www.samajalive.in
Saturday, December 6, 2025
16.1 C
Bhubaneswar

ପଶ୍ଚିମବଙ୍ଗରେ ‘ଅସାନି’ର ପ୍ରଭାବ; ଆରମ୍ଭ ହେଲାଣି ବର୍ଷା

କୋଲକାତା: ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଲାଣି ବାତ୍ୟା ‘ଅସାନି’ର ପ୍ରଭାବ । କୋଲକାତାର ବିଭିନ୍ନ ଅଞ୍ଚଳରେ ଆକାଶ ମେଘାଚ୍ଛନ୍ନ ରହିବା ସହ ବର୍ଷା ଆରମ୍ଭ ହୋଇଛି । ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇଥିବା ମଧ୍ୟ  ନଜର ଆସିଛି । ବର୍ଷା ଯୋଗୁ ଯାତାୟାତରେ ସମାନ୍ୟ ବାଧା ଉପୁଜିଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଜି ସଂଧ୍ୟାରେ ପାଶ୍ଚିମବଙ୍ଗ ଓ ଓଡ଼ିଶାରେ ‘ଆସାନି’ର ପ୍ରଭାବ ସାମାନ୍ୟ ଦେଖାଦେବ । ପଶ୍ଚିମବଙ୍ଗରେ ୭୫ କିଲୋମିଟର ଯାଏ ପବନ ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତାହାଛଡ଼ା କୋଲକାତାରେ ପ୍ରବଳ ବର୍ଷା ହେବାନେଇ ମଧ୍ୟ କୁହାଯାଇଛି । ସେହିପରି ଓଡ଼ିଶାରେ ମଧ୍ୟ ଆସନ୍ତାକାଲି ସଂଧ୍ୟାରୁ ବର୍ଷା ହେବା ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ବର୍ତ୍ତମାନ ବାତ୍ୟା ‘ଅସାନି’ ଘଣ୍ଟାପ୍ରତି ୧୬ କି.ମି ବେଗରେ ଆସୁଥିବା ସୂଚନା ରହିଛି ।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories