www.samajalive.in
Saturday, December 6, 2025
14.1 C
Bhubaneswar

ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ

ବେଜିଂ: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ତ୍ରୟୋଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମନ୍ତ୍ରଣକ୍ରମେ ଗୁରୁବାର ଦିନ ହେବାକୁ ଥିବା ଏହି ସମ୍ମିଳନୀରେ ଜିନପିଙ୍ଗ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗଦେବେ ବୋଲି ଚାଇନାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ବ୍ରାଜିଲ, ରୁଷ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ଏହି ରାଷ୍ଟ୍ରଗୋଷ୍ଠୀ ବୈଠକରେ ମୋଦି ଅଧ୍ୟକ୍ଷତା କରିବେ। ଚଳିତ ବର୍ଷ ଭାରତ ବ୍ରିକ୍ସର ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଛି। ଏଥିରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା ଏବଂ ବ୍ରାଜିଲ ରାଷ୍ଟ୍ରପତି ଜାଏର ବୋଲସୋନାରୋ ଯୋଗଦେବେ। ଆଗାମୀ ବିକ୍ସ ଶିଖର ସମ୍ମିଳନୀର ବିଷୟବସ୍ତୁ ରଖାଯାଇଛି ‘ନିରନ୍ତରତା, ସୁଦୃଢିକରଣ ଏବଂ ସହମତି ପାଇଁ ବିକ୍ସ ରାଷ୍ଟ୍ରଗୋଷ୍ଠୀ ମଧ୍ୟରେ ସହଯୋଗ।’ ଭାରତ ପକ୍ଷରୁ ଏଥିପାଇଁ ଚାରିଟି ଅଗ୍ରାଧିକାର ବିଷୟକୁ ଚିହ୍ନଟ କରାଯାଇଛି। ସେଥିମଧ୍ୟରେ ରହିଛି ବହୁପାକ୍ଷିକ ବ୍ୟବସ୍ଥା, ଆତଙ୍କବାଦର ମୁକାବିଲା, ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ପାଇଁ ଡିଜିଟାଲ ଓ ପ୍ରଯୁକ୍ତିଗତ ସାଧନର ଉପଯୋଗ ଏବଂ ଜନସାଧାରଣଙ୍କ ମଧ୍ୟରେ ବିନିମୟ କାର୍ଯ୍ୟକ୍ରମରେ ବୃଦ୍ଧି ଘଟାଇବା। ଏ ସମସ୍ତ ବିଷୟ ସହିତ ନେତୃବୃନ୍ଦ କୋଭିଡ-୧୯ ମହାମାରୀର ପ୍ରଭାବ ଏବଂ ବିଶ୍ୱର ସାମ୍ପ୍ରତିକ ଓ ଆଞ୍ଚଳିକ ପ୍ରସଙ୍ଗଗୁଡିକ ଉପରେ ମଧ୍ୟ ଆଲୋଚନା କରିବେ। ସୂଚନାଯୋଗ୍ୟ ଯେ ମୋଦି ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ବିକ୍ସ ଶିଖର ବୈଠକରେ ଅଧ୍ୟକ୍ଷତା କରିବେ। ପୂର୍ବରୁ ସେ ୨୦୧୬ରେ ଗୋଆରେ ଅନୁଷ୍ଠିତ ଶିଖର ବୈଠକରେ ଏହାର ଅଧ୍ୟକ୍ଷତା କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories