www.samajalive.in
Saturday, December 13, 2025
15.1 C
Bhubaneswar

ୱାଡ଼ି ପ୍ରକଳ୍ପରେ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ

କଳିଙ୍ଗନଗର: ଟାଟା ଷ୍ଟିଲ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ନାବାର୍ଡ଼ର ୱାଡ଼ି ପ୍ରକଳ୍ପରେ କଳିଙ୍ଗନଗର ଅନ୍ତର୍ଗତ ନଡ଼ିଆଭଙ୍ଗା ପଞ୍ଚାୟତର ରାମଠେଙ୍ଗାଠାରେ ଆଜି ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ସୁକିନ୍ଦା ବିଧାୟକ ଶ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଚାରା ରୋପଣ କରିଥିଲେ। ଏହି ୫ ବର୍ଷିଆ ପ୍ରକଳ୍ପ ଅନ୍ତର୍ଗତ ନଡ଼ିଆଭଙ୍ଗା, ଶାଳିଜଙ୍ଗା, ରଣାଗୁଣ୍ଡି, ଚିତ୍ରି ଓ ଗୋବରଧନପୁର ଗ୍ରାମ ପଞ୍ଚାୟତରେ ବୃକ୍ଷରୋପଣ କରାଯିବ। ୪୫୦ ଏକର ଜମିରେ କାର୍ୟ୍ୟକାରୀ ହେବାକୁଥିବା ଉକ୍ତ ପ୍ରକଳ୍ପ ଦ୍ୱାରା ମୋଟ ୫୦୦ ପରିବାର ଲାଭବାନ ହେବାର ଆଶା ରହିଛି। ଆଦିବାସୀ ବିକାଶ ପାଇଁ ଉଦ୍ଦିଷ୍ଟ “ୱାଡ଼ି” ପ୍ରକଳ୍ପ ଦ୍ୱାରା ଫସଲ ଉତ୍ପାଦନ, ପ୍ରକ୍ରିୟାକରଣ ଓ ବିପଣନ ଭଳି ଅନ୍ୟ ସମସ୍ୟା ଉପରେ ଚାଷୀମାନଙ୍କୁ ସହାୟତା ଯୋଗାଇ ଦିଆଯିବ। ଏହାପୂର୍ବରୁ ଉକ୍ତ କାର୍ୟ୍ୟକ୍ରମ ଅନ୍ତର୍ଗତ ରାମଠେଙ୍ଗା, କୈବଲ୍ୟଗାଡ଼ିଆ, ଧବାହଳି, ଫୁଲଝର, ସତାବତିଆ, ବାରବାଙ୍କି ଓ ଖଣ୍ଡରା ଭଳି ଗ୍ରାମର ଲୋକମାନଙ୍କୁ ଆମ୍ବ ଓ କାଜୁରଚାରା ପ୍ରଦାନ କରାଯାଇଛି। ଏହାସହିତ ବାଡ଼ ନିର୍ମାଣ, ଜଳସେଚନ ଢାଞ୍ଚାର ସୃଷ୍ଟି, ପନିପରିବାରେ ଆନ୍ତଃଫସଲ ଦିଗରେ ଜ୍ଞାନ ପ୍ରଦାନ, ପ୍ରଶିକ୍ଷଣ ଓ ପରିଦର୍ଶନ ଯାତ୍ରା ଭଳି କାର୍ୟ୍ୟକ୍ରମର ଆୟୋଜନ କରାଯିବ। ଏହି ଅବସରରେ ଓଡ଼ିଶା ସିଏସ୍ଆର ବିଭାଗ ମୁଖ୍ୟ ଶ୍ରୀ ଅମ୍ବିକା ପ୍ରସାଦ ନନ୍ଦ ଓ ଗ୍ରାମବାସୀଉପସ୍ଥିତ ଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories