ବିଶ୍ୱ ଜନସଂଖ୍ୟା ଦିବସ : କଠୋର ଜନ୍ମ ନିୟନ୍ତ୍ରଣ ଆଇନ ପ୍ରଣୟନ ଦାବିରେ ବିକ୍ଷୋଭ ପ୍ରଦର୍ଶନ ଓ ଦାବିପତ୍ର ପ୍ରଦାନ
ସମ୍ବଲପୁର ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ କାର୍ଯ୍ୟକ୍ରମ
ସମ୍ବଲପୁର : ବିଶ୍ବ ଜନସଂଖ୍ୟା ଦିବସ ଅବସରରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ଦେଶର ଭବିଷ୍ୟତ ସୁରକ୍ଷା ପାଇଁ ସବୁ ନାଗରିକ ମାନଙ୍କ ପାଇଁ ସର୍ବାଧିକ ଦୁଇଟି ସନ୍ତାନ ବାଧ୍ୟତାମୂଳକ କରି ଏକ ସ୍ୱତନ୍ତ୍ର ଆଇନ ଉଭୟ ପାର୍ଲିଆମେଣ୍ଟରେ ଏବଂ ସବୁ ରାଜ୍ୟର ବିଧାନସଭା ମାନଙ୍କରେ ପାରିତ କରିବା ଦାବିରେ ଦେଶର ସମସ୍ତ ଜିଲ୍ଲା ମୁଖ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଏବଂ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ସୋମବାର ସମ୍ବଲପୁର ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ଜିଲ୍ଲା ସଭାପତି ମିଲନ ମହାରଣାଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉଭୟ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସମ୍ବଲପୁର ଜିଲ୍ଲାପାଳଙ୍କ ଜରିଆରେ ଦୁଇଟି ପୃଥକ ଦାବିପତ୍ର ପ୍ରଦାନ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ମୋର୍ଚ୍ଚା ସଭାପତି ଭାରତୀ ପଣ୍ଡା, ପୁଷ୍ପାଞ୍ଜଳି ଦାଶ, ଭାରତୀ ଠାକୁର, ପୁଷ୍ପାଞ୍ଜଳି ଜେନା, ବୀଣାପାଣି ଦାଶ, ତୃପ୍ତିମୟୀ ପଣ୍ଡା, ସୁଜାତା ନାୟକ, ମଞ୍ଜୁଲତା ପଣ୍ଡା, କାନ୍ତି ମେହେର, ଅମୃତା ପଟ୍ଟନାୟକ, ଯମୁନା ନାୟକ, କବିତା ବରେଇ, ବିଷ୍ଣୁପ୍ରିୟା ସୁନା, ରଶ୍ମିତା ମହାନ୍ତି, କୁମାରୀ ସ୍ୱାଇଁ, ମିନାକ୍ଷୀ ଦାସ, ସନ୍ତୋଷିନୀ ବେହେରା, ସୁକାନ୍ତି ବାଗ, ନମିତା ସାହୁ, ସବିତା ସରଭଙ୍ଗ, ଦାମୋଦର କର ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.