ଭୁବନେଶ୍ବର : ଅନ୍ୟର ଜମି କାଗଜପତ୍ର ଜାଲିଆତି କରି ୮ଲକ୍ଷ ଟଙ୍କାରେ ଉକ୍ତ ଜମିକୁ ବିକି ଦେବା ଅଭିଯୋଗରେ ଏୟାରଫିଲ୍ଡ ପୁଲିସ ଶୁକ୍ରବାର ଜଣେ ଯୁବକକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଟଣୀ ଥାନା ଅଧୀନ କାଇମାଟିଆର ଦିଲୀପ ନାୟକ। ଭୁବନେଶ୍ବର ତହସିଲ ଗୋପୀନାଥ ପୁର ମୌଜାର ଜଣେ ବ୍ୟକ୍ତିଙ୍କ ଜମିର କାଗଜପତ୍ର ଜାଲିଆତି କରିବା ସହ ଅନ୍ୟ ଜଣଙ୍କୁ ସବ୍ ରେଜିଷ୍ଟ୍ରାରଙ୍କ ସାମ୍ନାରେ ଛିଡ଼ା କରାଇ ୮ଲକ୍ଷ ଟଙ୍କାରେ ଜମି ବିକି ଦେଇଥିଲେ। ୨୦୧୩ରେ ଖର୍ଦି କରିଥିବା ଜମି ମାଲିକ ମ୍ୟୁଟେସନ କରିବାକୁ ଯିବା ପରେ ଜମି ଜାଲିଆତି ସମ୍ପର୍କରେ ଜାଣିବାକୁ ପାଇଥିଲେ।
Popular Categories



