www.samajalive.in
Saturday, December 6, 2025
16.1 C
Bhubaneswar

ଇଏ ହେଉଛନ୍ତି ଦୁନିଆର ଦ୍ୱିତୀୟ ସବୁଠୁ ଡେଙ୍ଗା ମହିଳା; ଗୋଡ଼ର ଉଚ୍ଚତା ଜାଣିଲେ ହୋଇଯିବେ ଚକିତ

ନୂଆଦିଲ୍ଲୀ: ଏହି ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜ ଶାରୀରିକ ଗଠନ କିମ୍ବା କିଛି ଅଦ୍ଭୁତ କାମକୁ ନେଇ ଚର୍ଚ୍ଚାରେ ରହନ୍ତି। ସେହିପରି ଜଣେ ମହିଳା ହେଉଛନ୍ତି ରେନ୍ସେନ୍‍ଖୋର୍‍ଲୁ ବଡ଼୍‍। ଯିଏ ନିଜ ଲମ୍ବା ଗୋଡ଼କୁ ନେଇ ଚର୍ଚ୍ଚିତ। ଲୋକେ ତାଙ୍କୁ ରେନ୍‍ ନାଁରେ ଜାଣନ୍ତି। ରେନ୍‍ଙ୍କ ଉଚ୍ଚତା ୬ ଫୁଟ୍‍ ୯ ଇଞ୍ଚ ଓ ତାଙ୍କ ଗୋଡ଼ ଅଣ୍ଟାଠାରୁ ପାଦ ପର୍ଯ୍ୟନ୍ତ ୫୨.୮ ଇଞ୍ଚ ଲମ୍ବା। ରେନ୍‍ ଦୁନିଆର ଦ୍ୱିତୀୟ ସବୁଠୁ ଲମ୍ବା ଗୋଡ଼ ଥିବା ମହିଳା ଭାବେ ପରିଗଣିତ।

- Advertisement -

ରେନ୍ସେନ୍‍ଖୋର୍‍ଲୁ ବଡ଼ଙ୍କ ଜନ୍ମ ମଙ୍ଗୋଲିୟାରେ ହୋଇଥିଲା କିନ୍ତୁ ଏବେ ସେ ଆମେରିକାର ସିକାଗୋରେ ରହୁଛନ୍ତି। ରେନ୍‍ ତାଙ୍କ ଗୋଡ଼କୁ ବହୁତ ଭଲପାଆନ୍ତି। କେବଳ ଏତିକି ନୁହେଁ ନିଜ ଗୋଡ଼କୁ ଦେଖାଇବା ପାଇଁ ସେ ଅଧିକାଂଶ ସମୟ ଶର୍ଟସ୍‍ ପିନ୍ଧନ୍ତି। ମାତ୍ର ତାଙ୍କର ଏହି ଲମ୍ବା ଗୋଡ଼ ପାଇଁ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ। ଘର, କ୍ଲବ, ଅଫିସ୍‍ ସମେତ ଯେ କୌଣସି ସ୍ଥାନରେ ପ୍ରବେଶ କରିବା ସମୟରେ ସେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି।

ରୋନାଙ୍କ ଏପରି ଉଚ୍ଚତା ବଂଶଗତ। ତାଙ୍କ ପିତାଙ୍କ ଉଚ୍ଚତା ୬ ଫୁଟ ୧୦ ଇଞ୍ଚ ଓ ମାଆଙ୍କ ଉଚ୍ଚତା ୬ ଫୁଟ୍‍ ୧ ଇଞ୍ଚ। ସୋସିଆଲ ମିଡିଆରେ ରେନ୍‍ ଖୁବ୍‍ ସକ୍ରିୟ। ଲମ୍ବା ଝିଅମାନଙ୍କ ପାଇଁ ଲେଗିନ୍ସ ତିଆରି କରୁଥିବା ଏକ ବ୍ରାଣ୍ଡ ପାଇଁ ସେ ମଡେଲିଂ କରନ୍ତି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories