www.samajalive.in
Saturday, December 6, 2025
26.1 C
Bhubaneswar

ସ୍ୱର୍ଣ୍ଣପ୍ରଭାଙ୍କୁ ୟୁଥ୍‍ ଆଇକନ୍‍ ଆୱାର୍ଡ

ଗଡ଼ମଧୁପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ସମ୍ପାରୁ ପଞ୍ଚାୟତ ସାହାସପୁର(ତୁରଙ୍ଗ) ଗ୍ରାମର ଯୁବ ଗବେଷିକା ସ୍ୱର୍ଣ୍ଣପ୍ରଭା ଖଟୁଆଙ୍କୁ ୟୁଥ ଆଇକନ ଆୱାର୍ଡ-୨୦୨୦ରେ ସମ୍ମାନିତ କରାଯାଇଛି। ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସୂର୍ଯ୍ୟାଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ଏହି ଆୱାର୍ଡ ପ୍ରଦାନ କରାଯାଇଛି। ସ୍ୱର୍ଣ୍ଣପ୍ରଭାଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୦୦ଜଣ ଗାଳ୍ପିକ, କବି, ନାଟ୍ୟକାରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। କବି ଅଂଶୁମାନ ସ୍ୱାଇଁ ଭାରତର ୨୮ତମ ତାଲିକାରେ ରହି ଏହି ସଫଳତା ଅର୍ଜନ କରିଛନ୍ତି। ତାଙ୍କର କୃତି ମଧ୍ୟରେ ‘ଲୋଭ ପରି ଶବ୍ଧଟିଏ’, ‘ପ୍ରାପ୍ତି ନା ଅପ୍ରାପ୍ତି’, ‘ଭାଗ୍ୟ ସିଲଟ’, ‘ମାନବ ରୁପି ଦାନବ’, ‘ମୁଖା’, ‘ହସର ପ୍ରଚ୍ଛଦ ପଟ’, ‘ଏଇତ ପ୍ରେମ’ ଆଦି ବିଭିନ୍ନ କବିତା ଆଦି ଲେଖି ପରିଚିତ ହୋଇପାରିଥିଲେ। ଅନୁଷ୍ଠାନର ସମ୍ପାଦକ ମନୋଜ କୁମାର ପଣ୍ଡା, ମୁଖ୍ୟ ଉପଦେଷ୍ଟା ରୋହିଣୀ କୁମାର ବେହେରାଙ୍କ ସମେତ ଅନୁଷ୍ଠାନର ସମସ୍ତ ସଭ୍ୟସଭ୍ୟା ମାନଙ୍କୁ ସ୍ୱର୍ଣ୍ଣପ୍ରଭା ଧନ୍ୟବାଦ ଜଣାଇଛନ୍ତି। ଏଭଳି କୃତିତ୍ୱ ପାଇବା ପରେ ଯାଜପୁରକୁ ଗୌରବାନ୍ୱିତ କରିଥିବା ସ୍ୱର୍ଣ୍ଣପ୍ରଭାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories