www.samajalive.in
Sunday, December 14, 2025
26.1 C
Bhubaneswar

ଦିଲ୍ଲୀରେ ବନ୍ଦ ହେବ ପେଟ୍ରୋଲ-ଡିଜେଲ୍ ଗାଡି ! ୨୦୨୭ ସୁଦ୍ଧା ୯୫% ଗାଡି ହେବ ଇଲେକ୍ଟ୍ରିକ୍

ନୂଆଦିଲ୍ଲୀ : ଦିଲ୍ଲୀ ସରକାର ଇଭି ପଲିସି ୨.୦ ନେଇ ଘୋଷଣା କରିଦେଇଛନ୍ତି । ଏହି ନୂଆ ନିୟମ ଅନୁସାରେ ୨୦୨୭ ସୁଦ୍ଧା ଦିଲ୍ଲୀରେ ପଞ୍ଜୀକରଣ ହୋଇଥିବା ଗାଡିରୁ ୯୫ ପ୍ରତିଶତ କେବଳ ଇଲେକ୍ଟ୍ରିକ୍ ଗାଡି ଭାବେ ପଞ୍ଜୀକୃତ ହେବାକୁ ଲକ୍ଷ୍ୟ ରଖିଛନ୍ତି ।  ଦିଲ୍ଲୀରେ ଇଭି ନିୟମ ପ୍ରଥମ ଥର ୨୦୨୦ ମସିହାରେ ଆସିଥିଲା ଯାହା ୨୦୨୪ରେ ସମାପ୍ତ ହୋଇଯାଇଥିଲା । କିନ୍ତୁ ଏବେ ଏହି ନୂଆ ନିୟମ ପୁରୁଣା ନିୟମ ବଦଳରେ ଲାଗୁ ହେବ ।

ସମସ୍ତ ସିଏନଜି ଅଟୋ-ରିକ୍ସା, ଟ୍ୟାକ୍ସି ଏବଂ ଲାଇଟ କମର୍ସିଆଲ ଭେଇକଲକୁ ଇଲେକ୍ଟ୍ରିକରେ ପରିଣତ କରାଯିବ । ସମସ୍ତ ବସ୍ ସମ୍ପୂର୍ଣ୍ଣ ରୂପେ ଇଲେକ୍ଟ୍ରିକ୍ ହେବ । ଇଲେକ୍ଟ୍ରିକ୍ ଦୁଇଚକିଆ, ତିନି ଚକିଆ, ଏଲସିଭି ଓ ଟ୍ରକର କ୍ରୟ ଉପରେ ଇନସେନଟିଭ୍ ମିଳିବ । ସ୍କ୍ରାପିଂ ଓ ରେଟ୍ରୋଫିଟିଂ ଇନସେନଟିଭ୍ ମଧ୍ୟ ମିଳିବ ଯାହା ଫଳରେ ଲୋକେ ପେଟ୍ରୋଲ-ଡିଜେଲ ଗାଡିରୁ ଇଭି ଦିଗକୁ ଅଗ୍ରସର ହେବେ ।

- Advertisement -

କ୍ୟାବ୍, ଡେଲିଭରୀ ସେବା ଓ ଅନ୍ୟ ବାଣିଜ୍ୟିକ ଗାଡିକୁ ଇଭିରେ ପରିବର୍ତ୍ତନ କରାଯିବ । ନିୟମକୁ କଡାକଡି ଭାବେ ଲାଗୁ କରାଯିବ ଏବଂ ଏହାର ପାଳନକୁ ସୁନିଶ୍ଚିତ କରାଯିବ । ଦିଲ୍ଲୀରେ ନୂଆ ପବ୍ଲିକ୍ ଓ ପ୍ରାଇଭେଟ୍ ଇଭି ଚାର୍ଜିଂ ଷ୍ଟେସନ ଲଗାଯିବ । ନୂଆ ବିଲ୍ଡିଂ ପ୍ରୋଜେକ୍ଟ୍ସରେ ଇଭି ଚାର୍ଜିଂ ଷ୍ଟେସନ ବାଧ୍ୟତାମୂଳକ ହେବ । ଇଭି ସେଲ୍ସ, ସର୍ଭିସିଂ, ଫାଇନାନ୍ସିଂ ଓ ବ୍ୟାଟେରୀ ମ୍ୟାନେଜମେଣ୍ଟରେ ନୂଆ ନିଯୁକ୍ତି ସୃଷ୍ଟି ହେବ । ଏହି ନୂଆ ନିୟମ କେବଳ ଗାଡି ମାଲିକଙ୍କୁ ଇଲେକ୍ଟ୍ରିକ୍ ଗାଡି ପ୍ରତି ଆକର୍ଷିତ କରିବ ତା ନୁହେଁ, ବରଂ ପ୍ରଦୂଷଣ କମାଇବାରେ ମଧ୍ୟ ସହାୟକ ହେବ ।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories