କଳାପଥର:ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ ଖଜୁରିପଦା ନୁଆସାହି ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି କବିନ୍ଦ୍ର ମହାନ୍ତି। ନୁଆସାହି ଗ୍ରାମର ଜଣେ ମହିଳାଙ୍କ ଘରକୁ ଲାଇନ ସଜାଡିବାକୁ ଯାଇ ସର୍ଟ ସର୍କିଟରେ ଯୁବକ ଜଣକ ପଡିଯାଇଥିଲେ ଗ୍ରାମବାସୀ କବିନ୍ଦ୍ରଙ୍କୁ କଳାପାହାଡ ମେଡିକାଲକୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କବିନ୍ଦ୍ରଙ୍କ ମୃତ୍ୟୁପରେ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି।
Popular Categories



