www.samajalive.in
Saturday, December 6, 2025
26.1 C
Bhubaneswar

ଆଳୁ ଲଙ୍କାରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ପୁର ଛଣା ଲଙ୍କା

ଆଳୁ – ୩ଟି (ସିଝା)
ସିମଲା ଲଙ୍କା – ୪ଟି
ହେଙ୍ଗୁ – ସାମାନ୍ୟ
ଜିରା – ଅଳ୍ପ
ପିଆଜ – ୧ଟି (କଟା ହୋଇଥିବା)
ଧନିଆ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ହଳଦୀ ଗୁଣ୍ଡ – ସାମାନ୍ୟ
ଆମଚୁର ଗୁଣ୍ଡ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ଗରମ ମସଲା – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ସିମଲା ଲଙ୍କାକୁ ଭଲ ଭାବେ ଧୋଇ ଏହାର ଉପର ଅଂଶକୁ କାଟି ଭିତରୁ ମଞ୍ଜି କାଢି ଦିଅନ୍ତୁ। ଏବେ ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ହେଙ୍ଗୁ, ଜିରା, ପିଆଜ ପକାଇ ଭାଜନ୍ତୁ। ଏବେ ଏଥିରେ ସାମାନ୍ୟ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ପକାନ୍ତୁ। ଏବେ ଏଥିରେ ସିଝା ଆଳୁକୁ ଚକଟି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ଲୁଣ, ଆମଚୁର ଗୁଣ୍ଡ, ଧନିଆ ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହି ମିଶ୍ରଣକୁ ଏକ ପାତ୍ରକୁ କାଢି ରଖନ୍ତୁ। ବର୍ତ୍ତମାନ କଟା ହୋଇଥିବା ସିମଲା ଲଙ୍କା ଭିତରେ ଏହି ମିଶ୍ରଣକୁ ଭର୍ତ୍ତି କରନ୍ତୁ। ଏବେ ପୁଣି ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏହି ସିମଲା ଲଙ୍କାକୁ କଡ଼େଇ ଭିତରେ ରଖି ଏକ ଘୋଡ଼ଣି ଘୋଡ଼ାଇ ୧୦ ରୁ ୧୫ ମିନିଟ ଗ୍ୟାସରେ ବସାନ୍ତୁ। ମଝିରେ ମଝିରେ ଘୋଡ଼ଣି କାଢି ପ୍ରସ୍ତୁତ ସିମଲାକୁ ଏହା ନରମ ହେଲା କି ନାହିଁ, ପରଖନ୍ତୁ। ପ୍ରସ୍ତୁତ ହୋଇଗଲା ମସଲା ପୁର ଛଣା ଲଙ୍କା ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories