www.samajalive.in
Friday, December 5, 2025
20.1 C
Bhubaneswar

ବିଶ୍ୱର ନଂ-୧ ଆପ୍‍ ହେଲା ଇନଷ୍ଟାଗ୍ରାମ

ସମାଜ ଡିଜିଟାଲ ଡେସ୍କ: ଲୋକମାନଙ୍କୁ ବିଶ୍ୱର ନଂ-୧ ଆପ କେଉଁଟା ପଚାରିଲେ ପ୍ରାୟତଃ ସଭିଏଁ କହିବେ ଫେସବୁକ କିମ୍ବା ଟିକଟକ୍‍ । ହେଲେ ବର୍ତ୍ତମାନ ଇନଷ୍ଟଗ୍ରାମ ଏହି ଦୁଇଟି ଆପକୁ ଟପିଯାଇ ନଂ-୧ ସ୍ଥାନରେ ରହିଛି । ଟିକଟକ ଆପର ବ୍ୟବହାର କେତେକ ଦେଶରେ ବନ୍ଦ ହେବା ପରେ ଇନଷ୍ଟାଗ୍ରାମ ଆପର ଚାହିଦା ବଢିଥିଲା । ସେନ୍ସର ଟାୱରର ରିପୋର୍ଟ ଅନୁଯାୟୀ ଇନଷ୍ଟାଗ୍ରାମର ଡାଉନଲୋଡ ବିଶ୍ୱରେ ୨୦ପ୍ରତିଶତ ବୃଦ୍ଧି ପାଇଛି । ୨୦୨୩ ମସିହାରେ ଇନଷ୍ଟାଗ୍ରାମ ଆପ୍‍ ୭୬.୭ କୋଟି ଥର ଡାଉନଲୋଡ କରାଯାଇଛି । ଯାହାକି ୨୦୨୨ ତୁଳନାରେ ୨୦ ପ୍ରତିଶତ ଅଧିକ ରହିଛି । ସେହିପରି ଟକଟକ ଆପ ୭୩.୩କୋଟି ଥର ଡାଉନଲୋଡ ହୋଇଥିବା ସୂଚନା ମିଳିଛି । ଏହି ଚାଇନିଜ୍‍ ଆପ୍‍ ଭାରତ ଓ ଆମେରିକାରେ ନିଷେଧ ଘୋଷଣା କରାଯାଇଛି ।
୨୦୨୦ ଠାରୁ ଇନଷ୍ଟାଗ୍ରାମର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । ଇନଷ୍ଟାଗ୍ରାମ ରିଲ୍ସ ଲଂଚ ଯୋଗୁ ଏହାର ଲୋକପ୍ରିୟତା ବଢିଥିଲା । ଇନଷ୍ଟାଗ୍ରାମ ରିଲ୍ସ ହେଉଛି ଏକ ଏଭଳି ଫିଚର ଯେଉଁଥିରେ ଉପଭୋକ୍ତମାନେ ସର୍ଟ କ୍ଲିପ୍‍ ପ୍ରସ୍ତୁତ କରି ଏହି ପ୍ଲାଟଫର୍ମରେ ସେୟାର କରିପାରିବେ । ରିଲ୍ସ ଲଂଚ ଯୋଗୁ ଯୁବପୀଢି ମାନେ ଇନଷ୍ଟାଗ୍ରାମକୁ ସବୁଠାରୁ ଅଧିକ ପସନ୍ଦ କରୁଛନ୍ତି ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories