www.samajalive.in
Monday, December 15, 2025
26.1 C
Bhubaneswar

ଦୀର୍ଘଦିନ ପରେ ଦେଖିବାକୁ ମିଳିବ ପୁଲିସ ଶୃଙ୍ଖଳାର ଝଲକ

ରେଙ୍ଗାଲି: ବରଗଡ ଜିଲ୍ଲା ଅତାବିରାଠାରେ ଆଗକୁ ଦେଖିବାକୁ ମିଳିବ ଅଞ୍ଚଳରେ ଚାଲିଥିବା ଅନୈତିକ କାର୍ୟ୍ୟ ଉପରେ ପୋଲିସ ଶୃଙ୍ଖଳାର ଝଲକ ଏକ୍ସନ ମୁଡ଼। ପ୍ରତିଶୃତି ଦେଲା ସ୍ଥାନୀୟ ପ୍ରଶାସନ।

ସୂଚନା ଅନୁସାରେ, ଗତ ଗୁରୁବାର ଦିନ ଅତାବିରା ମାରୱାଡି ଧର୍ମଶାଲାରେ ବଣିକ ସଂଘର ନେତୃତ୍ୱରେ ସମସ୍ତ ସାମାଜିକ ସଂଘକୁ ନେଇ ହୋଇଥିବା ବୈଠକ ପରେ ଶୁକ୍ରବାର ଦିନ ପଦଯାତ୍ରା କରି ତହସିଲଦାରଙ୍କ ଜରିଆରେ ଜିଲ୍ଲପାଳଙ୍କୁ ଏକ ଦାବିପତ୍ର ଦେଇଥିଲେ। ସେହି ଦାବିପତ୍ରରେ ଉଲ୍ଲେଖ ଥିଲା କି ଅତାବିରାରେ ହେଉଥିବା ସଟ୍ଟା, ଜୁଆ, ମଦ, ଘୁଡ଼ୁଘୁଡ଼ୁ ପଟ୍ଟୀ, ନିଶା କାରବାର ଆଦି ଅନୈତିକ କାର୍ଯ୍ୟଗୁଡିକ ପାଇଁ ଜନସାଧାରଣ ବାହାରକୁ ଆସିବାକୁ ଭୟଭୀତ ହେଉଛନ୍ତି। ଏହା ସହିତ ଚୋରି, ଡକାୟତି ବୃଦ୍ଧି ପାଉଛି। ତେଣୁ ରବିବାର ପୁଣି ଏକ ବୈଠକ ଡକେଇଥିଲେ ସଂଘ ଓ ସେଥିରେ ଉପସ୍ଥିତ ଥିଲେ ଅତାବିରା ତହସିଲଦାର ଏବଂ ଥାନା ଅଧିକାରୀ। ଅତାବିରାରେ ହେଉଥିବା ଟ୍ରାଫିକ ସମସ୍ୟା, ଚୋରି, ଡକାୟତି ଓ ଲୋକେ ନିଜକୁ ସୁରକ୍ଷିତ ମନେ ନ କରିବା ଆଦି ପାଇଁ ଅଞ୍ଚଳରେ ସଟ୍ଟା, ମଦ, ନିଶା କାରବାରକୁ ଦାୟୀ ରଖିଛନ୍ତି। ତେଣୁ ଏହି ବିଷୟକୁ ନେଇ ଆଲୋଚନା କରିଲା ପରେ ଅତାବିରା ଥାନା ଅଧିକାରୀ ଓ ତହସିଲଦାର ବଣିକ ସଙ୍ଘ ତଥା ଓକିଲ ସଙ୍ଘ ଏବଂ ଅଞ୍ଚଳବାସୀଙ୍କୁ ଆଗାମୀ ପନ୍ଦର ଦିନ ସମୟ ଦେଇଛନ୍ତି। ଏହି ସମୟ ମଧ୍ୟରେ ଅଞ୍ଚଳରେ ପୁଲିସ କଡାକଡ଼ି ପାଟ୍ରୋଲିଂ କରିବ, ସର୍ଭିସ ରୋଡ଼ରେ ଟ୍ରାଫିକ ସମସ୍ୟା ଉପରେ ନଜର ଦେବ, ସନ୍ଧ୍ୟାରେ ଜନଗହଳି ଅଞ୍ଚଳ ଉପରେ ନଜର ରହିବ, ରାତ୍ରି ପାଟ୍ରୋଲିଂ କଡାକଡ଼ି ହେବ ଓ ସଟ୍ଟା, ମଦ ଆଦି ନିଶା ବେପାର ଉପରେ କଡା ପଦକ୍ଷେପ ନିଆଯିବ ବୋଲି ପୁଲିସ ପ୍ରତିଶୃତି ଦେଇଛି।

- Advertisement -

ତେଣୁ ଆଗାମୀ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ସମୟ ଅବଧି ଭିତରେ ଏହିସବୁ କାର୍ଯ୍ୟ ଜନସାଧାରଣଙ୍କ ସୁରକ୍ଷା ଭିତ୍ତିକ ନହେଲେ ପୁଣି ଏକ ବୈଠକ ବସେଇ ଆନ୍ଦୋଳନ ନିଶ୍ଚିତ ଉଗ୍ରରୂପୀ ହେବ ବୋଲି ସଂଘ କହିଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories