www.samajalive.in
Saturday, December 6, 2025
19.1 C
Bhubaneswar

କରୋନା କଟକଣା ପରେ ଫେରିଛି ଯାତ୍ରା, ଶାନ୍ତିଶୃଙ୍ଖଳାରେ ଯାତ୍ରା ଦେଖିଲେ ଦର୍ଶକ

ଗଡମଧୁପୁର: ଦୀର୍ଘ ଏକ ବର୍ଷ ଅନ୍ତରାଳରେ ଧର୍ମଶାଳା ବ୍ଲକ ମହିଶରା ପଂଚାୟତର ରମ୍ପେଇ ଗାଁକୁ ଫେରିଛି ଅପେରା ପାର୍ଟି। ନାନା କଳ୍ପନା ଜଳ୍ପନାର ଅବସାନ ଘଟାଇ ଶେଷରେ ସମସ୍ତ କରୋନା କଟକଣା ମଧ୍ୟରେ ଯାତ୍ରା ସ୍ୱର୍ଣ୍ଣମହଲ ମଞ୍ଚସ୍ଥ କରିଛି ନାଟକ ‘ସୁନ୍ଦର ହାଟରେ ସୁନ୍ଦୁର ନାହିଁ’। ଦୀର୍ଘ ଏକ ବର୍ଷ ପରେ ଏ ଅଂଚଳରେ ସଂସ୍କୃତିକ କାର୍ଯ୍ୟକ୍ରମରେ ଯାତ୍ରା ପରିବେଷଣ ହେଉଥିବାରୁ ଲୋକମାନଙ୍କ ମନରେ ଯାତ୍ରା ଦେଖିବାକୁ ଉତ୍କଣ୍ଠା ବଢିଥିଲା।

ପ୍ରଶାସନ ଯାତ୍ରାକୁ କରୋନା ପାଇଁ ଅନୁମତି ଦେଉ ନଥିବାରୁ ଯାତ୍ରାପ୍ରେମୀମାନେ ଯାତ୍ରା ଦେଖିବାରୁ ବଞ୍ଚିତ ରହିଥିଲେ। ସେହିପରି ଭାବରେ ଯାତ୍ରା କଳାକାରମାନେ ମଧ୍ୟ ଯାତ୍ରା ନହେବା ଦ୍ୱାରା ନିଜର ପରିବାର ପ୍ରତିପୋଷଣ କରିବାରେ ସମସ୍ୟା ଦେଖାଦେଇଥିଲା। ସରକାର ଯାତ୍ରା କଳାକାରମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଯାତ୍ରା ପାଇଁ ଅନୁମତି ଦେବାପରେ ଏଠାରେ ପ୍ରଥମ ଯାତ୍ରା ହେଉଥିବାରୁ ଦର୍ଶକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥିଲା। ମୁହଁରେ ମାସ୍କ, ହାତରେ ପାଣି ବୋତଲ ଧରି ସପରିବାର ଯାତ୍ରା ଦେଖିବା ପାଇଁ ମଞ୍ଚମଧ୍ୟକୁ ପ୍ରବେଶ କରିଥିଲେ ଦର୍ଶକ। ଆୟୋଜକ କମିଟି ଟିକେଟ ସହିତ ସମସ୍ତ ଦର୍ଶକଙ୍କୁ ମାସ୍କ ଯୋଗଇ ଦେଇଥିଲେ। ପ୍ରବେଶ ପଥରେ ସ୍ୱାତ୍ସାସେବୀ ମାନେ ସମସ୍ତ ଦର୍ଶକଙ୍କ ହାତକୁ ସାନିଟାଇଜ କରୁଥିବାର ଦେଖାଯାଇଥିଲା। ସ୍ଥାନୀୟ ଚଢେଇଧରା ଫାଣ୍ଡିର କର୍ମଚାରୀ ମାନେ ଯାତ୍ରାସ୍ଥଳରେ ରହି ଆଇନ ଶୃଙ୍ଖଳା ତଦାରଖ କରିଥିଲେ। ପ୍ରକାଶ ଥାଉକି ଏହି ପଂଚାୟତ ଅନ୍ତର୍ଗତ ରମ୍ପେଇ ସ୍ୱପ୍ନେଶ୍ୱର ମହାଦେବଙ୍କ ୨୪ତମ ବିଶ୍ୱଶାନ୍ତି ମହାଯଜ୍ଞ ଓ ଜାଗର ଉପଲକ୍ଷେ ଗତକାଲିଠାରୁ ୫ଦିନ ପାଇଁ ଏଠାରେ ଯାତ୍ରା ଅନୁଷ୍ଠିତ ହେବ। ଅୟଶକାନ୍ତ ରାଉତ, ସୁରେଶ କୁମାର ନାୟକ, ସରପଞ୍ଚ ଚକ୍ରଧର ବେହେରା, କୈଳାଶ ଚନ୍ଦ୍ର ନାୟକ, ଆଶିସ କୁମାର ନାୟକ, ଅକ୍ଷୟ ରାଉତ, କାମାକ୍ଷା ପ୍ରସାଦ ନାୟକ, ବାବାଜୀ ପଣ୍ଡା, ସତ୍ୟବ୍ରତ ନାୟକ, ପ୍ରତାପ ନାୟକ, ଅଶୋକ ରାଉତ ସମେତ କମିଟିର ସମସ୍ତ ସଦସ୍ୟ ଯାତ୍ରାରେ ଯେପରି କୋଭିଡ ନିୟମ ପାଳନ କରାଯାଇପାରିବ ସେଥିପ୍ରତି ଦୃଷ୍ଟି ଦେଇଥିଲେ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories