www.samajalive.in
Monday, December 8, 2025
27.1 C
Bhubaneswar

ଦାୟିତ୍ବ ବାଣ୍ଟିଲେ ମୋଦୀ: ରାଜନାଥ ସିଂହ ପ୍ରତିରକ୍ଷା ମନ୍ତ୍ରୀ, ନିର୍ମଳାଙ୍କୁ ଅର୍ଥ ବିଭାଗ

ନୂଆଦିଲ୍ଲୀ : ମୋଦୀ ସରକାର ୩.୦ର ଶପଥ ଗ୍ରହଣ ପରେ ଏବେ ମନ୍ତ୍ରୀପଦ ବଣ୍ଟନ ହୋଇଯାଇଛି । ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜନାଥ ସିଂହଙ୍କୁ ପ୍ରତିରକ୍ଷା ମନ୍ତ୍ରୀ କରାଯାଇଥିବାବେଳେ ଅମିତ ଶାହ ସ୍ବରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି । କ୍ୟାବିନେଟ ବୈଠକରେ ନୀତିନ ଗଡକରୀଙ୍କୁ ସଡକ ଓ ପରିବହନ ମନ୍ତ୍ରୀପଦ ମିଳିଛି । ପୂର୍ବରୁ ମଧ୍ୟ ସେ ଏହି ବିଭାଗରେ ନିଜ ଦାୟିତ୍ବ ପାଳନ କରିଆସିଛନ୍ତି । ମୋଦୀ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଜଣାପଡିଛି ଯେ ଗଡକରୀ ନିଜ ଦାୟିତ୍ବ ସଠିକ୍ ଭାବେ ତୁଲାଇଛନ୍ତି । ତାଙ୍କୁ ପୁଣି ସେହି ବିଭାଗ ଦାୟିତ୍ବ ପ୍ରଦାନ କରାଯାଇଛି । ସେହିଭଳି ଉତ୍ତରାଖଣ୍ଡର ଅଜୟ ଟମ୍ଟାଙ୍କୁ ପରିବହନ ରାଷ୍ଟ୍ରମନ୍ତ୍ରୀ କରାଯାଇଛି ଏବଂ ହର୍ଷ ମଲହୋତ୍ରାଙ୍କୁ ମଧ୍ୟ ପରିବହନ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ ମିଳିଛି । ନିର୍ମଳା ସୀତାରମଣଙ୍କୁ ପୂର୍ବ ଭଳି ଅର୍ଥ ବିଭାଗ ଦାୟିତ୍ବ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ମନ୍ତ୍ରୀ କରାଯାଇଛି । ସେ ୨୦୧୯ରୁ ଏହି ଦାୟିତ୍ବ ତୁଲାଇ ଆସୁଛନ୍ତି । ଅନ୍ୟପଟେ ଚିରାଗ ପାସଓ୍ବାନଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରାଳୟ ଦେଇଛନ୍ତି ମୋଦୀ ସରକାର । ଅନ୍ନପୂର୍ଣ୍ଣା ଦେବୀଙ୍କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ମିଳିଛି । ଏସ୍ ଜୟଶଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରୀ ହୋଇଛନ୍ତି । ଅଶ୍ହିନୀ ବୈଷ୍ଣବଙ୍କୁ ରେଳ ବିଭାଗ ସହ ସୂଚନା ଓ ପ୍ରସାରଣ ଦାୟିତ୍ବ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଜେପି ନଡ୍ଡାଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ଶିବରାଜ ସିଂହ ଚୌହାନଙ୍କୁ କୃଷି ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ଓ ପଞ୍ଚାୟତିରାଜ ମନ୍ତ୍ରାଳୟ ମିଳିଛି । ମନୋହର ଲାଲ ଖଟ୍ଟରଙ୍କୁ ଶକ୍ତି, ସହରାଞ୍ଚଳ ବିକାଶ ଓ ଗୃହ ନିର୍ମାଣ ଦାୟିତ୍ବ, ଏଚଡି କୁମାରସ୍ୱାମୀ ଇସ୍ପାତ ଓ ଭାରୀ ଶିଳ୍ପ ମନ୍ତ୍ରାଳୟ, ପୀୟୂଷ ଗୋଏଲଙ୍କୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ , ସର୍ବାନନ୍ଦ ସୋନେୱାଲଙ୍କୁ ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରାଳୟ ଦାୟିତ୍ବ ପ୍ରଦାନ କରିଛନ୍ତି ମୋଦୀ ସରକାର ।

- Advertisement -

ବୀରେନ୍ଦ୍ର କୁମାରଙ୍କୁ ସମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରାଳୟ, ରାମ ମୋହନ ନାଇଡୁ କିଞ୍ଜରାପ୍ପୁଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ,  ପ୍ରହ୍ଲାଦ ଯୋଶୀଙ୍କୁ ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ,  ଗିରିରାଜ ସିଂହଙ୍କୁ ବୟନଶିଳ୍ପ ମନ୍ତ୍ରାଳୟ, ଭୂପେନ୍ଦ୍ର ଯାଦବଙ୍କୁ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଗଜେନ୍ଦ୍ର ସିଂହ ଶିଖାୱତଙ୍କୁ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ, କିରଣ ରିଜିଜୁଙ୍କୁ  ସଂସଦୀୟ ବ୍ୟାପାର ମନ୍ତ୍ରାଳୟ, ହରଦୀପ ସିଂହ ପୁରୀଙ୍କୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ, ମନସୁଖ  ମାଣ୍ଡଭୀୟଙ୍କୁ ଶ୍ରମ ସହ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ, ଜି କିଶନ ରେଡ୍ଡୀଙ୍କୁ  କୋଇଲା ଓ ଖଣି ମନ୍ତ୍ରାଳୟ ପ୍ରଦାନ କରାଯାଇଛି ।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories