www.samajalive.in
Sunday, December 7, 2025
16.1 C
Bhubaneswar

ଆର.ଡି ରାସ୍ତା ପୂର୍ଣ୍ଣାଙ୍ଗ ହେବାରେ ଡ୍ରେନେଜ ପୋଲ କାଳ, ଅଦରକାରୀ ପୋଲ ଭାଙ୍ଗିବାକୁ ଚିଠି ପରେ ବି ବିଭାଗ ନିଦାବିଷ୍ଣୁ

ଗଡ଼ମଧୁପୁର: ଧର୍ମଶାଳା ବ୍ଲକ ଗଡ଼ମଧୁପୁର ପଂଚାୟତରୁ ଜାରକା ଭାୟା କାନପୁର ବେଣାପାଟ ରାସ୍ତା ଶେଷ ହେବାକୁ ଆସିଯାଇଥିବା ବେଳେ ଏହାର ପୂର୍ଣ୍ଣାଙ୍ଗ ହେବାରେ ବାଧକ ସାଜିଛି ଡ୍ରେନେଜ ବିଭାଗର ଅଦରକାରୀ ପୋଲ। ୧ କୋଟିରୁ ଊର୍ଦ୍ଧ୍ବ ବ୍ୟୟବରାଦରେ ଜାରକାରୁ ଗଡମଧୁପୁରକୁ ସଂଯୋଗ ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗ ବ୍ୟୟ ମଞ୍ଜୁରୀ ପରେ ରାସ୍ତା କାମ ପ୍ରାୟ ୬୦ପ୍ରତିଶତ ସରିବାକୁ ବସିଲାଣି। ମାଟି କାମ ପରେ ଏବେ ଠିକାଦର ରାସ୍ତାରେ ଡଷ୍ଟ ବଜୁରୀ ବିଛେଇ କାମ ଆଗକୁ ବଢାଇଛି। ତେବେ ରାସ୍ତା ମଝିରେ ଡ୍ରେନେଜ ବିଭାଗର ଏକ ଅଦରକାରୀ ପୋଲ ଯାହା ଉପରେ କୌଣସି ଦିନ ମଣିଷ କିମ୍ବା ପଶୁ ଯାତାୟତ କରିନାହାଁନ୍ତି ସେଭଳି ଏକ ପୋଲ ଏବେ ଏହି ରାସ୍ତା ଶେଷ ହେବାରେ ବାଧକ ସାଜିଛି।

ଏହି ପୋଲକୁ ନେଇ ଯଦି ଖୋଲତାଡ ହୁଏ ତେବେ ଏହି ପୋଲ ଯେ କେବଳ ବିଭାଗର ଫାଇଦା ପାଇଁ କରାଯାଇଥିଲା ତାହା ଷ୍ପଷ୍ଟ ଭାବରେ ଜଣା ପଡିବ। ଏବେ ବାସ୍ତବରେ ଏହି ପାଟ ମଝିରେ ଯେତେବେଳେ ଆର.ଡି ବିଭାଗ ରାସ୍ତାପାଇଁ କୋଟି ଟଙ୍କାର ବ୍ୟୟ କରି ରାସ୍ତା କାମ ସାରିିବାକୁ ବସିଛି ବିଭାଗୀୟ ଅପାରଗତାକୁ ଏଡାଇଯିବାକୁ ବୋଧେ ଏହି ପୋଲକୁ ଭାଙ୍ଗୁନାହିଁ ଟ୍ରେନେଜ ବିଭାଗ। ଏଭଳି ପ୍ରଶ୍ନ ଏଇଥିପାଇଁ ସ୍ଥାନୀୟ ଅଂଚଳରେ ଉଠୁଛି କି ଏହି ପୋଲ ଭାଙ୍ଗିବାକୁ ଆରଡି ଡ୍ରେନେଜକୁ ଚିଠି କଲାପରେ ମଧ୍ୟ ଡେନେଜ ବିଭାଗ ନିଦା ବିଷ୍ଣୁ ସାଜିଛି। ନା କୌଣସି ଉତ୍ତର ଦେଉଛି ନା ଚିଠି ମିଳିଥିବା ସ୍ୱୀକାର କରୁଛି। ଏହାରି ଭିତରେ ବନ୍ଧା ପଡିଛି ଏହି ଆରଡି ରାସ୍ତାର ଭାଗ୍ୟ। ଦୁର୍ବଳ ପୋଲ ରାସ୍ତା ଉପରେ ବିପଦ ସୃଷ୍ଟି କରିଥିବା ବେଳେ କେତେବେଳେ ଏହା ଗୋରୁ ଗାଈଙ୍କ ଉପରେ ଭୁଷୁଡି ପଡିବାର ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇ ନପାରେ। ଆରଡି ରାସ୍ତାର ପୂର୍ଣ୍ଣାଙ୍ଗ ପାଇଁ ଏହି ପୋଲ ଭାଙ୍ଗିବା ଏବେ ଗୁରୁତ୍ୱ ବହନ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦାୟୀତ୍ୱ ହିନତା ଲୋକମାନଙ୍କର ଆଶାରେ ଆଶଂକା ସୃଷ୍ଟି କରିଛି। ଏହି ରାସ୍ତା ମଧ୍ୟରେ ଦୁଇଟି ଯାଗାରେ କୁଆଁରିଆ ନାଳ ଓ ବ୍ରାହ୍ମଣୀର ବଢି ପାଣି ନିଷ୍କାସନ ନିମିତ୍ତପୋଲ ନିର୍ମାଣର ଯୋଜନା ରହିଛି। ସେଥି ମଧ୍ୟରୁ ଗୋଟିଏ ପୋଲ ନିର୍ମାଣ ସେଷ ପର୍ଯ୍ୟୟରେ ପହଞ୍ଚି ଥିବା ବେଳେ ଅନ୍ୟ ପୋଲଟି ଏ ପର୍ଯ୍ୟନ୍ତ ଲେଆଉଟ ହୋଇପାରି ନାହିଁ। କାରଣ ପୋଲ ହେବା ଜାଗାରେ ପୁର୍ବରୁ ଏହି ଅଦରକାରୀ ପୋଲ ଦଣ୍ଡାୟମାନ ହୋଇରହିଛି। ଉଭୟ ଦିଗରୁ କୌଣସି ରାସ୍ତା ସଂଯୋଗ ନଥିବାରୁ ଏହି ପୋଲଟି କାହା ସ୍ୱାର୍ଥରେ ହୋଇଥିଲା ତାର ଉତ୍ତର ରଖିବେକି ଡ୍ରେନେଜ ବିଭାଗର ନିର୍ବାହୀଯନ୍ତ୍ରୀ?

- Advertisement -

ରାସ୍ତା ମଝିରେ ପୋଲଟି ରହିଯାଉଥିବାରୁ ତାକୁ ଛାଡି ସେଠାରେ ଅନ୍ୟତ୍ର ପୋଲ ନିର୍ମାଣ ମଧ୍ୟ ସମ୍ଭବପର ନୁହେଁ। ସେଥି ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି ଅଦରକାରୀ ପୋଲକୁ ଭାଙ୍ଗୁିବାକୁ ଡ୍ରେନେଜ ବିଭାଗକୁ ଚିଠି କରିଛି। ଆରଡିର ନିର୍ବାହୀ ଯନ୍ତ୍ରୀ କହିଛନ୍ତି ସେ ନିଜେ ଡ୍ରେନେଜର ନିର୍ବାହିଯନ୍ତ୍ରୀଙ୍କୁ ଭେଟି ପୋଲ ଭାଙ୍ଗିବାକୁ ଅନୁମତି ମାଗିଥିଲେ। କିନ୍ତୁ ସେ ତାଙ୍କୁ ଏବେ ପୁର ଷ୍ଟ୍ରକ୍‍ଚର ମାଗୁଛନ୍ତି। ଯାହାକୁ କାଢିବା ଏତେ ସହଜ ନୁହେଁ। ଏସଡିଓ ଏବେ ଏସି ଦାୟିତ୍ୱରେ ଥିବାରୁ ଜଣେ ଲୋକ ଦୁଇଟି ଦାୟିତ୍ୱ ସମ୍ଭାଳିବା ସହିତ ଏହି କାର୍ଯ୍ୟ କରିବାକୁ ତାଙ୍କୁ ସମୟ ଲାଗିବ। ତଥାପି ସେ ସେ କାମ ସାରିଦେଇଛନ୍ତି। ଆସନ୍ତା ସପ୍ତାହରେ ସେ କନିଷ୍ଠ ଯନ୍ତ୍ରୀଙ୍କ ଦ୍ୱାରା ସେଠାକୁ ପଠାଇବେ। ଯଦି ସେ ତୁରନ୍ତ ଫାଇଲ ପ୍ରସ୍ତୁତ କରି ଆମକୁ ଭାଙ୍ଗିବାକୁ ଅନୁମତି ଦିଅନ୍ତି ତେବେ ରାସ୍ତା କାମ ସରିଯିବ ଅନ୍ୟଥା ଠିକାଦାରର ମେସିନ, ମେଣ୍ଟେନାନ୍ସ ସବୁ ବଢୁଥିବାରୁ ସେ କାମଛାଡି ଚାଲିଜିବାର ଭୟ ରହିଛି। ହେଲେ ଉଭୟ ବିଭାଗ ମଧ୍ୟରେ ସମୁନ୍ନୟ ଅଭାବରୁ ପୋଲ ଭାଙ୍ଗିବାକୁ ନିର୍ଦ୍ଦେଶ ଆସୁନାହିଁ। ନିର୍ବାହୀ ଯନ୍ତ୍ରୀ ଜଳ ବିଭାଜନ(ଡ୍ରେନେଜ) ବିଭାଗଙ୍କୁ ଚିଠି ବିଷୟରେ ପଚାରିବାରେ ସେ କିଛି ଜାଣି ନଥିବା ଯଦି ଆପଣ ଜାଣିଛନ୍ତି ଆମକୁ ଚିଠିର କପି ଦିଅନ୍ତୁ ବୋଲି କହିଥିଲେ। ସହକାରୀ ଯନ୍ତ୍ରୀଙ୍କୁ ପଚାରିଲେ ସେ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାର କହୁଥିବା ବେଳେ ନିର୍ବାହୀ ଯନ୍ତ୍ରୀ ସହକାରୀଙ୍କୁ ପଚାର ବୋଲି କହି ଏଡାଇ ଯାଉଛନ୍ତି। ରାସ୍ତା ଭାଗ୍ୟ ଏବେ ବିଭାଗୀୟ ସମନ୍ୱୟ ଅଭାବାରୁ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଉଥିବା ବେଳେ ଠିକାଦାରକୁ ପଚାରିବାରେ ସେ କହନ୍ତି ଏହି କାମ ଆମେ ଲେସରେ ପାଇଛୁ। କାମ କରିବାରେ ବିଭାଗୀୟ ଅବହେଳା ପଇଁ ଆମେ କ୍ଷତି ସହୁଛୁ। ଏହି ପୋଲ ଭାଙ୍ଗିବାକୁ ଯଦି ଖୁବଶୀଘ୍ର ଅନୁମତି ନ ମିଳେ ତେବେ ଆମେ ଯେତିକି କଲୁ ସେତିକିର ବିଲ ନେଇ କାମ ଛାଡିବାକୁ ବାଧ୍ୟ ହେବୁ। ଅଂଚଳର ସମୂହ ସ୍ୱାର୍ଥ ପାଇଁ ଜିଲାପାଳ ଏହା ଉପରେ ହସ୍ତକ୍ଷେପ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories