www.samajalive.in
Friday, December 12, 2025
16.1 C
Bhubaneswar

ବ୍ୟକ୍ତିଗତ ସ୍ୱାର୍ଥରୁ ଊର୍ଦ୍ଧ୍ୱକୁ ଉଠି ଯୁବକମାନେ ଏକାଠି ଆସିଲେ ସମାଜରେ ପରିବର୍ତ୍ତନ ଆସିପାରିବ – ସମ୍ଭବ

ଭୁବନେଶ୍ୱର : ସମ୍ଭବ ଅନୁଷ୍ଠାନ ପକ୍ଷରୁ ସମାଜରେ ଦେଖାଯାଉଥିବା ବିଭିନ୍ନ ଅନୀତି ପ୍ରତି ଚିନ୍ତିତ ଯୁବକମାନଙ୍କୁ ନେଇ ଏକ ବୈଠକ ସ୍ଥାନୀୟ ଲୋହିୟା ଏକାଡେମୀ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ଦୁର୍ନିତୀ, ବେରୋଜଗାରୀ ଏବଂ ଶୋଷଣ ଆଦି ସମସ୍ୟା ଲାଗି ବ୍ୟବସ୍ଥାରେ ଥିବା ତ୍ରୁଟି ହିଁ ଦାୟୀ ଏବଂ ଏଥିପାଇଁ ସମାଜକୁ ଭଲ ପାଉଥିବା ଯୁବକମାନେ ଏକାଠି ହୋଇ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପ୍ରୟାସ କରିବା ଜରୁରୀ, ବୋଲି କାର୍ଯ୍ୟକ୍ରମରେ ମତବ୍ୟକ୍ତ କରାଯାଇଥିଲା । ଏଥିରେ ୧୦୦ରୁ ଉର୍ଦ୍ଧ୍ୱ ସଦସ୍ୟ ଯୋଗ ଦେଇଥିବାବେଳେ ଯୁବକମାନେ ଆଗାମୀ ଦିନରେ ଲୋକମାନଙ୍କ ପାଇଁ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଛନ୍ତି ।

ଏ ସମ୍ବନ୍ଧରେ ସୂଚନା ଦେଇ ସଂଗଠନର ସଦସ୍ୟ ଶ୍ରୀ ମିଲନ ନାୟକ କହିଛନ୍ତି ଯେ, ରାଜ୍ୟରେ ଦୁର୍ନିତୀ, ବେରୋଜଗାରୀ, ଖରାପ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ଜଣେ ସାଧାରଣ ଲୋକଙ୍କ ଜୀବନକୁ ବହୁ ମାତ୍ରାରେ ପ୍ରଭାବିତ କରୁଛି । ତେବେ ଗଭୀର ଭାବେ ଅନୁଧ୍ୟାନ କଲେ ଜଣାଯାଏ ଯେ, ବ୍ୟବସ୍ଥାରେ ଥିବା ତ୍ରୁଟି ହେତୁ ଲୋକେ ଏହି ସବୁ ସମସ୍ୟା ଦ୍ୱାରା ପୀଡିତ । ଯେହେତୁ ବିଭିନ୍ନ କାମ ପାଇଁ ଉତ୍ତରଦାୟୀ ଥିବା ଲୋକଟି ନିଜ କାମ କରୁନାହିଁ ତେଣୁ ବିଭିନ୍ନ କ୍ଷେତ୍ରରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେଥିପାଇଁ ସମ୍ଭବ ଆଗାମୀ ଦିନରେ ବ୍ୟବସ୍ଥାରେ ଥିବା ତ୍ରୁଟି ଗୁଡିକୁ ସୁଧାରିବା ପାଇଁ କାର୍ଯ୍ୟ କରିବ ।

- Advertisement -

ଏହାସହ ସେ କହିଛନ୍ତି, ଓଡିଶାର ପ୍ରତ୍ୟେକ କୋଣଅନୁକୋଣରେ ମାଟି ଏବଂ ସମାଜକୁ ଭଲ ପାଉଥିବା ଯୁବକମାନେ ଅଛନ୍ତି । ଯଦି ସେମାନେ ରାଜନୀତି, ଧର୍ମ ଏବଂ ପ୍ରାକ୍‌-ବିଚାରଧାରାରୁ ଉର୍ଦ୍ଧ୍ୱକୁ ଉଠି ଏକାଠି ଆସିପାରିବେ ତେବେ ବିଭିନ୍ନ ସମସ୍ୟାର ସମାଧାନ ସହଜରେ ହୋଇପାରିବ । ତେଣୁ ସମ୍ଭବ ଓଡିଶାର ସମସ୍ତ ଯୁବବର୍ଗଙ୍କୁ ଏକାଠି ଆସିବାକୁ ନିବେଦନ କରୁଛି । ସମ୍ଭବ ସହ ଯୋଡି ହେବା ପାଇଁ ଚାହୁଁଥିବା ବ୍ୟକ୍ତି ବିଶେଷ ନିମ୍ନ ଟେଲିଫୋନ ନମ୍ବର ୯୫୧୦୭୩୦୧୯୧, ୭୭୩୫୨୮୩୩୨ରେ କଲ କରନ୍ତୁ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ରମେଶ ଚନ୍ଦ୍ର ଭୋଇ, ବାଲାଜୀ ବିଶ୍ୱନାଥ ମହାନ୍ତି, ସୁଧାଂଶୁ ଶେଖର ସାମନ୍ତ, ସୌମ୍ୟ ରଞ୍ଜନ ପରିଡା, ପ୍ରତୀରଞ୍ଜନ ନାୟକ, ଜାଗ୍ରତ ପଣ୍ଡା, ଅଫଜନ ଖାନ, ସୌମ୍ୟ ରଞ୍ଜନ ମହାନ୍ତି, ସୁନୀଲ ରଣା, ନିରଞ୍ଜନ ମହାନ୍ତ, ରାଜା ଅଲି, ସିଦ୍ଧାର୍ଥ ରଞ୍ଜନ, ମଳୟ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories