜବାବ ଦେଇଥିଲି । ଏହି ଘଟଣା ମୋତେ ଉତ୍ସାହିତ କରିଥିଲା । ପୁଣି ସେହି ମ୍ୟାଚ୍‍ର କିଛି ସପ୍ତାହ ପୂର୍ବରୁ ଏକ ଦିନିକିଆ ମ୍ୟାଚରେ ଅନ୍ତିମ ଓଭର ବୋଲିଂ କରିଥିଲି । ଉକ୍ତ ଓଭରରେ ଇଂଲଣ୍ଡର ଅଲ୍‍ରାଉଣ୍ଡର ଡିମିଟ୍ରି ମାସ୍କ୍ରେନ୍‍ହାସ୍‍ ମୋତେ ୫ଟି ଛକା ମାରିଥିଲେ । ତେଣୁ ଇଂଲଣ୍ଡ ବିପକ୍ଷରେ ଗୋଟିଏ ଓଭରରେ ୬ଟି ଛକାମାରିବା ମୋତେ ବହୁତ ଖୁସି ଦେଇଥିଲା।
ଉକ୍ତ ଓଭରରେ ୬ଷ୍ଠ ଛକା ମାରିବା ପରେ ପ୍ରଥମେ ଫ୍ରେଡି (ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫ୍‍)ଙ୍କ ଆଡ଼କୁ ଚାହିଁଥିଲି ଏବଂ ପରେ ତାଙ୍କୁ ଅନାଇଥିଲି । କେବଳ ମୋ ଆଡ଼କୁ ଅନାଇ ହସି ଦେଇଥିଲେ। ଏହି ମ୍ୟାଚ୍‍ର ପରଦିନ ଷ୍ଟୁଆର୍ଟ ବ୍ରଡ୍‍ଙ୍କ ପିତା ତଥା ଇଂଲଣ୍ଡର ପୂର୍ବତନ ଖ୍ୟାତନାମା ଓପ୍‍ନିଂ ବ୍ୟାଟ୍‍ସମ୍ୟାନ କ୍ରିସ୍‍ ବ୍ରଡ୍‍ କିପରି ତାଙ୍କ ପାଖକୁ ଆସି ତାଙ୍କ ପୁଅଙ୍କ କ୍ରିକେଟ ଜୀବନର ଅନ୍ତଃ ଘଟାଇଥିବାରୁ ଦସ୍ତଖତ ଥିବା ସାର୍ଟ ମାଗିବା କଥା ମଧ୍ୟ ଯୁବରାଜ ମନେ ପକାଇଛନ୍ତି।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories