www.samajalive.in
Saturday, December 6, 2025
19.1 C
Bhubaneswar

ୟାମାହା ଆଣିଲା ନୂଆ ସ୍କୁଟର, ବଟନ ଦବାଇ ଗାଡି କେଉଁଠି ଅଛି ଜାଣିପାରିବେ

ନୂଆଦିଲ୍ଲୀ : ଯଦି ଆପଣ ନିକଟ ଭବିଷ୍ୟତରେ ନୂଆ ସ୍କୁଟର କିଣିବାକୁ ଯୋଜନା କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରି । ମୋଟରସାଇକେଲ ନିର୍ମାତା କମ୍ପାନୀ ୟାମାହା ମୋଟର ଭାରତୀୟ ବଜାରରେ ଫସିନୋ ଏସ୍ ନାମକ ଏକ ନୂଆ ସ୍କୁଟର ନେଇଆସିଛି । କମ୍ପାନୀ ଏହି ସ୍କୁଟର ନିଜ ‘ଦ କଲ୍ ଅଫ୍ ବ୍ଲୁ ବ୍ରାଣ୍ଡ୍ କ୍ୟାମ୍ପେନ୍’ ଅନୁସାରେ ବଜାର ପ୍ରବେଶ କରିଛି । ୟାମାହା ଫସିନୋ ଏସ୍ ସ୍କୁଟରର ଖାସ୍ କଥା ହେଉଛି କି ଏହା ‘ଆନ୍ସର ବ୍ୟାକ୍’ ଫିଚର ସହ ଆସିଛି । ଏହି ପ୍ରିମିୟମ୍ ସ୍କୁଟର ୟାମାହାର ପୋର୍ଟଫୋଲିଓରେ ୟୁନିକ୍ ବିକଳ୍ପ ଯୋଡୁଛି । ଗ୍ରାହକଙ୍କୁ ଏଥିରେ ନାଲି, କଳା ଓ ବ୍ଲୁ ରଙ୍ଗରେ କିଣିପାରିବେ । ଆସନ୍ତୁ ଏହି ସ୍କୁଟରର ଫିଚର୍ସ, ପାଓ୍ବରଟ୍ରେନ୍ ଏବଂ ଦାମ୍ ସମ୍ପର୍କରେ ଜାଣିବା ।

ଏଥିରେ ‘ଆନ୍ସର ବ୍ୟାକ୍’ ଏକ ଖାସ୍ ଫିଚର ଆସିଛି । ଗ୍ରାହକ ୟାମାହାର ମୋବାଇଲ ଆପ୍ଲିକେସନ ଜରିଆରେ ଏହି ଫିଚର  ‘ୟାମାହା ସ୍କୁଟର ଆନ୍ସର ବ୍ୟାକ୍’କୁ ବ୍ୟବହାର କରିପାରିବେ । ଆପ୍ଲିକେସନରେ ‘ଆନ୍ସର ବ୍ୟାକ୍’ ବଟନ ଦବାଇ ଡ୍ରାଇଭର ସହଜରେ ନିଜ ସ୍କୁଟର କେଉଁଠି ଅଛି ଜାଣିପାରିବେ । ଏହି ଆପ୍ଲିକେସନକୁ ଗୁଗଲ ପ୍ଲେ ଷ୍ଟୋର ବା ଆପ୍ ଷ୍ଟୋରରୁ ସହଜରେ ଇନଷ୍ଟଲ କରିପାରିବେ । କହିରଖୁଛୁ ୟାମାହା ଫସିନୋ ଏସ୍ ସ୍କୁଟରରେ ଏୟାର କୁଲ୍ଡ ଏଫଆଇ ୧୨୫ ସିସି ହାଇବ୍ରିଡ୍ ଇଞ୍ଜିନ ଦିଆଯାଇଛି । ଏହା ଟ୍ରାଫିକ ମୋଡ୍ ସହିତ ଆଡଭାନ୍ସ ଅଟୋମେଟିକ୍ ଷ୍ଟପ୍ ଏବଂ ଷ୍ଟାର୍ଟ ସୁବିଧା ସହିତ ଆସିବ । ଏହା ଫଳରେ ଗାଡି ଅଧିକ ମାଇଲେଜ୍ ପ୍ରଦାନ କରିବ । କମ୍ପାନୀ ଏହାର ଦାମ୍ ୯୩,୭୩୦ ଟଙ୍କା ରଖିଛି । ତେବେ ବ୍ଲୁ ରଙ୍ଗର ସ୍କୁଟରର ଦାମ୍ ୯୪,୫୩୦ ଟଙ୍କାରେ ବଜାରକୁ ଆଣିଛି କମ୍ପାନୀ ।

ପ୍ରଚାର କମିଟି ଅଧ୍ୟକ୍ଷ ପଦ ଛାଡିଲେ ଭକ୍ତ ଦାସ

- Advertisement -

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories