www.samajalive.in
Saturday, December 6, 2025
15.1 C
Bhubaneswar

ଦେଶୀୟ ପଦ୍ଧତିରେ ଜଳ ସେଚନ ଯନ୍ତ୍ର ତିଆରି କରି ଚର୍ଚ୍ଚାରେ ଯୁବଚାଷୀ ଖଞ୍ଜନେତ୍ର

କଲମପୁର : ଜଣେ ମଣିଷ ଯେତେବେଳେ ନିଜ ସମସ୍ୟାକୁ ସମାଧାନ କରିବା ପାଇଁ ନିଜେ ହିଁ ପ୍ରୟାସ କରେ ସେତେବେଳେ ତା’ର ଖିଆଲି ମନ ମଧ୍ୟରେ ଯେଉଁ ଭାବନା ଆସେ ସେଇଥିରୁ ସୃଷ୍ଟି ହୁଏ ନୂଆ ସମ୍ଭାବନା। ଆଉ ସେଇ ସମ୍ଭାବନାରୁ ସୃଷ୍ଟି ହୁଏ ନୂତନ ଉଦ୍ଭାବନ। ଏହିଭଳି ଭାବେ ଜଳ ସେଚନ ପାଇଁ ଏକ ନୂତନ କୌଶଳ ଉଦ୍ଭାବନ କରି ଚର୍ଚ୍ଚାକୁ ଆସିଛନ୍ତି କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅଧିନସ୍ଥ ରଜାମୁଣ୍ଡା ଗ୍ରାମର ଖଞ୍ଜନେତ୍ର ରାଉତ।

ପ୍ରାପ୍ତ ସୁଚନା ଅନୁସାରେ, ଖଞ୍ଜନେତ୍ର ଗୋଟିଏ ନାମକୁ ମାତ୍ର ଚାଷୀ ପରିବାରର ସଦସ୍ୟ। ଯିଏକି ନିଜର ସୀମିତ ଏକ ଏକର ଜମିରେ ଚାଷ କରି ଗୁଜୁରାଣ ମେଣ୍ଟାନ୍ତି। କିନ୍ତୁ ଉପରମୁଣ୍ଡ ଚାଷୀଙ୍କ ଅସହଯୋଗ ଯୋଗୁଁ ଚାଷ ଜମିରେ ଅନେକ ସମୟରେ ପାଣିର ଅଭାବ। ଯେଉଁଥିପାଇଁ ପରିଶ୍ରମର ସଠିକ୍‍ ମୂଲ୍ୟ ପାଇପାରନ୍ତି ନାହିଁ ଖଞ୍ଜନେତ୍ର। ନିଜ ଜମିକୁ ଲାଗି ରହିଥିବା ଅନ୍ୟ ସବୁ ଜମିରେ ଇନ୍ଦ୍ରାବତୀ ବାମ କେନାଲ ଯୋଗେ ଜଳ ସେଚନ ହେଉଥିବାରୁ ଫସଲ ହସି ଉଠୁଥିବା ବେଳେ ଖଞ୍ଜନେତ୍ରଙ୍କ ଜମି ଟାଙ୍ଗରା ଭୂଇଁ। କେନାଲରେ ଡିଜେଲ ଚାଳିତ ପମ୍ପ ଅଥବା ବିଦ୍ୟୁତ୍‍ ଚାଳିତ ମଟର ଲଗାଇ ମାତ୍ର ଏକ ଏକର ଜମିରେ ଚାଷ କରିବା ଖଞ୍ଜନେତ୍ରଙ୍କୁ ଆର୍ଥିକ ବୋଝ ହେଉଥିଲା। ରିତିମତ ଏହି ସମସ୍ୟାର ସମାଧାନ ପାଇଁ ଖଞ୍ଜନେତ୍ରଙ୍କ ଉଦ୍ୟମୀ ମନ ବ୍ୟାକୁଳ ହେଉଥିବା ବେଳେ ଏକ ଖିଆଲ ଜୁଟିଥିଲା। ଏକ ସାଇକଲ ରିଙ୍ଗ୍‌ ସହିତ ପୁରୁଣା ଟିଣ ଚଦର, ବାଉଁଶ, ପାଣି ବୋତଲ ଓ କିଛି ପ୍ଲାଷ୍ଟିକ ପାଇପ ସାହାଯ୍ୟରେ ଆରମ୍ଭ କଲେ ଦେଶୀୟ ପାଣି ପମ୍ପ। ସାଇକଲ ରିଙ୍ଗ୍‌ଟି ଗତିଶୀଳ ପାଣିର ଚାପରେ ବୁଲିବା ସହ ପ୍ଲାଷ୍ଟିକ ବୋତଲ ଓ ଟିଣ ଚଦରରେ ପାଣି ଭରି ହେଇ ଉପରକୁ ଉଠିଥାଏ। ଉପରେ ସେହି ପାଣି ଅଜାଡି ହେଇ ଜମି ଭିତରକୁ ଯାଉଛି। ପରବର୍ତି ସମୟରେ ସାଇକଲ ରିଙ୍ଗ୍‌ର ପ୍ରତିବଦଳରେ କାଠକୁ ଯୋଡି ରିଙ୍ଗ୍‌ କରି ଦେଶୀୟ ଜଳ ସେଚନ ପ୍ରକଳ୍ପ ତିଆରି କଲେ। ଏହି ପମ୍ପ ତିଆରି ପାଇଁ ଯଦିଓ ଏକ ମାସ ସମୟ ଲାଗିଥିଲା। କିନ୍ତୁ ଏହି ପମ୍ପ କାର୍ଯ୍ୟକ୍ଷମ ପାଇଁ କୌଣସି ଇନ୍ଧନ ଶକ୍ତି କିମ୍ବା ବୈଦ୍ୟୁତିକ ଶକ୍ତି ବ୍ୟବହାର କରାଯାଉନାହିଁ। ଏହାସହ ଏହା ପ୍ରବାହିତ ପାଣିର ଚାପରେ ସ୍ୱୟଂ ଚାଳିତ। ଅବିରାମ ୨୪ ଘଣ୍ଟା ଏହି ପ୍ରକଳ୍ପ ଚାଲିଥାଏ। ଏଥିପାଇଁ ମାନବ ସମ୍ବଳ ମଧ୍ୟ ଆବଶ୍ୟକ ହେଇନଥାଏ।

- Advertisement -

ପ୍ଲାଷ୍ଟିକ ବୋତଲ, ପ୍ଲାଷ୍ଟିକ ପାଇପ ପୁରୁଣା ଟିଣ, ବାଉଁଶ ଓ କିଛି କାଠ ଭଳି ବର୍ଜ୍ୟବସ୍ତୁରୁ ଏଭଳି ଏକ ପ୍ରକଳ୍ପ ତିଆରି କରି ଅନ୍ୟ ଚାଷୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଖଞ୍ଜନେତ୍ର। ଆଗାମୀ ଦିନରେ ଖଞ୍ଜନେତ୍ର ଭଳି ଜଳ ସେଚନ ସୁବିଧାରୁ ବଞ୍ଚିତ ହେଉଥିବା କ୍ଷୁଦ୍ର ତଥା ନାମକୁ ମାତ୍ର ଚାଷୀଙ୍କ ପାଇଁ ଏହି ଯନ୍ତ୍ର ସେମାନଙ୍କ ଜଳ ସେଚନ ସୁବିଧା ଯୋଗାଇ ପାରିବ।

ବର୍ଜ୍ୟବସ୍ତୁକୁ ନେଇ ଏଭଳି ପ୍ରକଳ୍ପ ତିଆରି କରିବା ଦ୍ୱାରା ବର୍ଜ୍ୟବସ୍ତୁର ସୁବିନିଯୋଗ ହୋଇପାରିଛି। କୃଷି ବିଭାଗ ଏଭଳି ଏକ ଦେଶୀୟ ପଦ୍ଧତିରେ ପ୍ରସ୍ତୁତ ପ୍ରକଳ୍ପକୁ ଗୁରୁତ୍ୱ ଦେଇ ଖଞ୍ଜନେତ୍ରଙ୍କୁ ସରକାରୀ ପ୍ରୋତ୍ସାହନ ଦେଲେ ଆଗାମୀ ଦିନରେ ଅନେକ ଦେଶୀୟ କୃଷି ଯନ୍ତ୍ରପାତିର ଲୋକ ଲୋଚନକୁ ଆସି ପାରନ୍ତେ ବୋଲି ସ୍ଥାନୀୟ ଲୋକ କହିଛନ୍ତି। ଏନେଇ ଖଞ୍ଜନେତ୍ରଙ୍କ ସହ ଯୋଗାଯୋଗ କରାଯାଇଥିଲା ଏହି ପ୍ରକଳ୍ପ ପ୍ରସ୍ତୁତି ପାଇଁ ସେ ସେମିତି କିଛି ଅର୍ଥ ଖର୍ଚ୍ଚ କରି ନ ଥିବା କହିଥିଲେ। ଏହାସହ ଉପରମୁଣ୍ଡ ଚାଷୀଙ୍କ ଅସହଯୋଗ ହିଁ ଏହି ପ୍ରକଳ୍ପ ତିଆରିର ମୁଳ ପୁଞ୍ଜି ବୋଲି କହିଛନ୍ତି। ବୋହୁଥିବା ପାଣିକୁ ଏଭଳି ବିନିଯୋଗ କରି ଅନେକ ଚାଷୀ ନିଜ ଚାଷ ଜମିରେ ଜଳ ସେଚନ କରି ଚାଷ କରି ପାରିବେ ବୋଲି ମତବ୍ୟକ୍ତ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories