www.samajalive.in
Saturday, December 6, 2025
14.1 C
Bhubaneswar

ସିଏମ ଅଫିସ ଜାଣେନି ଯୋଗୀଙ୍କ ଅସଲ ଟ୍ୱିଟର ଆକାଉଣ୍ଟ କ’ଣ!

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଜେପିର ଷ୍ଟାର ପ୍ରଚାରକଙ୍କ ମଧ୍ୟରେ ଅନ୍ୟତମ। ଜନସଭା ହେଉ କିମ୍ବା ସୋସିଆଲ ମିଡିଆରେ ମଧ୍ୟ ଯୋଗୀ ବେଶ୍‍ ଲୋକପ୍ରିୟ। ଏଭଳି ପରିସ୍ଥିତିରେ ସୋମବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ବିକଶିତ ଟ୍ୱିଟର ଆକାଉଣ୍ଟରେ ଏକ ବଡ଼ ଧରଣର ଭୁଲ ହୋଇଯାଇ ଥିଲା। ସିଏମଓ-ୟୁପି ଟ୍ୱିଟର ହ୍ୱାଣ୍ଡେଲରୁ ଯୋଗୀଙ୍କୁ କରାଯାଇ ଥିବା ଏକ ଟ୍ୱିଟ୍‍ ତାଙ୍କ ପ୍ରକୃତ ଆକାଉଣ୍ଟକୁ ପଠାଇବା ପରିବର୍ତ୍ତେ ଭିନ୍ନ ଏକ ଟ୍ୱିଟର ଆକାଉଣ୍ଟକୁ ଟ୍ୟାଗ କରି ଦିଆଯାଇ ଥିଲା। ସୋସିଆଲ ମିଡିଆରେ ବେଶ୍‍ କିଛି ସମୟ ଉକ୍ତ ଟ୍ୱିଟ୍‍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ସିଏମଓ ଅଫିସ ୟୁପି ଆକାଉଣ୍ଟରୁ ସ୍ୱାମୀ ଆଦିତ୍ୟନାଥଙ୍କୁ ଟ୍ୱିଟ୍‍ କରାଯାଇ ଥିଲା। ଏଥିରେ ଯୋଗୀ ବାରାଣସୀରେ “ଯୁବା ପ୍ରବାସୀ ଭାରତୀୟ ଦିବସ’ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ବୋଲି ଟ୍ୱିଟ୍‍ କରାଯାଇ ଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଯୋଗୀ ଆଦିତ୍ୟନାଥଙ୍କ ସଦୃଶ ଟ୍ୱିଟ ଆକାଉଣ୍ଟକୁ ଟ୍ୟାଗ କରାଗଲା ତାହା ମୋଟ୍‍ ୭ଟି ଟ୍ୱିଟ୍‍ ଅଦ୍ୟାବଧି କରିଛି। ଏହି ଆକାଉଣ୍ଟରୁ ଶେଷ ଟ୍ୱିଟ୍‍ ୨୦୧୭ରେ ହୋଇଥିଲା। ୟୁପି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏଭଳି ପାରିବାପଣିଆ ସୋସିଆଲ ମିଡିଆରେ ବେଶ୍‍ ସମାଲୋଚିତ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories