www.samajalive.in
Saturday, December 6, 2025
19.1 C
Bhubaneswar

ପାକ୍ ଟେଷ୍ଟ ଦଳ ଅଧିନାୟକ ପଦ ହରାଇ ପାରନ୍ତି ଆଝାର ଅଲ୍ଲି

କରାଚି : ପାକିସ୍ତାନ ଟେଷ୍ଟ ଦଳର ଅଧିନାୟକ ଆଝାର ଅଲ୍ଲି ନିଜ ପଦ ହରାଇବା ଆଶଙ୍କା ସୃଷ୍ଟି ହୋଇଛି। ଆଗାମୀ ଦିନରେ ପାକିସ୍ତାନ କ୍ରିକେଟ୍ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଯିବାକୁ ଥିବା ବେଳେ ଆଝାରଙ୍କ ବଦଳରେ ବାବର ଆଜମ୍‌ କିମ୍ବା ମହମ୍ମଦ ରିଜୱାନ୍‌ଙ୍କୁ ଦଳର ଅଧିନାୟକ ଭାବେ ନିଯୁକ୍ତି କରିବାକୁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଚିନ୍ତା କରୁଥିବା ଜଣାପଡ଼ିଛି। ପାକିସ୍ତାନ ତରଫରୁ ୮୧ଟି ଟେଷ୍ଟ ମ୍ୟାଚ୍ ଖେଳି ସାରିଥିବା ଆଝାର ଟେଷ୍ଟ ଦଳ ଅଧିନାୟକ ଭାବେ ବିଗତ କେତେକ ସିରିଜ୍‌ରେ ବିଫଳ ହୋଇଥିବାରୁ ତାଙ୍କୁ ଅଧିନାୟକ ପଦରୁ ବାଦ୍‌ ଦେବାକୁ ପିସିବି ଅଧ୍ୟକ୍ଷ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ମନସ୍ଥିର କରିଥିବା ଆଲୋଚନା ହେଉଛି। ସୂଚନାଥାଉକି ଗତବର୍ଷ ଅକ୍ଟୋବରରେ ସର୍ଫରାଜ୍‌ ଅହମ୍ମଦଙ୍କ ସ୍ଥାନରେ ଆଝାର ଅଲ୍ଲିଙ୍କୁ ପାକିସ୍ତାନ ଟେଷ୍ଟ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଥିଲା। ଆଝାରଙ୍କ ନେତୃତ୍ବରେ ପାକିସ୍ତାନ ଦଳ ଅଷ୍ଟ୍ରେଲିଆ ଠାରୁ ୨-୦ରେ ସିିରିଜ୍‌ ହାରିଥିବା ବେଳେ ଘରୋଇ ସିରିଜ୍‌ରେ ଶ୍ରୀଲଙ୍କା ଓ ବାଂଲାଦେଶକୁ ପରାସ୍ତ କରିଥିଲା। ପରବର୍ତ୍ତୀ ସମୟରେ ପାକିସ୍ତାନ ଦଳ ଇଂଲଣ୍ଡ ଗସ୍ତରେ ଯାଇଥିବା ବେଳେ ସେଠାରେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ୧-୦ରେ ହାରିଥିଲା। ଅନ୍ୟପକ୍ଷରେ କିଛିଦିନ ପୂର୍ବେ ପାକିସ୍ତାନ ଘରୋଇ ଟ୍ବେଣ୍ଟି୨୦ ଚମ୍ପିଆନ୍‌ସିପରେ କେପିକେ ଦଳର ନେତୃତ୍ବ ନେଇ ଏହି ଦଳକୁ ଚମ୍ପିଆନ୍‌ କରାଇଥିବା ୱିକେଟରକ୍ଷକ-ବ୍ୟାଟସମ୍ୟାନ୍ ମହମ୍ମଦ ରିଜୱାନ୍‌ଙ୍କ ଲୋକପ୍ରିୟତା ବେଶ୍‌ ବଢ଼ି ଯାଇଛି ଏବଂ ଆଝାରଙ୍କ ସ୍ଥାନରେ ତାଙ୍କୁ ଟେଷ୍ଟ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯିବା ସମ୍ଭାବନା ଅଧିକ ଥିବା ଜଣାପଡ଼ିଛି। ଆସନ୍ତା ନଭେମ୍ବର ୧୧ରେ ପିସିବିର ଏକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଆଝାର ଅଲ୍ଲିଙ୍କ ଭବିଷ୍ୟତ ଓ ନୂତନ ମୁଖ୍ୟ ମନୋନୟନକାରୀ ପଦରେ କାହାକୁ ଅବସ୍ଥାପିତ କରାଯିବ ସେ ସଂପର୍କରେ ଆଲୋଚନା ହେବ ବୋଲି ପିସିବିର ସିଇଓ ୱାସିମ୍‌ ଖାନ୍‌ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories