www.samajalive.in
Sunday, December 14, 2025
23.1 C
Bhubaneswar

ୟାମାହା ଆଣିଲା ହାଇବ୍ରିଡ୍ ବାଇକ୍, ଅନେକ ଫିଚର୍ ସହିତ ମିଳିବ ଉତ୍ତମ ମାଇଲେଜ୍

ନୂଆଦିଲ୍ଲୀ : ଇଣ୍ଡିଆ ୟାମାହା ମୋଟର ଭାରତର ପ୍ରଥମ ୧୫୦ ସିସି କ୍ଷେତ୍ରରେ ହାଇବ୍ରିଡ୍ ମୋଟରସାଇକେଲ ଏଫଜେଡ୍ ଏସ୍ ହାଇବ୍ରିଡ୍ ଲଞ୍ଚ୍ କରିଦେଇଛି । ଏହି ନୂଆ ହାଇବ୍ରିଡ ବାଇକର ଦାମ୍ ୧,୪୪,୮୦୦ ଟଙ୍କା(ଏକ୍ସ-ଶୋରୁମ୍, ଦିଲ୍ଲୀ) ରଖାଯାଇଛି । ଏହି ବାଇକ୍ ନିଜ ଦମଦାର ଡିଜାଇନ୍, ଆଡଭାନ୍ସ ଫିଚର୍ ଓ ଉତ୍ତମ ମାଇଲେଜ୍ ସହିତ ଦୁଇଚକିଆ ବଜାରରେ ପ୍ରବେଶ କରିଛି ।

ଏହି ବାଇକକୁ ନୂଆ ଶାର୍ପ ଟ୍ୟାଙ୍କ କଭର ଓ ଇଣ୍ଟିଗ୍ରେଟେଡ୍ ଫ୍ରଣ୍ଟ୍ ଟର୍ଣ୍ଣ ସିଗନାଲ୍ ମିଳୁଛି ଯାହା ଏହାର ଲୁକକୁ ଦମଦାର କରୁଛି । ବାଇକରେ ୧୪୯ ସିସି ବ୍ଲୁ କୋର୍ ଓବିଡି-୨ବି କମ୍ପ୍ଲାଏଣ୍ଟ ଇଞ୍ଜିନ ଦିଆଯାଇଛି ଯାହା ୟାମାହାର ସ୍ମାର୍ଟ ମୋଟର ଜେନେରେଟର ଓ ଷ୍ଟପ୍ ଓ ଷ୍ଟାର୍ଟ ସିଷ୍ଟମ ଟେକ୍ନୋଲୋଜି ସହ ଉପଲବ୍ଧ । ଏହି ଫିଚର୍ ଇଞ୍ଜିନକୁ ଅଧିକ ସ୍ମୁଥ୍, ଫ୍ୟୁଲ ଏଫିସିଏଣ୍ଟ୍ ଓ ଶକ୍ତିଶାଳୀ କରିବ ।

- Advertisement -

ହାଇବ୍ରିଡ୍ ପ୍ରଯୁକ୍ତିବିଦ୍ୟା ଯୋଗୁଁ ଏହି ବାଇକ୍ ଅଧିକ ମାଇଲେଜ୍ ପ୍ରଦାନ କରିବା ସହ ଦମଦାର ପିକଅପ୍ ମଧ୍ୟ ଦେବ । ଟ୍ରାଫିକରେ ଅଟକିଲେ ଏହା ଅଟୋମେଟିକ୍ ବନ୍ଦ ହୋଇଯିବ ଏବଂ କ୍ଲଚ  କରିବାମାତ୍ରେ ପୁଣି ଷ୍ଟାର୍ଟ ହୋଇଯିବ । ଏଥିରେ ୪.୨ ଇଞ୍ଚର କଲର ଟିଏଫଟି ଡିସପ୍ଲେ ମିଳିବ ଯାହା Y-କନେକ୍ଟ ଆପ୍ ଜରିଆରେ ସ୍ମାର୍ଟଫୋନ୍ ସହ କନେକ୍ଟ ହୋଇଯିବ । ଗ୍ରାହକ ଏହାକୁ ନିକଟସ୍ଥ ୟାମାହା ଡିଲରସିପରୁ କ୍ରୟ କରିପାରିବେ ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories