www.samajalive.in
Monday, December 8, 2025
13.1 C
Bhubaneswar

ବ୍ୟାପକ ଜନ ସଚେତନତା ଦ୍ବାରା ହିଁ ଜନସଂଖ୍ୟାରେ ସ୍ଥିରତା ସମ୍ଭବ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ଜନସଂଖ୍ୟା ଗବେଷଣା କେନ୍ଦ୍ର ପକ୍ଷରୁ ପିଜି କାଉନସିଲ ହଲରେ ବିଶ୍ବ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି। କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତା କରି ଉତ୍ତମ ସ୍ବାସ୍ଥ୍ୟ ପାଇଁ ଶାରୀରିକ, ମାନସିକ ଓ ବୌଦ୍ଧିକ ଜ୍ଞାନ ବୃଦ୍ଧି ଅପରିହାର୍ଯ୍ୟ ବୋଲି କହିଥିଲେ। ଜନ ସଚେତନତା ଦ୍ବାରା ଜନସଂଖ୍ୟା ନିୟନ୍ତ୍ରଣ ଓ ଉତ୍ତମ ସ୍ବାସ୍ଥ୍ୟ ହାସଲ କରାଯାଇପାରିବ। ଏଥିପାଇଁ ସମସ୍ତେ ଦୃଷ୍ଟି ଦେବା ଆବଶ୍ୟକ। ତେବେ ବ୍ୟାପକ ଜନ ସଚେତନତା ଦ୍ବାରା ହିଁ ଜନସଂଖ୍ୟାରେ ସ୍ଥିରତା ସମ୍ଭବ ବୋଲି କୁଳପତି ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ଅଖିଳ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମସ)ର ପୂର୍ବତନ ନିର୍ଦେଶକ ପ୍ରଫେସର ଅଶୋକ କୁମାର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ ସ୍ବାସ୍ଥ୍ୟ ହିଁ ସମ୍ପଦ ବୋଲି ଶୈଶବାବସ୍ଥାରୁ ଆମେ ପଢ଼ି ଆସିଥିବା ବେଳେ ବ୍ୟସ୍ତବହୁଳ ଜୀବନଶୈଳୀ ଓ ଅନ୍ୟାନ୍ୟ କାରଣରୁ ଆମ ଭିତରୁ ଅନେକ ନିଜର ସ୍ବାସ୍ଥ୍ୟକୁ ଅଣଦେଖା କରିଥା’ନ୍ତି। ସେହିପରି ସ୍ବାସ୍ଥ୍ୟ ଅଧିକାର ଜଣେ ବ୍ୟକ୍ତିର ମୌଳିକ ଅଧିକାର ହୋଇଥିଲେ ହେଁ ସମ୍ପ୍ରତି ବିଶ୍ବ ଜନସଂଖ୍ୟାର ପ୍ରାୟ ଏକ-ତୃତୀୟାଂଶ ଜନସାଧାରଣ ଅତ୍ୟାବଶ୍ୟକ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ। ସେଥିପାଇଁ ଆବଶ୍ୟକ ଭିତ୍ତିଭୂମି ଓ ଜନସଚେତନତା ସାଙ୍ଗକୁ ଅନ୍ୟମାନଙ୍କର ସାମଗ୍ରିକ ସହଯୋଗର ଆବଶ୍ୟକତା ରହିଛି ବୋଲି ପ୍ରଫେସର ମହାପାତ୍ର ପ୍ରକାଶ କରିଥିଲେ।

- Advertisement -

ସମ୍ମାନିତ ଅତିଥି ଭାବେ ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ନବନୀତା ରଥ ଯୋଗଦେଇ ବିଶ୍ବ ଜନସଂଖ୍ୟା ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଜନସଂଖ୍ୟା ଗବେଷଣା କେନ୍ଦ୍ର ଉପନିର୍ଦେଶକ ପ୍ରଫେସର ଦେବେନ୍ଦ୍ର କୁମାର ବିଶ୍ବାଳ ସ୍ବାଗତ ଭାଷଣ ଦେଇଥିବାବେଳେ ରାଜୀବ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ପକ୍ଷରୁ ସମଗ୍ର ପୃଥିବୀରେ ଆଜିର ଦିନକୁ ବିଶ୍ବ ସ୍ବାସ୍ଥ୍ୟ ଦିବସ ଭାବେ ପାଳନ କରାଯାଉଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories