www.samajalive.in
Saturday, December 6, 2025
23.1 C
Bhubaneswar

ମାଟିହାଣ୍ଡି ମ୍ୟାଗି

ମ୍ୟାଗି – ୨ଟି
କଟା ପିଆଜ – ୧ଟି
କଞ୍ଚା ଲଙ୍କା – ୨ଟି
ବିନସ – ଅଳ୍ପ
ମଟର ଛୁଇଁ – ଆବଶ୍ୟକ ପରିମାଣରେ
ଗାଜର – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
କଟା କ୍ୟାପସିକମ – ୧ଟି
ତେଲ – ଆବଶ୍ୟକ ପରିମାଣରେ
ବେସନ – ଅଳ୍ପ
ଏକ ମାଟି ପାତ୍ର
ଧନିଆ ଗୁଣ୍ଡ – ଅଳ୍ପ
ଜିରା ଗୁଣ୍ଡ – ଅଳ୍ପ
ହଳଦୀ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ଗ୍ୟାସ ଲଗାଇ କଡେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ କଞ୍ଚା ଲଙ୍କା, ବିନସ , ଗାଜର, ମଟର ଛୁଇଁ, ପିଆଜ,କ୍ୟାପସିକମ ପକାଇ ଭାଜନ୍ତୁ। ଅଳ୍ପ ଭାଜିବା ପରେ ଏଥିରେ ସାମାନ୍ୟ ବେସନ ପକାଇ ଭାଜନ୍ତୁ। ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ ,ଲଙ୍କା ଗୁଣ୍ଡ, ଲୁଣ ପକାଇ ଗୋଳାନ୍ତୁ। ଗୋଳାଇବା ପରେ ଏଥିରେ ପାଣି ଦିଅନ୍ତୁ। ପାଣି ଫୁଟିବା ପରେ ଏଥିରେ ମ୍ୟାଗି ପକାନ୍ତୁ। ମ୍ୟାଗି ପକାଇବା ପରେ ଏଥିରେ ମ୍ୟାଗି ମସଲା ପକାଇ ଭଲ ଭାବେ ସିଝାନ୍ତୁ। ଏବେ ଗ୍ୟାସରେ ଏକ ମାଟି ପାତ୍ରକୁ ଭଲ ଭାବେ ଗରମ କରନ୍ତୁ। ମାଟି ପାତ୍ର ଭଲ ଭାବେ ଗରମ ହେବା ପରେ ପ୍ରସ୍ତୁତ ମ୍ୟାଗିକୁ ଏହି ପାତ୍ର ମଧ୍ୟକୁ ଢାଳନ୍ତୁ। କିଛି ସମୟ ସେହି ମାଟି ପାତ୍ରରେ ମ୍ୟାଗି ରଖିବା ପରେ ଏକ ପାତ୍ରକୁ କାଢି ଗରମାଗରମ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories