www.samajalive.in
Tuesday, December 9, 2025
17.1 C
Bhubaneswar

ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା

ପିପିଲି:ପିପିଲି କୋର୍ଟଛକ ସ୍ଥିତ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ପବିତ୍ର ବିବାହ ଉତ୍ସବ ଓ ଶୀତଳଷଷ୍ଠୀ ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ୧୦ ତାରିଖ ଦିନ ଠାକୁରଙ୍କ ନିର୍ବନ୍ଧ ଉତ୍ସବ ସମାରୋହରେ ସଂପନ୍ନ ହୋଇଛି ।
ସୋମବାର ପୂର୍ବାହ୍ନରେ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ମନ୍ଦିରରେ ସମସ୍ତ ରୀତିନୀତି ଅନୁଯାଇ ପୂଜାର୍ଚ୍ଛନା କରାଯାଇଥିଲା ।

ଶ୍ରୀବାଲୁଙ୍କେଶ୍ୱର ଦେବ ପୂଜା କମିଟିର ସଦସ୍ୟମାନେ ଏକ ଶୋଭାଯାତ୍ରାରେ ବରପିତା ଗୌରାଙ୍ଗ ଚନ୍ଦ୍ର ମହାନ୍ତି ଓ କନ୍ୟାପିତା ଲକ୍ଷ୍ମୀଧର ପ୍ରଧାନଙ୍କୁ ପାରମ୍ପରିକ ନିମନ୍ତ୍ରଣ କରିବା ପାଇଁ ଉଭୟଙ୍କ ବାସଭବନକୁ ଯାଇଥିଲେ । ଘଣ୍ଟ ଘଣ୍ଟା, କାହାଳି, ମୃଦଙ୍ଗ ଓ ଢୋଳବାଦ୍ୟରେ ଅଞ୍ଚଳ ପ୍ରକମ୍ପିତ ହୋଇଥିବା ବେଳେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

- Advertisement -

ଏହାପରେ ମନ୍ଦିରରୁ ଶୋଭାଯାତ୍ରାରେ ଉଭୟ କନ୍ୟାପକ୍ଷ ଓ ବରପକ୍ଷ ଖଣ୍ଡିଆଗିରୀ ସ୍ଥିତ ପ୍ରଭୁ ଶ୍ରୀ ହୁଙ୍କେଶ୍ୱରଦେବଙ୍କ ମନ୍ଦିରକୁ ଯାଇଥିଲେ। ସେଠାରେ ଖଣ୍ଡିଆଗିରୀ ଗ୍ରାମବାସୀ, ହୁଙ୍କେଶ୍ୱର ଦେବ ଯୁବ ପରିଷଦ ଓ ପିପିଲି ମହୋତ୍ସବ କମିଟିର କର୍ମକର୍ତ୍ତା ମାନେ ସେମାନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ।

ସେଠାରେ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବ ଓ ଦେବୀ ପାର୍ବତୀଙ୍କ ବିବାହ ପାଇଁ ନିର୍ବନ୍ଧ କାର୍ଯ୍ୟ ବର ପିତାମାତା ଓ କନ୍ୟା ପିତାମାତାଙ୍କ ଉପସ୍ଥିତିରେ ବିଧି ମୁତାବକ ସଂପନ୍ନ ହୋଇଥିଲା । ହରିବୋଲ, ହୁଳହୁଳି ଧ୍ୱନିରେ ମନ୍ଦିର ପରିବେଶ ମୁଖରିତ ହୋଇ ଉଠିଥିଲା । ସମସ୍ତ କାର୍ଯ୍ୟକୁ କମିଟିର ମୁଖ୍ୟ ଉପଦେଷ୍ଠା ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ସଭାପତି ପ୍ରଭାକର ପଣ୍ଡା, ଉପସଭାପତି ଆଡ୍‌‌ଭୋକେଟ୍‌‌ ସୁଧିର କୁମାର ମହାନ୍ତି, ସଂପାଦକ ସମୀର କୁମାର ଦାଶ, କାର୍ଯ୍ୟକାରୀ କମିଟିର ଅଧ୍ୟକ୍ଷ ଜୟକୃଷ୍ଣ ପ୍ରଧାନ, ଆଡ୍‌‌ଭୋକେଟ୍‌‌ ବିଭୂପ୍ରସାଦ ବୈରୀଗଞ୍ଜନ, ମନୋଜ କୁମାର ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।

ମଙ୍ଗଳବାର ସଂନ୍ଧ୍ୟାରେ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବ ଓ ଦେବୀ ପାର୍ବତୀଙ୍କ ମଧ୍ୟରେ ବିବାହ ଉତ୍ସବ ଅନୁଷ୍ଠିତ ହେବ । ପ୍ରାତଃ ସାଢେ ୬ଟାରେ ମଙ୍ଗଳ ଆଳତି, ଅବକାଶ ଓ କୋଠଭୋଗ, ୭ଟାରୁ ସାଢେ ୯ଟା ପର୍ଯ୍ୟନ୍ତ ଶାହାଣମେଲା, ୧୦ଟାରେ ଠାକୁର ଠାକୁରାଣୀଙ୍କ ମହାସ୍ନାନ, ସାଢେ ୧୦ଟାରେ ବେଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ, ସାଢେ ୧୧ଟାରେ ଦିଅଁମଙ୍ଗୁଳା, ସାଢେ ୧୨ରେ ମଧ୍ୟାହ୍ନ ଧୂପ ଅନୁଷ୍ଠିତ ହେବ । ଦିନ ୧୨ଟାରେ ପ୍ରଭୁ ଶ୍ରୀ ହୁଙ୍କେଶ୍ୱରଦେବଙ୍କ ମନ୍ଦିରରୁ ଏକ ଶୋଭାଯାତ୍ରାରେ ଖଣ୍ଡିଆଗିରୀ ଗ୍ରାମବାସୀମାନେ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କୁ ପାରମ୍ପରିକ ନିମନ୍ତ୍ରଣ କରିବାକୁ ଯିବେ।

ଅପରାହ୍ନ ୫ଟାରେ ଶ୍ରୀବାଲୁଙ୍କେଶ୍ୱର ଦେବ ଖଣ୍ଡିଆଗିରୀର ପ୍ରଭୁ ଶ୍ରୀହୁଙ୍କେଶ୍ୱରଦେବଙ୍କ ପୀଠକୁ ଗମନ କରିବେ । ସେଠାରେ ସମସ୍ତ ରିତୀନିତୀ ଅନୁଯାଇ ପ୍ରଭୁ ଶ୍ରୀହୁଙ୍କେଶ୍ୱରଦେବ ଓ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ମଧ୍ୟରେ ଭେଟଭାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ସଂନ୍ଧ୍ୟା ୬ଟା ସମୟରେ ଶ୍ରୀବାଲୁଙ୍କେଶ୍ୱର ଦେବ ବରଯାତ୍ରୀଦଳ ସହ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ । ସେଠାରେ ବାଟବରଣ, ବିବାହ ଓ ପାଣିଗ୍ରହଣ ଅନୁଷ୍ଠିତ ହେବ । ଏହି ଅବସରରେ ସେଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ସୂଚନା ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories