www.samajalive.in
Saturday, December 6, 2025
23.1 C
Bhubaneswar

କଣ୍ଟାବାଞ୍ଜିରେ ବନବିଭାଗର ବଡ ଧରଣର ଚଢଉ

କଂଟାବାଂଜି : କଣ୍ଟାବାଞ୍ଜଜି ସହରରେ ଆଜି ବନବିଭାଗ ତରଫରୁ ସହକାରୀ ବନ ସଂରକ୍ଷକ ବାବାଜୀ ଚରଣ ରାଉଳଙ୍କ ନେତୃତ୍ୱରେ ଜିଲ୍ଲା ମୋବାଇଲ ସ୍କ୍ୱାର୍ଡ ସହ ୭ଟି ରେଞର ଏବଂ ବନକର୍ମଚାରୀ ଭାଗ ଭାଗ ହୋଇ ସିଙ୍ଗଳପଡାର ୩ଟି ସ୍ଥାନ ଓ ଧୋବାପଡା ୩ଟି ସ୍ଥାନ ଓ ଆଶ୍ରମପଡାର ୨ଟି ସ୍ଥାନରେ ଅଚାନକ ଚଢାଉ କରି ଲକ୍ଷାଧିକ ଟଙ୍କାର ସାଗୁଆନ ଅର୍ଦ୍ଧନିର୍ମିତ ପର୍ଣ୍ଣିଚର, ମହାରାଜା ପଲଙ୍କ, ସାଗୁଆନ କାଠ ଏବଂ ସାଗୁଆନ ଗଣ୍ଡି ଜବତ କରିଥିବା ବେଳେ କାହାରିକୁ ଗିରଫ କରାଯାଇପାରି ନାହିଁ। ଘଟଣାସ୍ଥଳରୁ ପର୍ଣ୍ଣିଚର ତିଆରି ଯନ୍ତ୍ରାଂଶ ମଧ୍ୟ ମିଳିନଥିବା ବନବିଭାଗ ତରଫରୁ ଜଣାପଡିଛି। ଜବତ କାଠ ଓ ଅର୍ଦ୍ଧନିର୍ମିତ ଫଣ୍ଣିଚର ୟୁଡି କେଶ କରାଯିବା ସହ ତଦନ୍ତ ଜାରି ରହିଛି। ପରେ ସମସ୍ତ ଯାଞ୍ଚ ପରେ ପରବର୍ତ୍ତି ମାମଲା ରୁଜୁ କରାଯିବ ଜଙ୍ଗଲ ଆଇନ ଅନୁଯାୟୀ ବୋଲି ସୂଚନା ଦେଇଛନ୍ତି ସହକାରୀ ବନସଂରକ୍ଷକ, ସମସ୍ତ ଜବତ କାଠର ସଠିକ ମୂଲ୍ୟାଙ୍କନ ପରେ ଯାଇ ପ୍ରକୃତ ମୂଲ୍ୟ ଜଣାପଡିବ ବୋଲି ବନବିଭାଗ ସୂଚନା ଦେଇଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ, ବଲାଙ୍ଗିର ଡି.ଏଫ.ଓ. ସମୀର ରଞନଙ୍କ ନିର୍ଦ୍ଦେଶକ୍ରମେ ବଲାଙ୍ଗିର ସହାୟକ ଜିଲ୍ଲାପାଳ ତଥା ଏକଜ୍ୟୁକୁଟିଭ ମାଜିଷ୍ଟ୍ରେଟ ଗୁରୁଶ୍ୱର ଭୋଇଙଙ୍କ ଉପସ୍ଥିତିରେ ୮ଟି ସ୍ଥାନରେ ବେଆଇନ ମହଜୁଦ ଥିବା ଘର ଉପରେ ଖାନ ତଲାସୀ କରାଯାଇଥିଲା। ଏହି ଚଢାଉରେ ଏ.ସି.ଏଫ. ବଲାଙ୍ଗିରଙ୍କ ପ୍ରତ୍ୟକ୍ଷ  ତତ୍ତ୍ୱାବଧାନରେ ବଲାଙ୍ଗିର ଓ ପଟଣାଗଡ ରେଞ ଦାୟିତ୍ୱରେ ଥିବା ରେଞ୍ଜର ବିଜୟ ଖୁଣ୍ଟିଆ, ଦେଓଗାଁ ରେଞ୍ଜର ଆଲୋକ କୁମାର ମାଝୀ, ଲାଠୋର ରେଞ୍ଜର ରାଜୁ ବେହେରା, କଣ୍ଟାବାଞ୍ଜି ରେଞ୍ଜର ଶ୍ରଦ୍ଧାଦେବ ବଡମାଲି ଓ ହେଡକ୍ୱାଟର ମୋବାଇଲ ସ୍କ୍ୱାର୍ଡ ଫରେଷ୍ଟର ସୁନୀଲ ମିଶ୍ର, କଣ୍ଟାବାଞ୍ଜି ଡେପୁଟି ରେଞ୍ଜର ସାଧୁଚରଣ ପ୍ରଧାନଙ୍କ ସମେତ ସମସ୍ତ ରେଞ୍ଜର ଫରେଷ୍ଟର, ଫରେଷ୍ଟ ଗାର୍ଡ, ପୋଲିସ ଏ.ପି.ରା ଫୋର୍ସ, ମହିଳା ଫରେଷ୍ଟର ଗାର୍ଡ, ପାରା ଫୋର୍ସ, ସମୁଦାୟ ୧୦୦ରୁ ଅଧିକ ସ୍ଥାନରେ ରେଡ ବେଳେ ସାମିଲ ଥିବା ବେଳେ ଜବତ କାଠର ମାପଚୁପ କରି ସଠିକ ମୂଲ୍ୟାଙ୍କନ ପରେ ଫରେଷ୍ଟ କରପୋରେସନକୁ ଜିମା ଦେବା ସହ କେଉଁମାନଙ୍କର କାଠ ଜବତ ହୋଇଛି, ପରେ ସ୍ଥାନୀୟ ରେଞ୍ଜ ଅଫିସକୁ ତଦନ୍ତ ଦିଆଯାଇଥିବା ଏ.ସି.ଏଫ. ସୂଚନା ଦେଇଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories